ବାଇକ୍‌ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ

ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଶୁଖିଲା ଶାଳଗଛ ଭାଙ୍ଗି ଯୁବତୀ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସାଙ୍ଗରେ ଥିବା ଯୁବକ ଗାଡି ଓ ମୋବାଇଲ ନେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଲାଠିକଟା ଥାନା ଅନ୍ତର୍ଗତ ଏରେଗେଡା ଗ୍ରାମର କରମ ସିଂ ଭୂମିଜଙ୍କ ଝିଅ ଅନିତା ଭୂମିଜ (୨୭) ଲାଠିକଟା ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସୋମବାର ଜନୈକ ଯୁବକ ସହିତ ବାଇକ ଯୋଗେ ଖଣ୍ଡାଧାର ଯାଉଥିବାବେଳେ ରାସ୍ତା କଡରେ ଥିବା ଶୁଖିଲା ଗଛ ଭାଙ୍ଗି ଅନିତାଙ୍କ ଦେହରେ ପଡିଥିଲା। ଯୁବତୀଙ୍କ ମୃତ୍ୟୁ ପ୍ରତିବାଦରେ ତାଳବାହାଲି ସରପଞ୍ଚ ବୁଧୁ ନାଏକ ସମେତ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ଲହୁଣୀପଡା ପୋଲିସ କୁଳିପୋଷ ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରାରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଫସର ଫାଟିଲା ପୂଜକ କନ୍ଧ ଶତପଥୀଙ୍କ ଘର ଭାଙ୍ଗିବା ପ୍ରୟାସ, ନିରାଶ ହୋଇ ଫେରିଲା ପ୍ରଶାସନ

ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri