ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ ସମସ୍ତ ଭିତ୍ତିଭୂମି ରହିଛି। ଯାହାକୁ ବିକଶିତ କରାଗଲେ ଚାନ୍ଦିପୁର, ଡଗରା, ତାଳସାରୀଠାରୁ ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇପାରିବ ବୋଲି ‘ବେଳାଭୂମି ବିକାଶ କମିଟି’ର ସଦସ୍ୟାସଦସ୍ୟ କୁହନ୍ତି। ବିଶେଷ କରି ବେଳାଭୂମିକୁ ବିକଶିତ କରି ଇକୋ ରିଟ୍ରିଟ୍‌ ବ୍ୟବସ୍ଥା କଲେ ସରକାର ଅଧିକ ରାଜସ୍ବ ପାଇବା ସହିତ ଏହି ଅଞ୍ଚଳର ଲୋକଙ୍କୁ ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରନ୍ତା ବୋଲି ବେଳାଭୂମି ବିକାଶ କମିଟି ସମ୍ପାଦକ ଗୌରସୁନ୍ଦର ପରିଡ଼ା ଦାବି କରିଛନ୍ତି।
ଦୁବଲାଗଡ଼ି ପନ୍ତାଳ ବେଳାଭୂମିକୁ ବହୁତ କମ୍‌ ଲୋକେ ଜାଣିଛନ୍ତି। ବିସ୍ତୀର୍ଣ୍ଣ ଝାଉଁବଣର ଶୋଭାରାଜି ସାଙ୍ଗକୁ ବେଳାଭୂମିର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ କିଛି ସମୟ ପାଇଁ କୋଳାହଳଭରା ସହରଠାରୁ ଦୂରେଇ ରହିବା ପାଇଁ ଏଠାକୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ଅନ୍ୟ ବେଳାଭୂମି ଅପେକ୍ଷା ସେତେଟା ଭିଡ଼ ନ ଥିବାବେଳେ ଯିଏ ଥରେ ଏଠାକୁ ଆସେ ଏଠାରୁ ଯିବା ପାଇଁ ଇଚ୍ଛା କରି ନ ଥାଏ। ଏଠାକୁ ଆସି ଲୋକମାନେ ବଣଭୋଜି କରିବା ସହିତ ବେଳାଭୂମିରେ ସାଙ୍ଗସାଥିଙ୍କ ସହିତ କ୍ରିକେଟ୍‌, ଫୁଟବଲ, ଭଲି ଖେଳିବା ଏବଂ ସମୁଦ୍ରରେ ଗାଧୋଇବାର ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଅଳ୍ପ କିଛି ଅର୍ଥ ନେଇ ସେମାନଙ୍କ ରହିବା ପାଇଁ ଟେଣ୍ଟ ଏବଂ ଖାଇବା ବ୍ୟବସ୍ଥା କରାଉଛନ୍ତି। ବେଳାଭୂମିକୁ ଯା’ଆସ ପାଇଁ ରାସ୍ତା ନ ଥିବାବେଳେ ଉଜ୍ୱଳ ଆଲୋକ, ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ରହିବା ପାଇଁ ସରକାରୀ କିମ୍ବା ବେସରକାରୀ ପାନ୍ଥଶାଳା କିମ୍ବା ହୋଟେଲ୍‌, ଦୋକାନବଜାର ନାହଁି। ଏପରିକି ବେଳାଭୂମିର ସୁରକ୍ଷା ପାଇଁ ପୋଲିସ କିମ୍ବା ଲାଇଫଗାର୍ଡ଼ର ବ୍ୟବସ୍ଥା ମଧ୍ୟ ନାହଁି। ବେଳାଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ‘ବେଳାଭୂମି ବିକାଶ କମିଟି’ ଗଠନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦାବି ପରେ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ଏହି ବେଳାଭୂମିକୁ ପରିଦର୍ଶନ କରି ବେଳାଭୂମିକୁ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ବେଳାଭୂମିକୁ ଅଧିକ ଆକର୍ଷଣୀୟ କରନ୍ତି ନାଲି କଙ୍କଡ଼ା ଓ ସାମୁଦ୍ରିକ ଜୀବ। ଏଠାରେ ପାଣି ପୂରା ସଫା ଓ ବାଲି ପୂରା ଧଳା। ପରିବାର ସହ ଏଠାକୁ ପର୍ଯ୍ୟଟକ ଆସିପାରିବେ। ହେଲେ ରାତିରେ ରହିବା ପାଇଁ ସୁବିଧା ନ ଥିବାରୁ ଦୂର ସ୍ଥାନରୁ ପର୍ଯ୍ୟଟକ ଆସି ପାରୁ ନାହାନ୍ତି। ଏହାର ବିକାଶ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ବେଳାଭୂମି ବିକାଶ କମିଟି ସଦସ୍ୟ ଜୟଦେବ ସାହୁ କହିଛନ୍ତି, ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ସମୁଦ୍ର ନିକଟରେ ଝାଉଁବଣ ଥିବାରୁ ପର୍ଯ୍ୟଟକମାନେ ଆକର୍ଷିତ ହୋଇଥାନ୍ତି। ଏଠାରେ କିନ୍ତୁ ରାସ୍ତା ନ ଥିବାରୁ ବହୁତ ପର୍ଯ୍ୟଟକ ଫେରିଯାଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇପାରିଲେ ଅଞ୍ଚଳର ବିକାଶ ହୋଇପାରିବ। ଦୁବଲାଗଡ଼ି ସରପଞ୍ଚ ଶୈଳବାଳା ଜେନା କୁହନ୍ତି, ବିଗତ ୫ବର୍ଷ ହେଲା ଆମେ ଏହି ଅଞ୍ଚଳକୁ ‘ବଗଦା ଦୁବଲାଗଡ଼ି ସି ବିଚ୍‌’ର ମାନ୍ୟତା ଦେବା ପାଇଁ ଦାବି କରିଆସୁଛୁ। ସବୁପ୍ରକାର ସୁବିଧା ସୁଯୋଗ ରହିଥିଲେ ବି ସରକାରଙ୍କ ଦୃଷ୍ଟି ପଡୁ ନ ଥିବାରୁ ବିକାଶ ହୋଇପାରୁନି। ଆଗରୁ ଦିନକୁ ୫୦ରୁ ୧୦୦ ଜଣ ଆସୁଥିଲେ। ଏବେ ହଜାରେରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri