ଗଳାବାଟ ଦେଇ ଚାଲିଛି ଆନ୍ତଃ ରାଜ୍ୟ ବସ୍‌, ଚାରିଚକିଆ ଯାନ

ଜଳେଶ୍ୱର,୨୦।୪(ଡି.ଏନ.ଏ.)-କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ସୋମବାରଠାରୁ ଆନ୍ତଃ ରାଜ୍ୟ ଯାନବାହନ ଚଳାଚଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଅନ୍ୟପକ୍ଷରେ ଉପାନ୍ତରେ ଥିବା ବହୁ ଗଳା ରାସ୍ତା ଦେଇ ଏହି ଯାନବାହନଗୁଡ଼ିକ ରାଜ୍ୟ ଭିତର ଓ ବାହାରକୁ ଯାତାୟାତ କରୁଥିବା ନଜରକୁ ଆସିଛି।
ରାଜ୍ୟର ଉତ୍ତର ଉପାନ୍ତ ୬୦ନଂ. ଜାତୀୟ ରାଜପଥ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧୀନ ଲକ୍ଷ୍ମଣନାଥ ଟୋଲ ପ୍ଲାଜାଠାରେ ଆନ୍ତଃରାଜ୍ୟ ବସ୍‌ ଓ ଚାରିଚକିଆ ଯାନଗୁଡ଼ିକୁ ୧୮ ତାରିଖରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବାଲେଶ୍ୱର ଆରଟିଓ କର୍ମଚାରୀ ଓ ଜଳେଶ୍ୱର ପୋଲିସ୍‌ ସହାୟତାରେ ଏପରି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି। ଜଳେଶ୍ୱର-ସୁନାକଣିଆ ଓଟି ରୋଡ୍‌, ଜଳେଶ୍ୱର-ସୋଲପଟ୍ଟା, ଲକ୍ଷ୍ମଣନାଥରୋଡ଼- ଆମ୍ବଳିଅଠା, ସୋଲପଟା-ସୁଗୋ, ସୁଗୋ-ଧୋଇପଡ଼ା ମୁଖ୍ୟ ରାସ୍ତାଗୁଡ଼ିକ ଖୋଲାମେଲା ପଡ଼ିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଦଲାଲମାନେ ଏସବୁ ଗଳା ରାସ୍ତାରେ ଲାଞ୍ଚ ନେଇ ଗାଡ଼ିଗୁଡିକୁ ରାଜ୍ୟ ଭିତର ଓ ବାହାରକୁ ଯାତାୟାତରେ ସହାୟତା କରୁଛନ୍ତି । ଫଳରେ ଟୋଲପ୍ଲାଜାରେ ରାଜସ୍ବ ହାନୀ ହେବା ସହିତ ପ୍ରବାସୀମାନେ ପଞ୍ଜିକରଣ ନ ହୋଇ ଅବାଧରେ ଯାତାୟତ କରିପାରୁଛନ୍ତି। ଗତବର୍ଷ ଏପରି ହୋଇଥିବାରୁ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇଥିଲା । ଉପାନ୍ତରେ ସମସ୍ତ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛେରାପହଁରା ନୀତି ଶେଷ: ଏବେ ଗଡିବ ରଥ

ପୁରୀ ଅଫିସ୍‌,୧୨।୭: ଶେଷ ହେଲା ତିନି ଠାକୁରଙ୍କ ଛେରାପହଁରା ନୀତି। ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ତାମ୍‌ଜାନ୍‌ ବସି ଗଜପତି...

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର...

ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ...

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଶୁକ୍ରବାର ପୂର୍ବାହ୍ନ ୯ଟା.୩୦ରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ: ଧାରଣାରେ ବସିଲେ ୪ ପଞ୍ଚାୟତର ଗ୍ରାମବାସୀ

ବାହାନଗା,୧୫।୯(ଡି.ଏନ୍‌.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ...

ଆଜି ରାଜ୍ୟରୁ ୪୩୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ : ଖୋର୍ଦ୍ଧାକୁ କାଟିଲା ବାଲେଶ୍ୱର

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭...

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର,...

Advertisement
Archives

Model This Week