ରାଜ୍ୟ

କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କୃଷକ ସଂଗଠନ ଗୁଡ଼ିକର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ, ଘରୋଇ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା…

ଶିକ୍ଷକ କରୋନା ଚିହ୍ନଟ ପରେ ହାଇସ୍କୁଲରେ ପଡ଼ିଲା ତାଲା

ଭବାନୀପାଟଣା,୨୫।୩: ଭବାନୀପାଟଣା ଟାଉନ୍‌ ହାଇସ୍କୁଲର ଜଣେ ଶିକ୍ଷକ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମହଲରେ ଭୟର ବାତାବରଣ…

ଆସନ୍ତା ୨୮, ୨୯ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୩(ବ୍ୟୁରୋ): ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଆସନ୍ତା ୨୮ ଓ ୨୯ତାରିଖ ଦୁଇଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ହେବ ନାହିଁ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ…

ଭାଲୁଠୁ ବାଇକ୍‌ ଚାଳକଙ୍କୁ ରକ୍ଷା କଲେ ବୁଲା କୁକୁର

ସଜନାଗଡ଼, ୨୫।୩(ଡି.ଏନ.ଏ.)- ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ସହରମୁହାଁ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ବୁଧବାର ମଧ୍ୟରାତ୍ରରେ ଏକ ଭାଲୁ ଚାଲିଆସି ସହର ମୁଖ୍ୟ ରାସ୍ତାରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ସହର ମେଡ଼ିକାଲ ରୋଡ୍‌ରେ ଅବାଧରେ…

ତହସିଲ ଅଫିସରୁ କର୍ମଚାରୀଙ୍କୁ ତଡିଦେଲେ ଚାଷୀ

ବରଗଡ଼ ଅଫିସ୍‌,୨୫।୩।: ବରଗଡ଼ ଜିଲାରେ ଚାଷୀ ସମସ୍ୟା ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରିକୁ ନେଇ ସରକାରୀ କଳ ପକ୍ଷରୁ କରାଯାଉଥିବା ବିଭିନ୍ନ କଟକଣାକୁ ନେଇ ଚାଷୀକୁଳ ବହୁବିଧ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି । ଟୋକନ କଟକଣା ଯୋଗୁ ଜିଲାର…

ଖେଳୁ ଖେଳୁ ଚାଳିଗଲା ଶିଶୁକନ୍ୟାର ଜୀବନ

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଜଗଦଲପୁର ଥାନା ଧୁମାଭଟା ଗ୍ରାମରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା ହେଲେ ଉକ୍ତ ଗ୍ରାମର ଜିତେନ୍ଦ୍ର ସାହୁଙ୍କ ଝିଅ ଲକି(୩)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

ଆଜି ରାଜ୍ୟରେ ୨୦୦ ପାର୍‌ କଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୪୬୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…

ଜେଇଇ (ମେନ୍‌) ପରୀକ୍ଷା ଫଳ ପ୍ରକାଶିତ: ଓଡ଼ିଶାରୁ ଦେବାଶିଷ ଟପ୍ପର

ଭୁବନେଶ୍ୱର,୨୫।୩: ପରୀକ୍ଷା ଶେଷ ହେବାର ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ(ମାର୍ଚ୍ଚ ସେସନ)ର ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି। ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଓ…

ସରିଆସୁଛି ଶହେ ଦିନିଆ ଶ୍ରେଣୀଶିକ୍ଷା

ଅନୁଗୋଳ ଅଫିସ, ୨୫।୩:  କରୋନା କଟକଣା ମଧ୍ୟରେ ଆସନ୍ତା ମେ ୩ରେ ହେକବ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ଅନୁଗୋଳ ଜିଲାର ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ତେବେ ୯ ମାସ ଧରି ଅନ୍‌ଲାଇନ୍‌ରେ ପଢ଼ିଥିବା ଏହି ଛାତ୍ରୀଛାତ୍ରମାନେ ଏବେ…

ସନ୍ଦେହରେ ନେତାଙ୍କ ନୀରବତା

ତାଳଚେର,୨୫ା୩ (ନି.ପ୍ର.)  ପୁରୁଣା ପ୍ଲାଣ୍ଟ ହେଲେ ମଧ୍ୟ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଲାଭରେ ଚାଲୁଥିଲା। ଶତ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦନ କରି ବିଭିନ୍ନ ସମୟରେ ରେକର୍ଡ କରୁଥିଲା। ଟିଟିପିଏସ୍‌ ସଫଳତାର ଶ୍ରେୟ ଏନ୍‌ଟିପିସି ନେବା ସହ ଏଥିପାଇଁ…

ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ ଫେଲ୍‌ ମାରିଛି। ଏହାସହିତ ଗଁାଗୁଡିକରେ ଥିବା ଗଭୀର ନଳକୂପ କଥା କହିଲେ ନ ସରେ।…

‘ଶତପ୍ରତିଶତ ପ୍ରସ୍ତୁତି ପ୍ରମାଣପତ୍ର ଦିଅ’

ଭୁବନେଶ୍ୱର, ୨୫ା୩(ବ୍ୟୁରୋ): ରାଜ୍ୟର ପାନୀୟଜଳ ଯୋଗାଣ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ କର୍ତ୍ତୃପକ୍ଷ ପାନୀୟ ଜଳ ଯୋଗାଣ ନେଇ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣପତ୍ର ଦେବା ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri