ରାଜ୍ୟରେ ନିର୍ମାଣ ହେବ ୮୯ ଇନ୍‌ଡୋର ଷ୍ଟାଡିୟମ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ରାଜ୍ୟରେ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲାରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ସହ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଇନ୍‌ଡୋର ଷ୍ଟାଡିୟମ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ପାଇଁ ଉପଯୋଗ କରାଯିବ। ଏନେଇ ୬୯୩.୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଅଧୀନରେ ଏହି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯିବ। ଯେଉଁ ଜିଲାରେ ଇନ୍‌ଡୋର ଷ୍ଟାଡିୟମ ନାହିଁ ସେଠାରେ ତିଆରି କରାଯିବ। ଏହି ଷ୍ଟାଡିୟମର କୋଠା ଏଭଳି ନିର୍ମାଣ ହେବ, ଯାହାକି ଘଣ୍ଟା ପ୍ରତି ୨୦୦କି.ମି ବେଗରେ ପବନକୁ ସହି ପାରୁଥିବ। ଏହାକୁ ବାତ୍ୟା ଓ ବନ୍ୟା ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯିବ। ମହାମାରୀ ସମୟରେ ଏନ୍‌ଏସି ଅଞ୍ଚଳରେ ଥିବା ଷ୍ଟାଡିୟମ ୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ଓ ପୌରାଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରାଯିବ। ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟରେ ମଧ୍ୟ ଷ୍ଟାଡିୟମକୁ ବ୍ୟବହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେଉନି ଆପାର୍ଟମେଣ୍ଟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟ କିଣା ବିକା ଅଟକିଛି। କମନ ଏରିଆ ମାଲିକାନାକୁ ନେଇ ବଢ଼ିଚାଲିଛି ଝମେଲା। ଆସୋସିଏଶନ ପାଇଁ ରାଜ୍ୟରେ କୌଣସି...

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀ ମୃତ

ବାରଙ୍ଗ,୨୦।୧(ଡି.ଏନ୍‌.ଏ.): ନନ୍ଦନକାନନରେ ଲଗାତାର ୪ ଦିନରେ ୪ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ ମଧ୍ୟରୁ ତିନୋଟି ମୟୂର ଓ ଗୋଟିଏ ମାଟିଆ ଚିଲ ଅଛନ୍ତି।...

ଶ୍ମଶାନରେ ୩ ଭାଲୁ, ଜଗି ରହିଛି ବନ ବିଭାଗ

ନନ୍ଦାହାଣ୍ଡି, ୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତରେ ଭାଲୁ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୩ଟି ଭାଲୁ ଦହଣା ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ...

୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କଲେ ପ୍ରକୃତି, ୟୁଟ୍ୟୁବ୍‌ ବି ପକ୍ଷଭୁକ୍ତ

ଭୁବନେଶ୍ୱର,୨୪।୮(ବ୍ୟୁରୋ): କିଛି ଦିନ ବ୍ୟବଧାନ ପରେ ତେଜିଛି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ। ବୁଧବାର ଭୁବନେଶ୍ୱର କୋର୍ଟରେ ମାନହାନି ମୋକଦ୍ଦମା...

କଟକଣାରେ ପାଳନ ହେବ ମହାଶିବରାତ୍ରି

ଖୋର୍ଦ୍ଧା ଅଫିସ,୧୧ା୩:କୋଭିଡ୍‌ କଟକଣାରେ ପାଳନ ହେବ ଜାଗର ଯାତ୍ରା ତଥା ମହାଶିବରାତ୍ରି। ଏନେଇ ବୁଧବାର ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ ଉପଖଣ୍ଡ ଅଞ୍ଚଳରେ ଥିବା ମନ୍ଦିର...

ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ ଅଫିସ, ୬ା୭: ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ମଙ୍ଗଳବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଶ୍ରୀମନ୍ଦିର...

ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ

ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର...

୨ଟି ବସ୍‌ ମୁହାଁମୁହିଁ: ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଦାରିଙ୍ଗବାଡି,୧୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌...

Advertisement
Archives

Model This Week