ରାଜ୍ୟରେ ନିର୍ମାଣ ହେବ ୮୯ ଇନ୍‌ଡୋର ଷ୍ଟାଡିୟମ

ଭୁବନେଶ୍ୱର,୯।୮(ବ୍ୟୁରୋ): ଆଗକୁ ରାଜ୍ୟରେ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲାରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ସହ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରିଛନ୍ତି।

ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଇନ୍‌ଡୋର ଷ୍ଟାଡିୟମ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ପାଇଁ ଉପଯୋଗ କରାଯିବ। ଏନେଇ ୬୯୩.୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଅଧୀନରେ ଏହି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯିବ। ଯେଉଁ ଜିଲାରେ ଇନ୍‌ଡୋର ଷ୍ଟାଡିୟମ ନାହିଁ ସେଠାରେ ତିଆରି କରାଯିବ। ଏହି ଷ୍ଟାଡିୟମର କୋଠା ଏଭଳି ନିର୍ମାଣ ହେବ, ଯାହାକି ଘଣ୍ଟା ପ୍ରତି ୨୦୦କି.ମି ବେଗରେ ପବନକୁ ସହି ପାରୁଥିବ। ଏହାକୁ ବାତ୍ୟା ଓ ବନ୍ୟା ସମୟରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ ବ୍ୟବହାର କରାଯିବ। ମହାମାରୀ ସମୟରେ ଏନ୍‌ଏସି ଅଞ୍ଚଳରେ ଥିବା ଷ୍ଟାଡିୟମ ୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ଓ ପୌରାଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରାଯିବ। ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟରେ ମଧ୍ୟ ଷ୍ଟାଡିୟମକୁ ବ୍ୟବହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ଶେଖ ହାସିନାଙ୍କ ବଡ଼ ଘୋଷଣା: ଏହିଦିନ ଫେରିବେ ସ୍ବଦେଶ

ଢାକା,୧୦।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ଏବଂ…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri