୨୪ରେ ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ ୟାସ୍
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ନେଇ ଆଇଏମ୍ଡିର ପୂର୍ବ ଆକଳନ ଠିକ୍ ହୋଇଛି। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟା ରୂପ ନେବ।…
ବଢ଼ୁଛି ଭୟ: ପୁଣି ଜଣେ ମହାରଣା, ଭୋଇ ସେବକ କରୋନା ପଜିଟିଭ୍
ପୁରୀ ଅଫିସ,୨୨।୫: ପୁରୀରେ ଶନିବାର ପୁଣି ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ୨୦ ଜଣ ମହାରଣା ଓ…
ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରଶାସନିକସ୍ତରରେ ଲଗାତର ବୈଠକ ଚାଲିଛି। ଏହିକ୍ରମରେ ଶନିବାର ଅପରାହ୍ନରେ ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବାତ୍ୟା ମୁକାବିଲା…
ବାତ୍ୟା ‘ୟାସ୍’: ୨୫ରୁ ଉପକୂଳରେ ବର୍ଷିବ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୪ ତାରିଖରେ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ…
୧୯୨୯ କଲ୍ ସେଣ୍ଟରକୁ ଆସିଲାଣି ୫୦ହଜାରରୁ ଊର୍ଦ୍ଧ୍ୱ କଲ୍
ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କରୋନା ସମ୍ପର୍କିତ ସଚେତନତା ତଥା ପରାମର୍ଶ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୨୪ଘଣ୍ଟିଆ ୧୯୨୯ କଲ୍ ସେଣ୍ଟର କାର୍ଯ୍ୟ କରୁଛି। ପ୍ରତିଦିନ ଲୋକମାନେ ଏଠାକୁ କରୋନା ସମ୍ପର୍କିତ ତଥ୍ୟ ପାଇବା ପାଇଁ…
ବାତ୍ୟା ପାଇଁ ଦରବୃଦ୍ଧି: ଆଳୁ ୨୦ ଟପିଲା
ବାଲିଅନ୍ତା,୨୨ା୫(ଡି.ଏନ.ଏ): ରାଜ୍ୟରେ ଲକଡାଉନ, ଶଟ୍ଡାଉନ ଚାଲିଥିବାବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ଗରିବ ଓ ମଧ୍ୟବିତଙ୍କ ପାଇଁ ଦାଉ ସାଧିଛି। ଖାଇବାତେଲ ଓ ଡାଲି ଦର ବୃଦ୍ଧି ଯୋଗୁ ଗରିବ ଲୋକେ ହନ୍ତସନ୍ତ ହେଉଥିବା ବେଳେ ହଠାତ୍ ବାତ୍ୟା ପାଇଁ ଆଳୁଦର…
ୟାସ୍ ପାଇଁ ୭୪ ଟ୍ରେନ୍ ବାତିଲ
ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ପରିସରରେ ଭୁବନେଶ୍ୱର ଏବଂ ପୁରୀ ଭଳି ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ଏବଂ ଗନ୍ତବ୍ୟସ୍ଥଳ…
ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମାନେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରି…
ପଶ୍ଚିମ ଓଡ଼ିଶାରେ ଭିଟାମିନ୍ଯୁକ୍ତ ଚାଉଳ ଉତ୍ପାଦନ ପ୍ଲାଣ୍ଟ
ସମ୍ବଲପୁର,୨୨ା୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ଭିଟାମିନ୍ଯୁକ୍ତ ଚାଉଳ ଉତ୍ପାଦନ (ଫର୍ଟିଫାଏଡ୍ ରାଇସ୍ କେର୍ନେଲ) ପ୍ଲାଣ୍ଟ ସ୍ଥାପନ ହେବ। ଏହା ରାଜ୍ୟରେ ପ୍ରଥମ। ଏହି ପ୍ଲାଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏ ନେଇ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ସମ୍ବଲପୁର…
କମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୨୬ ଜୀବନ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଏନେଇ…
ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୧୯ କ୍ୱାରାଣ୍ଟାଇନ୍ରୁ ହୋଇଥିବା…
ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର
ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
Archives


