ଗଞ୍ଜାମରେ ଅଣାୟତ୍ତ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୧୩।୧୦:ଗଞ୍ଜାମ ଜିଲାର ୧୯ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୧୫୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଗଜପତିନଗରର ୨୯ବର୍ଷର ଜଣେ ଯୁବକଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ସେହିପରି ବଡ଼ଖେମୁଣ୍ଡି ସାହିର ୪୫ ବର୍ଷର ମହିଳା ଓ ରଙ୍ଗୁଣିବନ୍ଧ ସାହିର ୩୫ ବର୍ଷର ଯୁବକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିକିଟି ବ୍ଲକ କେ.ସୁବାନି ଗ୍ରାମର ୩୨ ବର୍ଷର ଯୁବକ ଓ ଶେରଗଡ ବ୍ଲକ ଅଲାରିଗଡ ଗ୍ରାମର ୩୦ ବର୍ଷର ଜଣେ ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାରେ ଡେଙ୍ଗୁ ଏବେ ଅଣାୟତ୍ତ ହୋଇପଡିଛି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ ରହିବା ସହ ପରିବେଶ ସଫା ରଖିବା ପାଇଁ ପରାମର୍ଶ ଦିଆଯାଉଛି। ପଜିଟିଭ ଚିହ୍ନଟ ରୋଗୀମାନେ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଯେଉଁ ବ୍ଲକରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ସଚେତନ କରୁଛିି। ବ୍ରହ୍ମପୁର ସହରରେ ବର୍ତ୍ତମାନ ସୁଦ୍ଧା ୧୦ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୋଟ ୪୯ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତବର୍ଷ ଅର୍ଥାତ ୨୦୨୦ରେ ଜିଲାରେ ମାତ୍ର ୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ ରେ ୩୦୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ରୋଗୀ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ମନରେଗାର କାର୍ଯ୍ୟକାରିତା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ

ଗଞ୍ଜାମ, ୩୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ଶୁକ୍ରବାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା…

‘ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି’: ସଂସଦରେ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଡାକିଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଶୁକ୍ରବାର (ଜୁଲାଇ 31, 2026) ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ଲୋକ ସଭା ଏବଂ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଉମରକୋଟ/ନବରଙ୍ଗପୁର, ୩୧।୭(ସନ୍ତୋଷ ସତପଥୀ/ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ୍‌ର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri