କଟକ ଅଫିସ,୧୩।୧୦: ରାଜ୍ୟର ବିଭିନ୍ନ ବେଳାଭୂମିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବେଳାଭୂମିର ପରିବେଶ ନଷ୍ଟ ହେବା ସହ ଅପରାଧ ବୃଦ୍ଧି ପାଇବ। ତେଣୁ ସେଠାରେ ମଦ ଦୋକାନ ଖୋଲା ନ ଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ସୋମବାର ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଗଞ୍ଜାମ, ବାଲେଶ୍ୱର, ଜଗତ୍ସିଂହପୁର ଓ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ପିଟିଶନରେ ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲା ଉଦୟପୁରଠାରେ ୩ ଓ ଚାନ୍ଦିପୁରଠାରେ ୨, ଜଗତ୍ସିଂହପୁର ଜିଲା ପାରାଦୀପଠାରେ ୩, ପୁରୀ ଜିଲା ଚନ୍ଦ୍ରଭାଗା ବେଳାଭୂମିଠାରେ ୫, ଗଞ୍ଜାମ ଜିଲାର ଗୋପାଳପୁରଠାରେ ୫ ଓ ପାତିସୋନପୁରଠାରେ ୨ଟି ମଦ ଦୋକାନ ଖୋଲିବା ପାଇଁ ସେପ୍ଟେମ୍ବର ୨୧ରେ ଟେଣ୍ଡର ଡକାଯାଇଛି। ଲାଇସେନ୍ସ ଫି’ ବାବଦକୁ ଚନ୍ଦ୍ରଭାଗା ବେଳାଭୂମିର ମଦ ଦୋକାନ ପାଇଁ ବାର୍ଷିକ ଦେଢ ଲକ୍ଷ, ଗୋପାଳପୁର ପାଇଁ ୧ ଲକ୍ଷ, ଚାନ୍ଦିପୁର, ପାରାଦୀପ ଓ ପାତିସୋନପୁର ପାଇଁ ୭୫ ହଜାର ଲେଖାଏଁ ଆଦାୟ କରାଯିବ। ସେହିପରି ୟୁଜର ଫି’ ବାବଦକୁ ପ୍ରତି ମଦ ଦୋକାନରୁ ୧ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରାଯିବ। ବେଳାଭୂମିରେ ମଦ ଦୋକାନ ଖୋଲିଲେ ନିଶାସକ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କ ଉପରେ ଏହାର କୁପ୍ରଭାବ ପଡିବ। ତେଣୁ ଉପରୋକ୍ତ ୨୦ ଗୋଟି ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆବେଦନକାରୀ ପାଣିଗ୍ରାହୀ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସିନେମାରେ ଲାଗିଥିଲା ପ୍ରତାପଙ୍କ ଟଙ୍କା
ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେଶନ(ଓପିଏଚ୍ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ପରିମାଣର ଆୟ...

କରୋନା ମୁକାବିଲା: ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର, ୨୨।୯(ବ୍ୟୁରୋ): କରୋନା ସାରା ବିଶ୍ୱରେ ଏକ ବଡ ବିପଦ ସୃଷ୍ଟି କରିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି-ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ...

ବର୍ଷାଙ୍କ ନିକଟକୁ ଭାଗବତ ପଠାଇଲେ ଅନୁଭବ
ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି। କୋର୍ଟର ଶୁଣାଣି...

ପିପିଲି ବିଧାନସଭା ଉପନିର୍ବାଚନ: ଆଜିଠୁ ପ୍ରାର୍ଥୀମାନେ କରିବେ ନାମାଙ୍କନପତ୍ର ଦାଖଲ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ
ଭୁବନେଶ୍ୱର, ୫।୧୦(ବ୍ୟୁରୋ): ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

‘ଇଣ୍ଡିଆ ଟୁଡେ’ କଭର ଷ୍ଟୋରିରେ ଚନ୍ଦ୍ରାଣୀ
ଭୁବନେଶ୍ୱର, ୩ା୬ (ବ୍ୟୁରୋ) : କେନ୍ଦୁଝର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଜାତୀୟସ୍ତରୀୟ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଚ୍ଛଦପଟ ଷ୍ଟୋରିରେ...

ସମୀକ୍ଷା ବାହାନାରେ ସୁରକ୍ଷା : ରାଜ୍ୟ ନେତୃତ୍ୱ ଉପରେ ଦୋଷ ଲଦିଲେ ବରିଷ୍ଠ
ଭୁବନେଶ୍ୱର, ୩୧।୫ (ବ୍ୟୁରୋ) : ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ତୃତୀୟ ସ୍ଥାନରୁ ଦ୍ୱିତୀୟକୁ ଖସିଛି ଦଳ। ଲୋକସଭା ଆସନରେ ଗୋଟିଏ...

ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ।...