ମାଲକାନଗିରି,୧୩।୧୦ (ଡି.ଏନ.ଏ.): ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ରହିଛନ୍ତି। ଖବରରୁ ଜଣାପଡିଛି ଜିଲାର ତୁଳସୀ ପାହାଡ଼ରେ ସକାଳୁ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସଚ୍ଚର୍ର୍ ଅପରେଶନ କରୁଥିଲେ। ତେବେ ପୂର୍ବରୁ ପୂର୍ବରୁ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ପରେ ଯବାନଙ୍କ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରକୁ ଲୁଚି ପଳାଇଥିଲେ। ଯବାନମାନେ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ୩ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଗୁଳି ବିନିମୟରେ ଯବାନମାନଙ୍କ କିଛି କ୍ଷତି ହୋଇନାହିଁ। ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ଗୋଟିଏ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଓ ଗୋଟିଏ ଇନ୍‌ସାସ୍‌ ବନ୍ଧୁକ ସହ କିଛି ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା ଉପଖଣ୍ଡ: ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା

କୁଚିଣ୍ଡା,୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ୯ଗୋଟି ଲ୍ୟାମ୍ପ୍ସ ଓ ଗୋଟିଏ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ବୁଧବାର ଖରିଫ ଧାନକିଣା ଆରମ୍ଭ ହୋଇଛି। କୁଚିଣ୍ଡା ସହକାରୀ...

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ୱର,୩।୯: ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯିବାରୁ ଭିଏସଏସ୍‌ ନଗର ପାଣିଟାଙ୍କି ସମ୍ମୁଖରେ ଥିବା ଏକାଧିକ ଦୋକାନ ଜଳିଯାଇଛି। ଶୁକ୍ରବାର ଅପରାହ୍ନରେ ଫଳ ଦୋକାନୀ ରୋଷେଇ...

ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ...

ମୌସୁମୀ ସକ୍ରିୟ: ୧୬ ଯାଏ ବର୍ଷା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଓଡ଼ିଶା ଉପକୂଳ ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। ଏଥିସହିତ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ...

ନ୍ୟାୟ ନ ମିଳିବାରୁ ଏସ୍‌ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ

ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି।...

ଗଜପତି, ଗଞ୍ଜାମରେ ସବୁଠୁ କମ୍‌ ବର୍ଷା

ବ୍ରହ୍ମପୁର ଅଫିସ୍‌,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି...

୨୩ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମିଳିବ ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର, (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୨୬।୮ (ଡି.ଏନ୍‌.ଏ.):୩ଦିନର ଆନ୍ଦୋଳନ ପରେ ଶେଷରେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୩ମାସ ମଧ୍ୟରେ ୨୩ଜଣ...

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା...

Advertisement
Archives

Model This Week