ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଚିଲିକା ବିଧାୟକ

କଟକ ଅଫିସ,୧୩।୧୦:ବାଲୁଗଁ। ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରିକୁ ଏଡ଼ାଇବା ପାଇଁ ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ନିମ୍ନ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଶୁକ୍ରବାର ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ହେଲେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଜେଲ ହାଜତକୁ ଯିବାର କିଛି ସମୟ ପରେ ବିଧାୟକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗଁ। ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ବାଲୁଗଁ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚତ୍ ନିରଞ୍ଜନଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ସହ ମାଡ଼ ମାରିଥିଲେ। ବିଧାୟକଙ୍କ ଏଭଳି ଆକ୍ରମଣ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ଭାଜପା କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆକ୍ଟ୍ରୋସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ

କଟକ ଅଫିସ,୭ା୭: ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବର୍ଜନ କରିଛନ୍ତି। ମହାବିଦ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିବାରୁ ପରୀକ୍ଷା କେନ୍ଦ୍ର...

ସିଲ୍ ଅଞ୍ଚଳରେ ବିଏମ୍‌ସିର ବିଶୋଧକ ସିଞ୍ଚନ, କେମିକାଲଯୁକ୍ତ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୫।୪ (ବ୍ୟୁରୋ): ସୂର୍ଯ୍ୟନଗରରୁ ୮ ଜଣ ଓ ବମିଖାଲରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଉଭୟ ଅଞ୍ଚଳକୁ ସିଲ୍‌...

୧୦୦ ଟଙ୍କାରେ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ରାଜ୍ୟର ଘରୋଇ ଲ୍ୟାବ୍‌ରେ କରୋନା ଚିହ୍ନଟ ପାଇଁ କରାଯାଉଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ୧୦୦ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ସ୍ବାସ୍ଥ୍ୟ...

ଲିଙ୍ଗରାଜ ମନ୍ଦିର ରୋଷଘରେ ପଶି ଭୋଗ ଖାଇଲେ ମାନସିକ ବିକୃତ

ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍‌.ଏ.):ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ରାତି ପ୍ରାୟ ୮ଟା ସମୟରେ ଠାକୁରଙ୍କ ବଡ଼ସିଂହାର ବେଶ ଚାଲିଥିବା ବେଳେ...

ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ...

ସେବାୟତଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ: ସାନିଟାଇଜ୍‌ ହେବ ପୁରୀ ସହର

ପୁରୀ ଅଫିସ, ୨୪।୬: ଦ୍ୱିତୀୟ ଥର ଲାଗି ଶ୍ରୀମନ୍ଦିର ସେବାୟତଙ୍କର କରୋନା ଟେଷ୍ଟ ହେବ। ଆସନ୍ତା ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ

ଭୁବନେଶ୍ବର,୧୩ା୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଆସନ୍ତା ୧୪ରେ ମୁମ୍ବାଇର ଏକ ଘରୋଇ ହୋଟେଲ୍‌ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା...

Advertisement
Archives

Model This Week