୯୦ ପ୍ରତିଶତ କମିଛି ନଳିତା ଚାଷ

କେନ୍ଦ୍ରାପଡ଼ା ଅଫିସ,୧୩।୧୦: କେନ୍ଦ୍ରାପଡ଼ା ଜିଲାକୁ ଶିଳ୍ପବିହୀନ ଜିଲା ଭାବେ ଗଣାଯାଏ । ଏଠାରେ ଖଣି ନ ଥିଲେ ମଧ୍ୟ କୃଷିଭିିତ୍ତିକ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି । ଏକଦା ଝୋଟ ଉତ୍ପାଦନ କ୍ଷେତ୍ରରେ ଏହି ଜିଲା ସୁନାମ ଆଣିଥିଲା । ଏପରି କି ଏହାର ପ୍ରଚାର, ପ୍ରସାର ସହିତ ଆର୍ଥିକ ସ୍ବାବଲମ୍ବିତା ପାଇଁ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେଠାରେ ୩ ପ୍ରକାର ନୂତନ ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସମୃଦ୍ଧ କରିଥିଲେ । ତେବେ ଏହି ଗବେଷଣା କେନ୍ଦ୍ର ଏବେ ନାମକୁମାତ୍ର ରହିଛି ।ପ୍ଲାଷ୍ଟିକର ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ନଳିତା ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଚଢ଼ା ଦରରେ ଖୋଲା ବଜାରରୁ ମଞ୍ଜି କ୍ରୟ ହେଉଥିବା ବେଳେ ଗତବର୍ଷ ତୁଳନାରେ ୯୦ ପ୍ରତିଶତ ଚାଷ କମିଛି ବୋଲି ଚାଷୀମାନେ ମତ ଦେଇଛନ୍ତି ।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାର ମୋଟ ୨୧୫୨ ହେକ୍ଟର ଜମିରେ ନଳିତା ଚାଷ ହୋଇଥିଲା । ଜଳବାୟୁ, ମୃତ୍ତିକା ଏହି ଚାଷ ପାଇଁ ଉପଯୁକ୍ତ ଥିବାରୁ ୨୦୧୦ରେ ଏହାର ପ୍ରସାର ହୋଇ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ନଳିତା ଚାଷ କରାଯାଇଥିଲା । ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗ ଠାରେ ୪୬ ଏକର ଜମିରେ ଝୋଟ ଗବେଷଣାଗାର ପ୍ରତିଷ୍ଠା ହୋଇଥିଲା । ବିଭିନ୍ନ କିସମର ବିହନକୁ ନେଇ ୨୦୧୪ରେ ୧୪ ହଜାର ହେକ୍ଟର ଜମିରେ ନଳିତା ଚାଷ କରାଯାଇଥିଲା। ହେଲେ ଗତ ୪ ବର୍ଷ ହେବ ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ ହୋଇଯାଇଛି । ଜିଲା ପାଇଁ ପ୍ରତିବର୍ଷ ପ୍ରାୟ ୩୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ୨୦୧୮ରେ ମାତ୍ର ୨ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି । ଗତ ୩ ବର୍ଷ ଧରି ଗବେଷଣା କେନ୍ଦ୍ରର ବିକ୍ରୟ କେନ୍ଦ୍ରକୁ ବିହନ ଆସିବା ବନ୍ଦ ହୋଇଯାଇଛି । ପ୍ରାୟ ୯୦ ପ୍ରତିଶତ ଚାଷ ଜିଲାରେ କମିଛି ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ୍‌ର ହଳଧର ଦାଶ କହିଛନ୍ତି, ଅର୍ଥକରୀ ଫସଲ ନଳିତା ଚାଷ ପ୍ରତି ସରକାରୀ ପ୍ରୋତ୍ସାହନର ଅଭାବ ରହିଛି। ସେଥିପାଇଁ ଚାଷୀମାନେ ଝୋଟଚାଷକୁ ସହଜରେ ଗ୍ରହଣ କରୁନାହାନ୍ତ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ଲାଷ୍ଟିକ ଅଖା ପ୍ରଚଳନ ବନ୍ଦ କରାଯାଇ ଝୋଟ ବ୍ୟାଗ୍‌କୁ ପ୍ରୋତ୍ସାହିତ କରାଯିବ। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ପାଇଁ ଉପଯୁକ୍ତ ଭିତ୍ତିଭୂମି ଥିଲେ ମଧ୍ୟ ସହଯୋଗ ମିଳୁନାହିଁ । ଚଳିତ ବର୍ଷ ୧୨ ଏକର ଜମିରେ ନଳିତା ଚାଷ କରିଥିବା କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡ଼ା କୁହନ୍ତି, କେନ୍ଦ୍ରାପଡ଼ାର ମାଟି ନଳିତା ଚାଷ ପାଇଁ ଉପଯୁକ୍ତ । ଏହି ଚାଷ କରି କୋଲକାତାକୁ ଝୋଟ ପଠାଇବା ସହିତ ମିଠା ଓ ପିତା ନଳିତା ବିକ୍ରି ହେଉଥିଲା । ଏଥିସହିତ ଦୀପାବଳିରେ କାଉଁରିଆ କାଠି ବିକ୍ରି କରାଯାଇ ହାତକୁ ବେଶ ଦୁଇ ପଇସା ଆସୁଥିଲା । ତେବେ କୃଷି ବିଭାଗର ଅପାରଗତା ଯୋଗୁ ଚଳିତ ବର୍ଷ ବିହନ ମିଳିବା ସମ୍ଭବ ହେଲାନାହିଁ । ଫଳରେ ଖୋଲା ବଜାରରୁ ଆଣିଥିବା ବିହନରୁ ଉପଯୁକ୍ତ ଅମଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ପାରିପଙ୍ଗରାର ସରସ୍ବତୀ ସାମଲ କୁହନ୍ତି, ଝୋଟକୁ ବ୍ୟବହାର କରି ଏକ କୁଟୀର ଶିଳ୍ପ ଚାଲିଛି । ସ୍ବୟଂ ସହାୟକ ଗୋଷ୍ଠୀର ୬୦ରୁ ଊର୍ଦ୍ଧ୍ୱ ମହିଳା ଏହାକୁ ପରିଚାଳନା କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଝୋଟ ନ ଥିବାରୁ ବାହାର ଜିଲାରୁ କିଣିବାକୁ ପଡୁଛି । ବଜାରରେ ପ୍ଲାଷ୍ଟିକର ଚାହିଦା ବଢ଼ୁଛି । ଝୋଟ ତିଆରି ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ପାରୁନାହୁଁ । ଗୋଷ୍ଠୀ ଉତ୍ପାଦର ଲାଭାଂଶ କମିଯାଉଛି ବୋଲି ସେ ମତ ଦେଇଛନ୍ତି ।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶିବପ୍ରସାଦ ମଲ୍ଲିକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଚଳିତବର୍ଷ ଝୋଟ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି । ବିହନ ଓ ଅନ୍ୟାନ୍ୟ କୃଷି ସରଞ୍ଜାମରେ ରିହାତି ବ୍ୟବସ୍ଥା ହୋଇଛି । ଆସନ୍ତା ବର୍ଷ ଏହି ଜିଲାରେ ନଳିତା ଚାଷକୁ ଗୁରୁତ୍ୱ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?