୯୦ ପ୍ରତିଶତ କମିଛି ନଳିତା ଚାଷ

କେନ୍ଦ୍ରାପଡ଼ା ଅଫିସ,୧୩।୧୦: କେନ୍ଦ୍ରାପଡ଼ା ଜିଲାକୁ ଶିଳ୍ପବିହୀନ ଜିଲା ଭାବେ ଗଣାଯାଏ । ଏଠାରେ ଖଣି ନ ଥିଲେ ମଧ୍ୟ କୃଷିଭିିତ୍ତିକ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି । ଏକଦା ଝୋଟ ଉତ୍ପାଦନ କ୍ଷେତ୍ରରେ ଏହି ଜିଲା ସୁନାମ ଆଣିଥିଲା । ଏପରି କି ଏହାର ପ୍ରଚାର, ପ୍ରସାର ସହିତ ଆର୍ଥିକ ସ୍ବାବଲମ୍ବିତା ପାଇଁ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେଠାରେ ୩ ପ୍ରକାର ନୂତନ ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସମୃଦ୍ଧ କରିଥିଲେ । ତେବେ ଏହି ଗବେଷଣା କେନ୍ଦ୍ର ଏବେ ନାମକୁମାତ୍ର ରହିଛି ।ପ୍ଲାଷ୍ଟିକର ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ନଳିତା ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଚଢ଼ା ଦରରେ ଖୋଲା ବଜାରରୁ ମଞ୍ଜି କ୍ରୟ ହେଉଥିବା ବେଳେ ଗତବର୍ଷ ତୁଳନାରେ ୯୦ ପ୍ରତିଶତ ଚାଷ କମିଛି ବୋଲି ଚାଷୀମାନେ ମତ ଦେଇଛନ୍ତି ।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାର ମୋଟ ୨୧୫୨ ହେକ୍ଟର ଜମିରେ ନଳିତା ଚାଷ ହୋଇଥିଲା । ଜଳବାୟୁ, ମୃତ୍ତିକା ଏହି ଚାଷ ପାଇଁ ଉପଯୁକ୍ତ ଥିବାରୁ ୨୦୧୦ରେ ଏହାର ପ୍ରସାର ହୋଇ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ନଳିତା ଚାଷ କରାଯାଇଥିଲା । ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗ ଠାରେ ୪୬ ଏକର ଜମିରେ ଝୋଟ ଗବେଷଣାଗାର ପ୍ରତିଷ୍ଠା ହୋଇଥିଲା । ବିଭିନ୍ନ କିସମର ବିହନକୁ ନେଇ ୨୦୧୪ରେ ୧୪ ହଜାର ହେକ୍ଟର ଜମିରେ ନଳିତା ଚାଷ କରାଯାଇଥିଲା। ହେଲେ ଗତ ୪ ବର୍ଷ ହେବ ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ ହୋଇଯାଇଛି । ଜିଲା ପାଇଁ ପ୍ରତିବର୍ଷ ପ୍ରାୟ ୩୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ୨୦୧୮ରେ ମାତ୍ର ୨ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି । ଗତ ୩ ବର୍ଷ ଧରି ଗବେଷଣା କେନ୍ଦ୍ରର ବିକ୍ରୟ କେନ୍ଦ୍ରକୁ ବିହନ ଆସିବା ବନ୍ଦ ହୋଇଯାଇଛି । ପ୍ରାୟ ୯୦ ପ୍ରତିଶତ ଚାଷ ଜିଲାରେ କମିଛି ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ୍‌ର ହଳଧର ଦାଶ କହିଛନ୍ତି, ଅର୍ଥକରୀ ଫସଲ ନଳିତା ଚାଷ ପ୍ରତି ସରକାରୀ ପ୍ରୋତ୍ସାହନର ଅଭାବ ରହିଛି। ସେଥିପାଇଁ ଚାଷୀମାନେ ଝୋଟଚାଷକୁ ସହଜରେ ଗ୍ରହଣ କରୁନାହାନ୍ତ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ଲାଷ୍ଟିକ ଅଖା ପ୍ରଚଳନ ବନ୍ଦ କରାଯାଇ ଝୋଟ ବ୍ୟାଗ୍‌କୁ ପ୍ରୋତ୍ସାହିତ କରାଯିବ। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ପାଇଁ ଉପଯୁକ୍ତ ଭିତ୍ତିଭୂମି ଥିଲେ ମଧ୍ୟ ସହଯୋଗ ମିଳୁନାହିଁ । ଚଳିତ ବର୍ଷ ୧୨ ଏକର ଜମିରେ ନଳିତା ଚାଷ କରିଥିବା କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡ଼ା କୁହନ୍ତି, କେନ୍ଦ୍ରାପଡ଼ାର ମାଟି ନଳିତା ଚାଷ ପାଇଁ ଉପଯୁକ୍ତ । ଏହି ଚାଷ କରି କୋଲକାତାକୁ ଝୋଟ ପଠାଇବା ସହିତ ମିଠା ଓ ପିତା ନଳିତା ବିକ୍ରି ହେଉଥିଲା । ଏଥିସହିତ ଦୀପାବଳିରେ କାଉଁରିଆ କାଠି ବିକ୍ରି କରାଯାଇ ହାତକୁ ବେଶ ଦୁଇ ପଇସା ଆସୁଥିଲା । ତେବେ କୃଷି ବିଭାଗର ଅପାରଗତା ଯୋଗୁ ଚଳିତ ବର୍ଷ ବିହନ ମିଳିବା ସମ୍ଭବ ହେଲାନାହିଁ । ଫଳରେ ଖୋଲା ବଜାରରୁ ଆଣିଥିବା ବିହନରୁ ଉପଯୁକ୍ତ ଅମଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ପାରିପଙ୍ଗରାର ସରସ୍ବତୀ ସାମଲ କୁହନ୍ତି, ଝୋଟକୁ ବ୍ୟବହାର କରି ଏକ କୁଟୀର ଶିଳ୍ପ ଚାଲିଛି । ସ୍ବୟଂ ସହାୟକ ଗୋଷ୍ଠୀର ୬୦ରୁ ଊର୍ଦ୍ଧ୍ୱ ମହିଳା ଏହାକୁ ପରିଚାଳନା କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଝୋଟ ନ ଥିବାରୁ ବାହାର ଜିଲାରୁ କିଣିବାକୁ ପଡୁଛି । ବଜାରରେ ପ୍ଲାଷ୍ଟିକର ଚାହିଦା ବଢ଼ୁଛି । ଝୋଟ ତିଆରି ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ପାରୁନାହୁଁ । ଗୋଷ୍ଠୀ ଉତ୍ପାଦର ଲାଭାଂଶ କମିଯାଉଛି ବୋଲି ସେ ମତ ଦେଇଛନ୍ତି ।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶିବପ୍ରସାଦ ମଲ୍ଲିକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଚଳିତବର୍ଷ ଝୋଟ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି । ବିହନ ଓ ଅନ୍ୟାନ୍ୟ କୃଷି ସରଞ୍ଜାମରେ ରିହାତି ବ୍ୟବସ୍ଥା ହୋଇଛି । ଆସନ୍ତା ବର୍ଷ ଏହି ଜିଲାରେ ନଳିତା ଚାଷକୁ ଗୁରୁତ୍ୱ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri