କଟକ ଅଫିସ,୧୩।୧୦: ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଗିରଫ ହୋଇଥିବା ୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଛି। ସେମାନଙ୍କୁ ମାରାଥନ ଜେରା କରାଯିବା ପରେ ୨ଅଧିକାରୀଙ୍କଠାରୁ ଭିଜିଲାନ୍ସ ପୁଣି ଲକ୍ଷାଧିକ ଟଙ୍କା ଓ ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ନିର୍ଦ୍ଦେଶାଳୟର ସୂଚନା ମୁତାବକ, ବାଲେଶ୍ୱରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି)ର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ସରକାରୀ ବାସଭବନରୁ ପୁଣି ୬ ଲକ୍ଷ ୩୫ହଜାର ୭୨୩ ଟଙ୍କା ଜବତ ହୋଇଛି, ଯାହାକୁ ମିଶାଇ ତାଙ୍କଠାରୁ ମୋଟ ଜବତ ହୋଇଥିବା ଟଙ୍କା ୧୬ ଲକ୍ଷ ୫୦ହଜାର ୧୩ଟଙ୍କାକୁ ବୃଦ୍ଧି ପାଇଛି। ଏହାସହିତ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ନରୋତ୍ତମ ବେହେରାଙ୍କ ବହୁମୂଲ୍ୟ ପ୍ଲଟ ମଧ୍ୟ ଠାବ ହୋଇଛି। ଅନ୍ୟପଟେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ୫ଟି ବହୁମୂଲ୍ୟ ପ୍ଲଟ ଠାବ ହୋଇଛି। କଟକ ଦୋଳମୁଣ୍ଡାଇ ନିକଟରେ ଗୋଟିଏ ଏବଂ ଛତ୍ରପୁରରେ ୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି। ଫଳରେ ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୯ ଲକ୍ଷ ୧୧ହଜାର ୪୪୩ ଟଙ୍କା ଜବତ କରାଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର କେନ୍ଦୁଝର ଜିଲା ଶାଳପଡ଼ାର ବୈତରଣୀ ଜଳସେଚନ ଡିଜିଜନର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ଏସପିସିବି ବାଲେଶ୍ୱରର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଓ ରାଉରକେଲାର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ସମସ୍ତ ଅଧିକାରୀଙ୍କଠାରୁ ଭିଜିଲାନ୍ସ ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା।

କରୋନା ସମୟରେ ନନ୍ଦନକାନନରେ ନୂଆ ଅତିଥି
ବାରଙ୍ଗ,୯ା୯(ଡି.ଏନ୍.ଏ.): କରୋନା ସମୟରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୪୨ନଂ ଏନକ୍ଲୋଜରରେ ରହୁଥିବା ଗୟଳ ବୁଧବାର ସକାଳେ ଗୋଟିଏ ଶାବକ ଜନ୍ମ ଦେଇଛି। ମାଆ ଓ ଛୁଆ...

ପୁଣି ସୁସ୍ଥ ହେଲେ ୧୪୯
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୨୨୮୨ରେ ପହଞ୍ଚିଛି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ...

କଟକଣାରେ ଅଧିବେଶନ ଆରମ୍ଭ
ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
କଟକ ଅଫିସ,୧୧ା୧: ବାରବାଟୀରେ ବୁଧବାର ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏଥିରେ ଯୋଗଦେଇ ଓଡ଼ିଶାକୁ ଭୂୟସୀ ପ୍ରଶଂସା...

ବଢ଼ିବନି ବିଦ୍ୟୁତ୍ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍ସି) ଏବେ ଆଉ ଶୁଳ୍କ...

ଜିଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର,୧୪।୫(ବ୍ୟୁରୋ): କୋଭିଡ୍ ମହାମାରୀ ଯୋଗୁ ଗତ ୨ବର୍ଷ ଧରି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠପଢା ଆରମ୍ଭ...

ଶ୍ରୀଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ମାପଚୁପ
ପୁରୁଣା ଭୁବନେଶ୍ୱର,୬ା୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ, ବିକାଶ କାମ ଜାରି ରହିଛି। ହେଲେ ଠାକୁରଙ୍କ ବହୁସ୍ଥାନରେ ଥିବା ଜମିକୁ ଜବରଦଖଲକାରୀମାନେ କବ୍ଜାରେ ରଖଛନ୍ତି। ଏହି...

ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା
ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ...