‘କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ ଭାଜପା’

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସକ୍ରମେ ଗ୍ରାମାଞ୍ଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ସେହିଭଳି ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠିରେ ବ୍ୟାପକ ଅର୍ଥ ଆସୁଛି। ଏହି ଅର୍ଥରେ ପଞ୍ଚାୟତର ଭିତ୍ତିଭୂମି ବିକାଶ ସମେତ ଆର୍ଥିକ ସ୍ବାବଲମ୍ବୀ ହେବା ମୂଳ ଉଦ୍ଦେଶ୍ୟ। କିନ୍ତୁ ପଞ୍ଚାୟତ ସ୍ତରରେ ଶାସକ ଦଳ ନେତାଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍‌ ହେଉଛି। ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି। ତେଣୁ ଭାଜପା ଆଉ ସେମିତି ହେବାକୁ ଦେବନାହିଁ। ଏଣିକି ରାଜ୍ୟରେ ଭାଜପା ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ‘ଆମ ପ୍ରତିଶ୍ରୁତି ଆମ ସଂକଳ୍ପ’କୁ ସମୀର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମୀର କହିଛନ୍ତି, ପ୍ରତି ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ ହେଉଛି ଭାଜପା ରାଜନୀତିର ମୂଳମନ୍ତ୍ର। ଭାଜପା ଜିତିଲେ ପଞ୍ଚାୟତ ଓ ବ୍ଲକ୍‌ରୁ ପିସି କାରବାର ବନ୍ଦ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଞ୍ଚ ଦେବାକୁ ପଡିବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ। ଆଇନ ଅନୁଯାୟୀ ପଞ୍ଚାୟତରେ ସରପଞ୍ଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା/ପଲ୍ଲିସଭା ଜରିଆରେ ପଞ୍ଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପଞ୍ଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଞ୍ଚମାନେ ଖର୍ଚ୍ଚ କରିବେ। ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ମାର୍ଫତରେ ଧାନମଣ୍ଡି ଖୋଲିବା ପାଇଁ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଜରିଆରେ ବ୍ୟବସ୍ଥା କରାଯିବଜ କୃଷକମାନେ ତାଙ୍କ ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିପାରିବେ ତା’ର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ୱରରୁ ଟୋକନ୍‌ ମିଳିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ସେହିପରି ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ଦୂର କରିବା ସହିତ କମ୍‌ ସୁଧରେ କିପରି ଋଣ ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଷ୍ଟ୍ରିଟ୍‌ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ଗାଁ ଗହଳିରେ ପର୍ଯ୍ୟାପ୍ତ ସଂଖ୍ୟାରେ ମଦଦୋକାନ ଖୋଲି ଓଡ଼ିଆ ଗ୍ରାମ୍ୟ ସଂସ୍କୃତିକୁ ଧ୍ୱଂସକରି ସାରିଲେଣି। ମଦଦୋକାନଗୁଡିକ ଜନବସତି, ସ୍କୁଲ, କଲେଜ, ଉପାସନା ପୀଠ ଏବଂ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲିବାର ନିୟମ ରହିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ନିୟମ ଉଲ୍ଲଂଘନ କରି ମଦଦୋକାନ ଖୋଲାଯିବା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?