‘କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ ଭାଜପା’

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସକ୍ରମେ ଗ୍ରାମାଞ୍ଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ସେହିଭଳି ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠିରେ ବ୍ୟାପକ ଅର୍ଥ ଆସୁଛି। ଏହି ଅର୍ଥରେ ପଞ୍ଚାୟତର ଭିତ୍ତିଭୂମି ବିକାଶ ସମେତ ଆର୍ଥିକ ସ୍ବାବଲମ୍ବୀ ହେବା ମୂଳ ଉଦ୍ଦେଶ୍ୟ। କିନ୍ତୁ ପଞ୍ଚାୟତ ସ୍ତରରେ ଶାସକ ଦଳ ନେତାଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍‌ ହେଉଛି। ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି। ତେଣୁ ଭାଜପା ଆଉ ସେମିତି ହେବାକୁ ଦେବନାହିଁ। ଏଣିକି ରାଜ୍ୟରେ ଭାଜପା ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ‘ଆମ ପ୍ରତିଶ୍ରୁତି ଆମ ସଂକଳ୍ପ’କୁ ସମୀର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମୀର କହିଛନ୍ତି, ପ୍ରତି ଓଡ଼ିଆଙ୍କ ସୁରକ୍ଷା ଓ ବିକାଶ ହେଉଛି ଭାଜପା ରାଜନୀତିର ମୂଳମନ୍ତ୍ର। ଭାଜପା ଜିତିଲେ ପଞ୍ଚାୟତ ଓ ବ୍ଲକ୍‌ରୁ ପିସି କାରବାର ବନ୍ଦ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଞ୍ଚ ଦେବାକୁ ପଡିବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ। ଆଇନ ଅନୁଯାୟୀ ପଞ୍ଚାୟତରେ ସରପଞ୍ଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା/ପଲ୍ଲିସଭା ଜରିଆରେ ପଞ୍ଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ପଞ୍ଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଞ୍ଚମାନେ ଖର୍ଚ୍ଚ କରିବେ। ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ମାର୍ଫତରେ ଧାନମଣ୍ଡି ଖୋଲିବା ପାଇଁ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଜରିଆରେ ବ୍ୟବସ୍ଥା କରାଯିବଜ କୃଷକମାନେ ତାଙ୍କ ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିପାରିବେ ତା’ର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ୱରରୁ ଟୋକନ୍‌ ମିଳିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ସେହିପରି ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ଦୂର କରିବା ସହିତ କମ୍‌ ସୁଧରେ କିପରି ଋଣ ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଷ୍ଟ୍ରିଟ୍‌ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ଗାଁ ଗହଳିରେ ପର୍ଯ୍ୟାପ୍ତ ସଂଖ୍ୟାରେ ମଦଦୋକାନ ଖୋଲି ଓଡ଼ିଆ ଗ୍ରାମ୍ୟ ସଂସ୍କୃତିକୁ ଧ୍ୱଂସକରି ସାରିଲେଣି। ମଦଦୋକାନଗୁଡିକ ଜନବସତି, ସ୍କୁଲ, କଲେଜ, ଉପାସନା ପୀଠ ଏବଂ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲିବାର ନିୟମ ରହିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ନିୟମ ଉଲ୍ଲଂଘନ କରି ମଦଦୋକାନ ଖୋଲାଯିବା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri