ପରିବେଶ କ୍ଷୟକ୍ଷତି ଭରଣା ପାଇଁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ ଠାରୁ ତାଳଚେର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ ହୋଇଛି। ଏହାସହ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ମୋରମ୍‌ ବ୍ୟବହାରରେ ପରିବେଶଗତ ଅନୁମତିର କ୍ଷତିଭରଣା ଏବଂ ଆବଶ୍ୟକ ରାଜସ୍ବ, ଜରିମାନା ଟଙ୍କା ଦାଖଲ ନ କରି କୋରଜନ କୋରଭିୟମ୍‌ ଠିକାସଂସ୍ଥାକୁ କ୍ଷମା କରି ଦିଆଯାଇଛି। ଏହି ମର୍ମରେ ରୁଜୁ ମାମଲା(ନ. ୩/୨୦୧୭)ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗତ ୨୫ା୧ା୨୦୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ବେଆଇନ ମୋରମ ଉତ୍ତୋଳନ ଉପରେ ଅସ୍ପଷ୍ଟ ରହିଥିବା କ୍ଷତିଭରଣା, ରାଜସ୍ବ ଓ ଜରିମାନା ପରିମାଣ ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ଯାଜପୁର ଜିଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଜାରି କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲଠାରୁ ତାଳଚେର ପର୍ଯ୍ୟନ୍ତ ୧୩୩ କିମି ସମ୍ପ୍ରସାରଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା। ଏହି କାମ ପାଇଁ କୋରଜନ କୋରଭିୟମ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ ସେତେବେଳେ ଏହି ଠିକାସଂସ୍ଥା ପରିବେଶଗତ ଅନୁମତି ଆଇନକୁ ଫୁ କରି ସେଠାକାର ତହସିଲ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ସ୍ଥାନରୁ ମୋରମ, ମାଟି ଇତ୍ୟାଦି ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରିଥିଲା। ଏନେଇ ପରିବେଶବିତ୍‌ ଶଶିଭୂଷଣ ପଟ୍ଟନାୟକଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଏନ୍‌ଜିଟିରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁସାରେ ମୋଟ୍‌ ଦୂରତାରୁ ଚଣ୍ଡିଖୋଲଠାରୁ ବ୍ରାହ୍ମଣୀ ବ୍ରିଜ୍‌ ପର୍ଯ୍ୟନ୍ତ ୧୫ ମିଟର ଓସାର ରାସ୍ତା ଓ ୩ ମିଟର ଉଚ୍ଚତା କାମରେ ହଜାରରୁ ଊର୍ଦ୍ଧ୍ୱ ଟନ୍‌ ମାଟି ଓ ମୋରମ ବ୍ୟବହାର ହୋଇଥିଲା। ଧର୍ମଶାଳା ତହସିଲ ଅଧୀନ କଣ୍ଟପଡ଼ା, କୁସୁନପୁର, ଚକ୍ରଧରପୁର, ବାଘୁଆ, ବାଲିସାହି, ଚଡ଼େଇଧରା, ବରଡ଼ା, ଝାଟିଆପଡ଼ା, ମାଣ୍ଡିଆ, ଆରୁହା, କବାଟବନ୍ଧ, ଓସରା, ପୁରୁଣାବନ୍ଧ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରୁ ଏହି ବେଆଇନ ମୋରମ୍‌ ଉତ୍ତୋଳନ ହୋଇଥିଲା। ତେବେ ପୂର୍ବରୁ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଦାଖଲ ସତ୍ୟପାଠରେ ୫,୬୦,୩୭୬ ଘନମିଟର ମୋରମ୍‌ ବ୍ୟବହାର ହୋଇଥିଲା। ହେଲେ ସେଥିରୁ ମାତ୍ର ୧,୭୨,୧୬୨ ଘନମିଟର ମୋରମ୍‌ ଉପରେ ରାଜସ୍ବ ଟଙ୍କା ଦାଖଲ ହୋଇଛି। ବାକି ରାଜସ୍ବ ଦାଖଲ ନ କରି ସମ୍ପୃକ୍ତ ଠିକାସଂସ୍ଥାକୁ ଛାଡ଼ି ଦିଆଯାଇଛି। ତେବେ ବିଭିନ୍ନ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଯୋଗୁ ଠିକାସଂସ୍ଥା କୋର୍‌ଜନ କୋରଭିୟମ୍‌ ସହ ହୋଇଥିବା ଚୁକ୍ତିକୁ ଗତ ୨୦୧୭ ମାର୍ଚ୍ଚରେ ଏନ୍‌ଏଚ୍‌ଏଆଇ(ଜାତୀୟ ରାଜପଥ ପ୍ରାଧିକରଣ) ପକ୍ଷରୁ ଖାରଜ ହୋଇଥିଲା। ତେବେ ଲୁଟ୍‌ ହୋଇଥିବା ମାଟି ଓ ମୋରମ୍‌ ଉପରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଆବଶ୍ୟକ ପରିମାଣ ରାଜସ୍ବ ଆଦାୟ କରା ନ ଯାଇ ଉକ୍ତ ଠିକାସଂସ୍ଥାକୁ ଛାଡ଼ି ଦିଆଯାଇଥିଲା। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏହାବାଦ୍‌ ପରିବେଶଗତ ଅନୁମତିର ଉଲ୍ଲଂଘନ ହୋଇଥିବାରୁ ରାଜସ୍ବ ସହ କ୍ଷତିଭରଣା ଆଦାୟରେ ଏନ୍‌ଏଚ୍‌ଏଆଇ ବିଫଳ ହୋଇଥିଲା। ତେଣୁ ଏହି ଅଭିଯୋଗ ଉପରେ ଏନ୍‌ଜିଟି ଗୁରୁତ୍ୱ ଦେଇ ପରବର୍ତ୍ତୀ ଶୁଣାଣି ୯ା୩ା୨୦୨୨ରେ ଉପଯୁକ୍ତ ଭାବେ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ବାରାଣ୍ଟାଇନ୍‌ ଛାଡ଼ି ବାହାରେ ବୁଲୁଛନ୍ତି ପ୍ରବାସୀ

ପୁରୀ ଅଫିସ,୧୨ା୫: ମହାମାରୀ କରୋନା ରାଜ୍ୟରେ ଭୟଙ୍କର ରୂପ ଧାରଣ କଲାଣି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଗଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି।...

ପୁଣି ବଦଳିଲା ତାରିଖ: ମେ’ ୧୬ରେ ପିପିଲି ଭୋଟ୍‌

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପୁଣି ଥରେ ବଦଳିଛି ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ମେ’ ୧୩ ତାରିଖର ଭୋଟ୍‌ ଗ୍ରହଣ ନେଇ ଘୋଷଣା କରାଯାଇଥିଲା। ହେଲେ ଏବେ ମେ’...

ବନ୍ତଳା, ମାଧପୁରରେ ଭୁଶୁଡ଼ିଲା ଘର

ବନ୍ତଳା/ମାଧପୁର, ୯।୯(ଡି.ଏନ.ଏ.) ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଢିପସାହିରେ ରଞ୍ଜନ ମୁଖୀଙ୍କ ଘର ଭାଙ୍ଗିଯାଇଛି। ଫଳରେ ତାଙ୍କ ପରିବାରର ୩ ଜଣ...

ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ

ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା...

୩୧ ଯାଏ ଓଏଚ୍‌ଆର୍‌ସି କାର୍ଯ୍ୟାଳୟକୁ ପ୍ରବେଶ ମନା

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୋଷାଳୀ ଭବନସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଆସନ୍ତା...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ଝୁମ୍ପୁରା, ୯।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ରବିବାର ମଧ୍ୟାହ୍ନରେ ବଜ୍ରପାତରେ ବ୍ରହ୍ମାନନ୍ଦ ନାଏକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାରିଆ...

ଲିଙ୍ଗଗତ ଅସମାନତା ଉପରେ ଲଣ୍ଡନରେ ପିଜି କରୁଛନ୍ତି ଶ୍ୱେତରୂପା

ପାରାଦୀପ,୩ା୩(ସ୍ବ.ପ୍ର.): ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ମେଧାବୀ ଛାତ୍ରୀ ଶ୍ୱେତରୂପା ମିଶ୍ର ଏବେ ଲଣ୍ଡନର ସୋଆସ(ସ୍କୁଲ ଅଫ୍‌ ଓରିଏଣ୍ଟାଲ ଆଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡିଜ) ବିଶ୍ୱବିଦ୍ୟାଳୟରେ ପିଜି...

ଚକାଜାମ କଲା ମୋଟର ଚାଳକ ସଂଘ: ବରଗଡ଼ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ

ବରଗଡ଼ ଅଫିସ,୨୭।୭: ମୋଟର ଚାଳକ(ଡ୍ରାଇଭର)ଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ କରି ୯ଦଫା ଦାବି ନେଇ ମଙ୍ଗଳବାର ଓଡ଼ିଶା...

Advertisement
Archives

Model This Week