ସରପଞ୍ଚ ପ୍ରାର୍ଥୀଙ୍କ ଘର ପଛ ପଟେ ଫୁଟିଲା ବୋମା

ପୁରୀ ଅଫିସ,୨୮।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭରୁ ହିଁ ପୁରୀ ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଲାଣି। ଗୋପ ଓ ପୁରୀ ଚନ୍ଦନପୁର ପରେ ଗୁରୁବାର ସଦର ଥାନା ଅଧୀନ କାଶୀହରିପୁର ପଞ୍ଚାୟତ ଚାରିନଳା ଗ୍ରାମସ୍ଥିତ ବସନ୍ତେଇ ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ବୋମା ବିସ୍ଫୋରଣ ହୋଇଛି। ତେବେ ସେଠାରେ ପୂର୍ବରୁ ବୋମା ରଖାଯାଇଥିଲା ନା ଫିଙ୍ଗାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଟିମ୍‌ ଓ ବମ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛି। ସେଠାରୁ ଏକ ଜୀବନ୍ତ ବୋମା ଜବତ କରାଯାଇଛି। ଏନେଇ କେସ୍‌ ନଂ. ୩୭/୨୦୨୨ ରୁଜୁ ହୋଇଛି। ସଦର ଥାନା ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ରାଜନୈତିକ ଆକ୍ରୋଶରୁ କେହି ପୂର୍ବରୁ ସେଠାରେ ବୋମା ରଖିଥିବା ଅନୁମାନ କରାଯାଉଛି। ମୁକ୍ତିକାନ୍ତ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ମୁକ୍ତିକାନ୍ତ କହିଛନ୍ତି, ଠାକୁରଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ବାରିପଟେ ଏକ ଜୋର୍‌ ବିସ୍ଫୋରଣ ହୋଇଥିଲା। ବୋମା ବିସ୍ଫୋରଣ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ୍‌, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ

ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ...

ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା...

ଭଞ୍ଜନଗରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ପାଳିତ

ଭଞ୍ଜନଗର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ...

ବଗଳାମୁଖି ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍‌

ଚିକିଟି,୨୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିପେଣ୍ଠ ସ୍ଥିତ ବଗଳାମୁଖି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ରବିବାର ବିଳମି୍ବତ ରାତିରେ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛିି।...

ଆଜି ରାଜ୍ୟରୁ ୨୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୨୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୮,୦୭୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି...

ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ

ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହଁି ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍‌ ଗୁଳି...

ଶିକ୍ଷକ ଦାବିରେ ୧୧ ଦିନ ହେଲା ସ୍କୁଲରେ ପଡିଛି ତାଲା: ତୁରନ୍ତ ସମସ୍ୟା ସମାଧାନ ନ ହେଲେ ରାସ୍ତା ଅବରୋଧ ନେଇ ଚେତାବନୀ

ଭବାନୀପାଟଣା,୨୦।୮(ଡି.ଏନ୍‌.ଏ.): ଶିକ୍ଷକ ଦାବିରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କର୍ଲାପଡା କ୍ଲଷ୍ଟର ଅନ୍ତର୍ଗତ ପରିଆ ୟୁପି ସ୍କୁଲରେ ୧୧ ଦିନ ହେଲା ତାଲା ଝୁଲୁଛି ।...

Advertisement
Archives

Model This Week