ମୋ ଘର କଂଗ୍ରେସ ଭବନ: ପ୍ରସାଦ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ପୁରୀ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୬ ଜିଲା ପରିଷଦ ଜୋନ୍‌ରେ କଂଗ୍ରେସ ଗୋଟିଏ ହେଲେ ପ୍ରାର୍ଥୀ ନ ଦେବା ଘଟଣାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିଛନ୍ତି। ଦଳ ପକ୍ଷରୁ ଟିକେଟ୍‌ ଦିଆଯିବା ସମ୍ପୂର୍ଣ୍ଣ ପିସିସି ସଭାପତିଙ୍କ ପ୍ରାଧିକୃତ। ପିସିସି ସଭାପତିଙ୍କ ସ୍ବାକ୍ଷରରେ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଥାଏ। ଏହି ପ୍ରସଙ୍ଗରେ ଆଲୋଚନା ହେବାପରେ ମଧ୍ୟ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆ ନ ଯିବା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ପ୍ରସାଦ କହିଛନ୍ତି।
ରୋଟାରି କ୍ଲବଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରସାଦ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ୍‌ ଦେଇ ତାଙ୍କ ପାଖକୁ ପଠାଯାଇଥିଲା। ହେଲେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ବୁଝୁ ନ ଥିବାରୁ ଟିକେଟ ନେବାକୁ ସେ ମନା କରିଦେଇଥିଲେ। କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ, ପ୍ରସାଦ ବିଜେଡି ଯିବେ ଓ ସେଥିପାଇଁ ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲେ। ସେ ଆଶା କରୁଥିଲେ, ଏହି ଖବର ସମ୍ପର୍କରେ ପିସିସି ସ୍ପଷ୍ଟୀକରଣ ରଖିବ। କିନ୍ତୁ ରଖିଲା ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲି। ସେ ସତ୍ୟବାଦୀରୁ ନିର୍ବାଚନ ନ ଲଢ଼ନ୍ତୁ ବୋଲି ପିସିସି ସଭାପତି ଚାହୁଁଥିଲେ। କିନ୍ତୁ ମୁଁ ପ୍ରଭାରୀଙ୍କୁ ନିର୍ବାଚନ ଲଢ଼ିବିନି ବୋଲି କହିବା ପରେ ମଧ୍ୟ ଅତର୍କିତ ଭାବେ ତାଙ୍କ ନାଁ ଘୋଷଣା କରାଗଲା, ଯାଦ୍ଦ୍ବାରା ସେ ପରାସ୍ତ ହେଲେ। ସେ ରାଜନୀତିରେ ଥିଲେ, ଅଛନ୍ତି ଓ ରହିବେ ବୋଲି କହିଛନ୍ତି। ଦୁଃଖର ବିଷୟ କଂଗ୍ରେସର ଲଢ଼େଇ ଭାଜପା ଓ ବିଜେଡି ସହ ହେବା କଥା। କିନ୍ତୁ ଏଠି କଂଗ୍ରେସର ଲଢେଇ କଂଗ୍ରେସ ସହ ହେଉଛି। ଦାୟିତ୍ୱ ଦିଆଯାଏ ନ ହେଲେ ନିଆଯାଏ, କାହା ଉପରେ ଲଦି ଦିଆଯାଏନି। ଆମେ ସବୁବେଳେ ସେଠାରୁ ଜିତୁଥିଲୁ। ଏଥର କିନ୍ତୁ ଜିଲା ସଭାପତି କି ବ୍ଲକ ସଭାପତି ଦିଆଗଲାନି। ଯେଉଁମାନେ ମୁଁ ଅସ୍ତ୍ର ତ୍ୟାଗ କରିଥିବା କଥା କହୁଛନ୍ତି ତାହା ଭୁଲ୍‌। କିଛି ଲୋକ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା କରିଛନ୍ତି। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି କି ସେମାନେ ଏହାର ପ୍ରମାଣ ଦିଅନ୍ତୁ। ଯେଉଁମାନଙ୍କ ନିକଟରେ ଖଣି ଏବଂ ଗଣମାଧ୍ୟମ ରହିଛି ସେମାନେ ଡିଲ୍‌ କରିବେ। ଏପରି କି ଅନେକ ଘର ଯଥା ବିଜେଡି, ଭାଜପା, ଜନତା ପାର୍ଟି, ସମୃଦ୍ଧ ଓଡିଶା, ଓଜିପି ଯାଇକି ଆସିଛନ୍ତି ଆଜି ସେମାନେ ଅଧିକ କଥା କହୁଛନ୍ତି। ସେମାନଙ୍କ ମଧ୍ୟରୁ କିଏ ୩ ଥର, କିଏ ୫ ଥର କିଏ ୬ ଥର ଘର ବଦଳେଇଛନ୍ତି। ସେମାନେ ଆଜି ମୋ ବିଷୟରେ ଅପପ୍ରଚାର କରୁଛନ୍ତି ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି। ମୋ ପାଖରେ ବହୁ ଦସ୍ତାବିଜ ଅଛି। ନିର୍ବାଚନ ପରେ ଅନେକଙ୍କ ଗୁମର ଖୋଲବି। ୩ ବର୍ଷ ହେଲା ଘରୁ ବାହାରୁନି ବୋଲି ଅନେକେ ଅଭିଯୋଗ କରୁଛନ୍ତି। ୩ ବର୍ଷ ନୁହେଁ, ୩୩ ବର୍ଷ ହେଲା ଘରୁ ବାହାରି ନାହିଁ। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବା ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ କଂଗ୍ରେସ ସହ ରହିଛି ବୋଲି ପ୍ରସାଦ କହିବା ସହ ୨୦୨୪ରେ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?