ପୁରୀ ଶିଶୁକନ୍ୟା ବଳାତ୍କାର ମାମଲା: ପିପିଲିରୁ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୨୮।୧: ପୁରୀ ଟାଉନ ଥାନା ଅଞ୍ଚଳରେ ଗତ ୨୩ ତାରିଖରେ ୫ବର୍ଷୀୟା ଶିଶୁକନ୍ୟାକୁ ଉଠାଇନେଇ ବଳାତ୍କାର କରାଯିବା ମାମଲାର ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ପୁରୀ ପୋଲିସ ବୁଧବାର ରାତିରେ ଗିରଫ କରିଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସୀମାନ୍ତ ପିପିଲି ଅଞ୍ଚଳରୁ ମହେଶଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା କରାଯିବା ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ତାଙ୍କୁ ସହଯୋଗ କରିଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ମାମଲାକୁ ରେଡ୍‌ଫ୍ଲାଗ୍‌ କେସ୍‌ରେ ସାମିଲ କରାଯିବାକୁ ପଦକ୍ଷେପ ନିଆଯିବ। ସେହିପରି ୨୦ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଇ କୋର୍ଟରେ ଚାର୍ଜଶିଟ ଦାଖଲ କରାଯିବ। ମାମଲାର ତ୍ୱରିତ ଶୁଣାଣି ପାଇଁ ମଧ୍ୟ ପୋଲିସ ଉଦ୍ୟମ କରିବ। ଅନ୍ୟପକ୍ଷରେ ପୀଡ଼ିତା ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥିତ କରାଇବାକୁ ପୋଲିସ ସବୁ ପ୍ରକାର ସହଯୋଗ କରୁଛି ବୋଲି ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି କନଓ୍ବର ବିଶାଲ ସିଂ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ସମ୍ପୃକ୍ତ ଶିଶୁକନ୍ୟାଙ୍କୁ ବଳାତ୍କାର ନେଇ ପରିବାର ପକ୍ଷରୁ ପୁରୀ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ଫେରାର ଅଭିଯୁକ୍ତ ମହେଶଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ପୁରୀ ପୋଲିସ ପକ୍ଷରୁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଏବଂ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀଙ୍କ ତତ୍ତ୍ୱାବଧାନରେ ୪ଟି ସ୍ବତନ୍ତ୍ର ଟିମ୍‌ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭୁବନେଶ୍ୱର, କଟକ, ପିପିଲି, ବ୍ରହ୍ମଗିରି, କୋଣାର୍କ, ଛଇତନା, ପାରାଦୀପ, ଜଗତ୍‌ସିଂହପୁର ପ୍ରଭୃତି ବିଭିନ୍ନ ସ୍ଥାନ ସହ ଅଭିଯୁକ୍ତଙ୍କ ପୈତୃକ ବାସସ୍ଥଳୀ ବାଲିକୁଦା ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିବାରୁ କୌଣସି ଡିଜିଟାଲ୍‌ ମାଧ୍ୟମରେ ନୁହେଁ ବରଂ ପୋଲିସ ଟିମ୍‌ କଠିନ ପରିଶ୍ରମ କରି ତାଙ୍କୁ ଧରିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସମୁଦ୍ରକୂଳ ଥାନା ଓ ଟାଉନ ଥାନାରେ ମାମଲା ରହିଛି। ପ୍ରଥମେ ଆଇପିସି ଧାରା ୨୯୪, ୫୦୬ରେ କେସ୍‌ ନମ୍ବର ୨୦/୨୦୨୨ ରୁଜୁ ହୋଇଥିଲା। ପରେ ଆଇପିସି ଧାରା ୩୭୬ (ଏ), (ବି) ଏବଂ ପୋକ୍ସୋ ଆକ୍ଟ ସେକ୍ସନ୍‌-୬ ସମେତ ପୂର୍ବ ମାମଲା ଆଧାରରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ଜିଲା ଆଇନସେବା ପ୍ରାଧିକରଣ ସହ ମଧ୍ୟ ଆଲୋଚନା ଜାରି ରହିଛି। ପରବର୍ତ୍ତୀ ବୈଠକରେ ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିବା ନେଇ ନିଶ୍ଚିତ କରାଯିବ। ଚାର୍ଜଶିଟ୍‌ ଦାଖଲ ନ ହେବା ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ କହିବା ଠିକ୍‌ ହେବ ନାହିଁ ବୋଲି ଏସ୍‌ପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri