ପୁରୀ ଶିଶୁକନ୍ୟା ବଳାତ୍କାର ମାମଲା: ପିପିଲିରୁ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୨୮।୧: ପୁରୀ ଟାଉନ ଥାନା ଅଞ୍ଚଳରେ ଗତ ୨୩ ତାରିଖରେ ୫ବର୍ଷୀୟା ଶିଶୁକନ୍ୟାକୁ ଉଠାଇନେଇ ବଳାତ୍କାର କରାଯିବା ମାମଲାର ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ପୁରୀ ପୋଲିସ ବୁଧବାର ରାତିରେ ଗିରଫ କରିଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସୀମାନ୍ତ ପିପିଲି ଅଞ୍ଚଳରୁ ମହେଶଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା କରାଯିବା ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ତାଙ୍କୁ ସହଯୋଗ କରିଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ମାମଲାକୁ ରେଡ୍‌ଫ୍ଲାଗ୍‌ କେସ୍‌ରେ ସାମିଲ କରାଯିବାକୁ ପଦକ୍ଷେପ ନିଆଯିବ। ସେହିପରି ୨୦ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଇ କୋର୍ଟରେ ଚାର୍ଜଶିଟ ଦାଖଲ କରାଯିବ। ମାମଲାର ତ୍ୱରିତ ଶୁଣାଣି ପାଇଁ ମଧ୍ୟ ପୋଲିସ ଉଦ୍ୟମ କରିବ। ଅନ୍ୟପକ୍ଷରେ ପୀଡ଼ିତା ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥିତ କରାଇବାକୁ ପୋଲିସ ସବୁ ପ୍ରକାର ସହଯୋଗ କରୁଛି ବୋଲି ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି କନଓ୍ବର ବିଶାଲ ସିଂ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ସମ୍ପୃକ୍ତ ଶିଶୁକନ୍ୟାଙ୍କୁ ବଳାତ୍କାର ନେଇ ପରିବାର ପକ୍ଷରୁ ପୁରୀ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ଫେରାର ଅଭିଯୁକ୍ତ ମହେଶଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ପୁରୀ ପୋଲିସ ପକ୍ଷରୁ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଏବଂ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀଙ୍କ ତତ୍ତ୍ୱାବଧାନରେ ୪ଟି ସ୍ବତନ୍ତ୍ର ଟିମ୍‌ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଭୁବନେଶ୍ୱର, କଟକ, ପିପିଲି, ବ୍ରହ୍ମଗିରି, କୋଣାର୍କ, ଛଇତନା, ପାରାଦୀପ, ଜଗତ୍‌ସିଂହପୁର ପ୍ରଭୃତି ବିଭିନ୍ନ ସ୍ଥାନ ସହ ଅଭିଯୁକ୍ତଙ୍କ ପୈତୃକ ବାସସ୍ଥଳୀ ବାଲିକୁଦା ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରାଯାଇଥିଲା। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିବାରୁ କୌଣସି ଡିଜିଟାଲ୍‌ ମାଧ୍ୟମରେ ନୁହେଁ ବରଂ ପୋଲିସ ଟିମ୍‌ କଠିନ ପରିଶ୍ରମ କରି ତାଙ୍କୁ ଧରିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସମୁଦ୍ରକୂଳ ଥାନା ଓ ଟାଉନ ଥାନାରେ ମାମଲା ରହିଛି। ପ୍ରଥମେ ଆଇପିସି ଧାରା ୨୯୪, ୫୦୬ରେ କେସ୍‌ ନମ୍ବର ୨୦/୨୦୨୨ ରୁଜୁ ହୋଇଥିଲା। ପରେ ଆଇପିସି ଧାରା ୩୭୬ (ଏ), (ବି) ଏବଂ ପୋକ୍ସୋ ଆକ୍ଟ ସେକ୍ସନ୍‌-୬ ସମେତ ପୂର୍ବ ମାମଲା ଆଧାରରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ଜିଲା ଆଇନସେବା ପ୍ରାଧିକରଣ ସହ ମଧ୍ୟ ଆଲୋଚନା ଜାରି ରହିଛି। ପରବର୍ତ୍ତୀ ବୈଠକରେ ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିବା ନେଇ ନିଶ୍ଚିତ କରାଯିବ। ଚାର୍ଜଶିଟ୍‌ ଦାଖଲ ନ ହେବା ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ କହିବା ଠିକ୍‌ ହେବ ନାହିଁ ବୋଲି ଏସ୍‌ପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?