ଭିଜିବ ଦୀପାବଳି
ଭୁବନେଶ୍ୱର,୨।୧୧(ବ୍ୟୁରୋ): ଭିଜିବ ଦୀପାବଳି। ଉତ୍ତର ଶ୍ରୀଲଙ୍କାଠାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଯାଏ ଲମ୍ବିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲି ପାଗ ଲାଗିରହିଛି। ଏଥିସହ ଦକ୍ଷିଣ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ କିଛି ଅଞ୍ଚଳରେ…
ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମାଗିଲେ ଇସ୍ତଫା
ଭବାନୀପାଟଣା,୨।୧୧: କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରା ହତ୍ୟା ଘଟଣାରେ ଆଜି ଭବାନୀପାଟଣା ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଛନ୍ତି ଭାଜପା ଯୁବ ନେତା। ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୪୦କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ଥିବା ବେଳେ ଭୁବନେଶ୍ୱରରୁ ଜଣେ, ଜଗତସିଂହପୁରରୁ ଜଣେ ଏବଂ ପୁରୀରୁ ଜଣଙ୍କର…
ପୁଣି ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୨୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୬ ଜଣ ଲୋକାଲ…
କୋଭିଡ୍ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ୩ରୁ ଆବେଦନ
ଭୁବନେଶ୍ୱର,୨।୧୧(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର କିମ୍ବା ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ…
କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ
ତାଳଚେର,୨।୧୧(ନି.ପ୍ର.) ତାଳଚେରସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଦୁଇଦିନ ହେଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ,…
ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ
ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତାଳଚେର ବିଧାୟକ…
କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା
ଅନୁଗୋଳ ଅଫିସ, ୨।୧୧ ତୈଳ, ରନ୍ଧନ ଗ୍ୟାସ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ମୂଲ୍ୟ ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ଅନୁଗୋଳ ବିଜୁ ମହିଳା ସଙ୍ଗଠନ। ସୋମବାର ପୂର୍ବାହ୍ନରେ ଅନୁଗୋଳ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରା…
ନିକେତନ ଓଡ଼ିଶା ଟପ୍ପର
ଭୁବନେଶ୍ୱର, ୨।୧୧(ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଏନ୍ଇଇଟି(ୟୁଜି) ରେଜଲ୍ଟ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ଘୋଷିତ ଫଳ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୩ ଜଣ ପରିକ୍ଷାର୍ଥୀ ର଼୍ୟାଙ୍କ-୧ରେ ରହିଛନ୍ତି। ସେମାନେ ହେଲେ…
ସ୍ଥାଣୁ ପାଲଟିଛି ବ୍ରିଟ୍
ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି ଆଲୋକୀକରଣ, ପାର୍କ ନିର୍ମାଣ ଓ ନବୀକରଣ, ନାଳନର୍ଦ୍ଦମା ନିର୍ମାଣ ସହ ଜିଲାରେ ହେଉଥିବା ଜମିବାଡ଼ି…
ଭଦ୍ରକ କାଳୀ ପୂଜା: ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ
ଭଦ୍ରକ ଅଫିସ, ୨ା୧୧- ଭଦ୍ରକର ଐତିହାସିକ କାଳୀପୂଜା ଗୁୁରୁବାର ଆରମ୍ଭ ହେବ। ଭଦ୍ରକ କାଳୀ ପୀଠରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଚରମ୍ପାରେ ମଧ୍ୟରାତ୍ରିରୁ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ଏବେ ମା’ଙ୍କ ପୂଜାକୁ…
ଘରେ ପଶି ମା’ ଝିଅଙ୍କୁ ହାଣିଲେ
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଶୈଳେଶ୍ରୀ ବିହାର ଅଞ୍ଚଳରେ ସୋମବାର ଜଣେ ଯୁବକ ଲେଡିସ୍ ପୋଷାକ ପିନ୍ଧି ପଡୋଶୀଙ୍କ ଘରେ ପଶି ମା’-ଝିଅଙ୍କୁ ଛୁରା ମାଡ କରିଛନ୍ତି। ପ୍ରତିଆକ୍ରମଣରେ ଯୁବକ ଜଣକ ମଧ୍ୟ ଆହତ ହୋଇଛନ୍ତି। ଆହତ ମା’ ଝିଅ ହେଲେ…
Archives


