ନବୀନଙ୍କ ମ୍ୟାଜିକ୍‌

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ଶନିବାରଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ଦୁର୍ନୀତି ବିରୋଧୀ ପଦକ୍ଷେପ ଜନମାନସରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ଶାସନ ସମ୍ଭାଳୁଥିବା ନବୀନଙ୍କ ଭାବମୂର୍ତ୍ତି ଏବେ ବି ଅମଳିନ ରହିଛି। ସହରଠୁ ଗଁା ସବୁଠି ସେ ଅତ୍ୟନ୍ତ ଜନପ୍ରିୟ ନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ନବୀନଙ୍କ ଯାଦୁକରି ବ୍ୟକ୍ତିତ୍ୱ ଆଗରେ ବିରୋଧୀଙ୍କ କୌଣସି ରଣନୀତି କାମ ଦେଉନି। ଦୀର୍ଘ ବର୍ଷ ପରେ ମଧ୍ୟ ସେ ଜନମାନସରେ ଜଣେ ସର୍ବୋଚ୍ଚ ନେତା ହୋଇ ରହିଛନ୍ତି। ଦୁର୍ନୀତି ବିରୋଧୀ ଶାସନ, ସରଳ ଓ ନିରାଡ଼ମ୍ବର ଜୀବନ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଛି। ତାଙ୍କ ମ୍ୟାଜିକ ଆଗରେ ପ୍ରମୁଖ ବିରୋଧୀ ଦଳ ନିଜର ସତ୍ତା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ଯେତେ ଯାହା ରଣନୀତି ଆପଣାଇଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିକଟରେ ବିରୋଧୀଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ନିଜର ଲୋକପ୍ରିୟତା ପାଇଁ କଂଗ୍ରେସକୁ ହଟାଇ ସେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ନବୀନଙ୍କ ବିଜୟଯାତ୍ରା ଜାରି ରହିଛି। ଏହି ଦୀର୍ଘ ସମୟ ଭିତରେ ଅନେକ ଝଡ଼ଝଞ୍ଜା ଆସିଥିଲେ ମଧ୍ୟ ନବୀନଙ୍କ ପ୍ରତିଭା ନିକଟରେ ସେସବୁ ଫିକା ପଡ଼ିଯାଇଛି। ନିଜର ଶାସନଶୈଳୀ ଯୋଗୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସଫଳ ହୋଇଛନ୍ତି। ଏଥିପାଇଁ ଗଁାଗହଳିରେ ମତଦାତା ସ୍ଥାନୀୟ ପ୍ରତିନିଧିଙ୍କୁ ବାଛିବା ବେଳେ ନବୀନଙ୍କ ମୁହଁକୁ ଦେଖି ଭୋଟ ଦେଉଛନ୍ତି।

 

ଜିଲା ମୋଟ ଗଣତି ବିଜେଡି ଭାଜପା କଂଗ୍ରେସ ଅନ୍ୟାନ୍ୟ
ଜୋନ ଜୋନ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ
ଅନୁଗୋଳ ୨୮ ୦୮ ୦/୮ ୦/୦ ୦/୦ ୦/୦
ବାଲେଶ୍ୱର ୪୫ ୧୩ ୦/୧୨ ୦/୧ ୦/୦ ୦/୦
ବରଗଡ଼ ୩୪ ୧୨ ୨/୮ ୦/୨ ୦/୦ ୦/୦
ଭଦ୍ରକ ୨୮ ୦୭ ୦/୭ ୦/୦ ୦/୦ ୦/୦
ବଲାଙ୍ଗୀର ୩୪ ୧୪ ୧/୧୧ ୦/୨ ୦/୦ ୦/୦
ବୌଦ୍ଧ ୦୯ ୦୩ ୦/୨ ୦/୧ ୦/୦ ୦/୦
କଟକ ୪୬ ୧୪ ୦/୧୩ ୦/୧ ୦/୦ ୦/୦
ଦେବଗଡ଼ ୦୭ ୦୩ ୦/୩ ୦/୦ ୦/୦ ୦/୦
ଢେଙ୍କାନାଳ ୨୭ ୦୮ ୦/୪ ୦/୪ ୦/୦ ୦/୦
ଗଜପତି ୧୪ ୦୭ ୦/୫ ୦/୦ ୦/୨ ୦/୦
ଗଞ୍ଜାମ ୬୯ ୨୨ ୧/୨୧ ୦/୦ ୦/୦ ୦/୦
ଜଗତ୍‌ସିଂହପୁର ୨୬ ୦୮ ୦/୮ ୦/୦ ୦/୦ ୦/୦
ଯାଜପୁର ୩୯ ୧୦ ୦/୧୦ ୦/୦ ୦/୦ ୦/୦
ଝାରସୁଗୁଡ଼ା ୦୯ ୦୫ ୦/୫ ୦/୦ ୦/୦ ୦/୦
କଳାହାଣ୍ଡି ୩୬ ୧୩ ୦/୯ ୦/୪ ୦/୦ ୦/୦
କନ୍ଧମାଳ ୧୮ ୧୨ ୦/୧୦ ୦/୦ ୦/୨ ୦/୦
କେନ୍ଦ୍ରାପଡ଼ା ୩୨ ୦୯ ୧/୮ ୦/୦ ୦/୦ ୦/୦
କେନ୍ଦୁଝର ୩୭ ୧୩ ୦/୧୨ ୦/୧ ୦/୦ ୦/୦
ଖୋର୍ଦ୍ଧା ୩୦ ୧୦ ୦/୯ ୦/୧ ୦/୦ ୦/୦
କୋରାପୁଟ ୨୯ ୧୪ ୦/୮ ୦/୦ ୦/୫ ୧/୦
ମାଲକାନଗିରି ୧୫ ୦୭ ୦/୬ ୦/୦ ୧/୦ ୦/୦
ମୟୂରଭଞ୍ଜ ୫୬ ୨୬ ୦/୨୪ ୦/୦ ୦/୦ ୦/୨
ନବରଙ୍ଗପୁର ୨୬ ୧୦ ୦/୯ ୦/୦ ୦/୦ ୦/୧
ନୟାଗଡ଼ ୨୪ ୦୮ ୦/୮ ୦/୦ ୦/୦ ୦/୦
ନୂଆପଡ଼ା ୧୪ ୦୫ ୧/୩ ୦/୧ ୦/୦ ୦/୦
ପୁରୀ ୩୩ ୧୧ ୦/୧୧ ୦/୦ ୦/୦ ୦/୦
ରାୟଗଡ଼ା ୨୨ ୧୧ ୦/୭ ୦/୦ ୦/୪ ୦/୦
ସମ୍ବଲପୁର ୧୮ ୦୯ ୧/୮ ୦/୦ ୦/୦ ୦/୦
ସୁବର୍ଣ୍ଣପୁର ୧୩ ୦୬ ୦/୫ ୦/୦ ୦/୧ ୦/୦
ସୁନ୍ଦରଗଡ଼ ୩୫ ୧୭ ୦/୧୫ ୦/୧ ୦/୦ ୦/୧
ମୋଟ ୮୫୩ ୩୧୫ ୬/୨୭୦ ୦/୧୯ ୧/୧୪ ୧/୪


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ କରେସ୍‌ପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ୧୯ରୁ ଆବେଦନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଯୁକ୍ତ୨ ପ୍ରଥମ ବର୍ଷ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୧୯ ତାରିଖ ପୂର୍ବାହ୍ନ...

‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଡିଜିପିଙ୍କ କଲ୍‌ସେଣ୍ଟର ପରିଦର୍ଶନ: ୩ ଅଭିଯୋଗକାରୀଙ୍କଠାରୁ ରିପୋର୍ଟ ନେଲେ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଥାନାରେ ସ୍ବଚ୍ଛତା ଆସିବ। ମିଳିବ ନ୍ୟାୟ ଓ ପୋଲିସର ଉତ୍ତମ ବ୍ୟବହାର। ଏନେଇ...

ଓଳଗ ପଞ୍ଚାୟତ ଶଟ୍‌ ଡାଉନ

ଆରଡ଼ି,୨୧ା୮(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନୁସୟା ସେଠୀ ୫ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ଶଟ୍‌...

ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ...

କୁଚିଣ୍ଡା ବିଇଓଙ୍କୁ ବାଟରୁ ଉଠାଇ ନେଲା ଭିଜିଲାନ୍ସ

ସମ୍ବଲପୁର/କୁଚିଣ୍ଡା, ୧୦।୭ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ପ୍ରଫୁଲ୍ଲ କୁମାର ନାୟକଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ...

ମହଙ୍ଗା ପଡ଼ିଲା ନକଲି ଶିକ୍ଷକଙ୍କୁ ସୁରକ୍ଷା

ଯାଜପୁର ଅଫିସ,୨୯।୧୦: ରାଜ୍ୟର ବିଭିନ୍ନ ଶିକ୍ଷା ଜିଲାରେ ଜାଲ୍‌ ପ୍ରମାଣପତ୍ର ମାଧ୍ୟମରେ ବହୁ ଲୋକ ଶିକ୍ଷକତା କରୁଛନ୍ତି। ତାଲିକାଭୁକ୍ତ ନକଲି ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ...

ବାପା ଉପରେ ଥାଇ ଆଶୀର୍ବାଦ କରିଛନ୍ତି, ମୁଁ ତାଙ୍କ ଅଧୁରା ସ୍ବପ୍ନପୂରଣ କରିବି

ଝାରସୁଗୁଡ଼ା ଅଫିସ, ୧୩।୫: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି। ଦୀପାଳି କହିଛନ୍ତି, ଏ...

ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

କଟକ ଅଫିସ, ୭ା୧- ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଛି। ଭାରତୀୟ...

Advertisement
Archives

Model This Week