ନବୀନଙ୍କ ମ୍ୟାଜିକ୍‌

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଜନନେତା। ଶନିବାରଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ଦୁର୍ନୀତି ବିରୋଧୀ ପଦକ୍ଷେପ ଜନମାନସରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ଶାସନ ସମ୍ଭାଳୁଥିବା ନବୀନଙ୍କ ଭାବମୂର୍ତ୍ତି ଏବେ ବି ଅମଳିନ ରହିଛି। ସହରଠୁ ଗଁା ସବୁଠି ସେ ଅତ୍ୟନ୍ତ ଜନପ୍ରିୟ ନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ନବୀନଙ୍କ ଯାଦୁକରି ବ୍ୟକ୍ତିତ୍ୱ ଆଗରେ ବିରୋଧୀଙ୍କ କୌଣସି ରଣନୀତି କାମ ଦେଉନି। ଦୀର୍ଘ ବର୍ଷ ପରେ ମଧ୍ୟ ସେ ଜନମାନସରେ ଜଣେ ସର୍ବୋଚ୍ଚ ନେତା ହୋଇ ରହିଛନ୍ତି। ଦୁର୍ନୀତି ବିରୋଧୀ ଶାସନ, ସରଳ ଓ ନିରାଡ଼ମ୍ବର ଜୀବନ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଛି। ତାଙ୍କ ମ୍ୟାଜିକ ଆଗରେ ପ୍ରମୁଖ ବିରୋଧୀ ଦଳ ନିଜର ସତ୍ତା ବଜାୟ ରଖିବାକୁ ସଂଘର୍ଷ କରୁଛନ୍ତି। ଯେତେ ଯାହା ରଣନୀତି ଆପଣାଇଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ନିକଟରେ ବିରୋଧୀଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରୁଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ସ୍ଥାପନ କରିଥିଲେ। ନିଜର ଲୋକପ୍ରିୟତା ପାଇଁ କଂଗ୍ରେସକୁ ହଟାଇ ସେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ନବୀନଙ୍କ ବିଜୟଯାତ୍ରା ଜାରି ରହିଛି। ଏହି ଦୀର୍ଘ ସମୟ ଭିତରେ ଅନେକ ଝଡ଼ଝଞ୍ଜା ଆସିଥିଲେ ମଧ୍ୟ ନବୀନଙ୍କ ପ୍ରତିଭା ନିକଟରେ ସେସବୁ ଫିକା ପଡ଼ିଯାଇଛି। ନିଜର ଶାସନଶୈଳୀ ଯୋଗୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ ସଫଳ ହୋଇଛନ୍ତି। ଏଥିପାଇଁ ଗଁାଗହଳିରେ ମତଦାତା ସ୍ଥାନୀୟ ପ୍ରତିନିଧିଙ୍କୁ ବାଛିବା ବେଳେ ନବୀନଙ୍କ ମୁହଁକୁ ଦେଖି ଭୋଟ ଦେଉଛନ୍ତି।

 

ଜିଲା ମୋଟ ଗଣତି ବିଜେଡି ଭାଜପା କଂଗ୍ରେସ ଅନ୍ୟାନ୍ୟ
ଜୋନ ଜୋନ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ ବିଜୟୀ/ଆଗୁଆ
ଅନୁଗୋଳ ୨୮ ୦୮ ୦/୮ ୦/୦ ୦/୦ ୦/୦
ବାଲେଶ୍ୱର ୪୫ ୧୩ ୦/୧୨ ୦/୧ ୦/୦ ୦/୦
ବରଗଡ଼ ୩୪ ୧୨ ୨/୮ ୦/୨ ୦/୦ ୦/୦
ଭଦ୍ରକ ୨୮ ୦୭ ୦/୭ ୦/୦ ୦/୦ ୦/୦
ବଲାଙ୍ଗୀର ୩୪ ୧୪ ୧/୧୧ ୦/୨ ୦/୦ ୦/୦
ବୌଦ୍ଧ ୦୯ ୦୩ ୦/୨ ୦/୧ ୦/୦ ୦/୦
କଟକ ୪୬ ୧୪ ୦/୧୩ ୦/୧ ୦/୦ ୦/୦
ଦେବଗଡ଼ ୦୭ ୦୩ ୦/୩ ୦/୦ ୦/୦ ୦/୦
ଢେଙ୍କାନାଳ ୨୭ ୦୮ ୦/୪ ୦/୪ ୦/୦ ୦/୦
ଗଜପତି ୧୪ ୦୭ ୦/୫ ୦/୦ ୦/୨ ୦/୦
ଗଞ୍ଜାମ ୬୯ ୨୨ ୧/୨୧ ୦/୦ ୦/୦ ୦/୦
ଜଗତ୍‌ସିଂହପୁର ୨୬ ୦୮ ୦/୮ ୦/୦ ୦/୦ ୦/୦
ଯାଜପୁର ୩୯ ୧୦ ୦/୧୦ ୦/୦ ୦/୦ ୦/୦
ଝାରସୁଗୁଡ଼ା ୦୯ ୦୫ ୦/୫ ୦/୦ ୦/୦ ୦/୦
କଳାହାଣ୍ଡି ୩୬ ୧୩ ୦/୯ ୦/୪ ୦/୦ ୦/୦
କନ୍ଧମାଳ ୧୮ ୧୨ ୦/୧୦ ୦/୦ ୦/୨ ୦/୦
କେନ୍ଦ୍ରାପଡ଼ା ୩୨ ୦୯ ୧/୮ ୦/୦ ୦/୦ ୦/୦
କେନ୍ଦୁଝର ୩୭ ୧୩ ୦/୧୨ ୦/୧ ୦/୦ ୦/୦
ଖୋର୍ଦ୍ଧା ୩୦ ୧୦ ୦/୯ ୦/୧ ୦/୦ ୦/୦
କୋରାପୁଟ ୨୯ ୧୪ ୦/୮ ୦/୦ ୦/୫ ୧/୦
ମାଲକାନଗିରି ୧୫ ୦୭ ୦/୬ ୦/୦ ୧/୦ ୦/୦
ମୟୂରଭଞ୍ଜ ୫୬ ୨୬ ୦/୨୪ ୦/୦ ୦/୦ ୦/୨
ନବରଙ୍ଗପୁର ୨୬ ୧୦ ୦/୯ ୦/୦ ୦/୦ ୦/୧
ନୟାଗଡ଼ ୨୪ ୦୮ ୦/୮ ୦/୦ ୦/୦ ୦/୦
ନୂଆପଡ଼ା ୧୪ ୦୫ ୧/୩ ୦/୧ ୦/୦ ୦/୦
ପୁରୀ ୩୩ ୧୧ ୦/୧୧ ୦/୦ ୦/୦ ୦/୦
ରାୟଗଡ଼ା ୨୨ ୧୧ ୦/୭ ୦/୦ ୦/୪ ୦/୦
ସମ୍ବଲପୁର ୧୮ ୦୯ ୧/୮ ୦/୦ ୦/୦ ୦/୦
ସୁବର୍ଣ୍ଣପୁର ୧୩ ୦୬ ୦/୫ ୦/୦ ୦/୧ ୦/୦
ସୁନ୍ଦରଗଡ଼ ୩୫ ୧୭ ୦/୧୫ ୦/୧ ୦/୦ ୦/୧
ମୋଟ ୮୫୩ ୩୧୫ ୬/୨୭୦ ୦/୧୯ ୧/୧୪ ୧/୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?