ୱାର୍ଲଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଓ ତାଙ୍କ ପ୍ରତିନିଧି ଦଳ ଶନିବାର ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ଖୁସି ଅଭିବ୍ୟକ୍ତ କରିବା ସହ କହିଛନ୍ତି, ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୌଶଳ ଥିବା କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ରହିଛି। ୱାଲର୍‌ଡ ସ୍କିଲ ସେଣ୍ଟର ଆଇଟିଆଇ ଓ ପଲିଟେକ୍ନିକ ଛାତ୍ରୀଛାତ୍ରଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି ଇସ୍ପାତ ମନ୍ତ୍ରୀ କହିଛନ୍ତି। ସେହିଭଳି ୱାଲର୍‌ଡ ସ୍କିଲ ସେଣ୍ଟର ପରିଦର୍ଶନ କରିବା ପରେ ରାଷ୍ଟ୍ରୀୟ ଖଣିଜ ନିଗମର ସିଏମ୍‌ଡି ସୁମିତ ଦେବ କହିଲେ, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ଓଡ଼ିଶା ସରକାର ଯେଉଁ ଅନୁଭୂତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିଛନ୍ତି ତାହା ପ୍ରଶଂସନୀୟ।
ବିଏମ୍‌ସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ସିଇଓ ସଞ୍ଜୟ କୁମାର ସିଂ କହିଲେ, ୱାଲର୍‌ଡ ସ୍କିଲ ସେଣ୍ଟର ଶ୍ରେଷ୍ଠ ଆଇଟିଆଇ ଓ ପଲିଟେକ୍ନିକ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଫିନିସିଂ ସ୍କୁଲ୍‌ ଭାବରେ କାର୍ଯ୍ୟ କରୁଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ପାଇଁ ମଧ୍ୟ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରେଘୁ ଜୀ ପ୍ରତିନିଧି ଦଳଙ୍କୁ ସୂଚନା ଦେଇ କହିଲେ, ଅଠର ମହଲା କୋଠାରେ ଓ୍ବାଲର୍‌ଡ ସ୍କିଲ୍‌ ସେଣ୍ଟର କାର୍ଯ୍ୟ କରୁଥିବାବେଳେ ପ୍ରତି ମହଲା ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ। ୨୦୨୧-୨୨ ବର୍ଷରୁ ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଜେଶନ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ୍‌ ସର୍ଭିସେସ୍‌ ଏବଂ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମ ଆରମ୍ଭ ହୋଇଥିବା ରେଘୁ ଜୀ ଅବଗତ କରାଇଥିଲେ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟମାନେ ସ୍କିଲ ସେଣ୍ଟରର ସମସ୍ତ ଲାବ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?