ବିଜୟଯାତ୍ରାରେ ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶନିବାର କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜୋନ୍‌ଓ୍ବାରି ଗଣନା ଜାରି ରହିବ। ତେବେ ଗଣନାର ପ୍ରଥମ ଦିବସରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଫଳାଫଳ ଏକତରଫା ଆଡ଼କୁ ମୁହଁାଇଛି। ୨୧ ବର୍ଷର ଶାସନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଅମଳିନ ରହିଛି। ରାଜ୍ୟର ପ୍ରାୟ ଅଧିକାଂଶ ଜିଲା ପରିଷଦ ଆସନରେ ବିରୋଧୀ ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜୟ ଆଡ଼କୁ ଆଗେଇ ଚାଲିଛି ବିଜେଡି। ଶାସକ ଦଳର ପ୍ରାର୍ଥୀମାନେ କେତେକ ସ୍ଥାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପଛରେ ପକାଇଛନ୍ତି। କେବଳ ଉପକୂଳ ନୁହେଁ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ବିରୋଧୀଙ୍କୁ ବିଜେଡି ମାତ ଦେଇଚାଲିଛି। ଭାଜପାର ଗଡ଼ କୁହାଯାଉଥିବା ବାଲେଶ୍ୱର, ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼ ଆଦି ଜିଲାରେ ବିଜେଡି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଟକ୍କର ଦେଇ ବିଜୟ ପଥରେ ଆଗେଇ ଚାଲିଛି। ଦୀର୍ଘ ବର୍ଷ ଧରି କଂଗ୍ରେସ କବ୍‌ଜାରେ ଥିବା ଝାରସୁଗୁଡ଼ାରେ ମଧ୍ୟ ରାଜନୈତିକ ଚିତ୍ର ବଦଳିଯାଇଛି। ସମସ୍ତ ଜିଲାରେ ବିଜେଡି ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲା ପରିଷଦକୁ ନିଜ କବ୍‌ଜାକୁ ନେବା ଲକ୍ଷ୍ୟରେ ରହିଛି। ପ୍ରଥମ ଦିବସ ଫଳାଫଳରୁ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି। ବିଜେଡି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, ବଲାଙ୍ଗୀର, କଟକ, ଢେଙ୍କାନାଳ ଜଗତ୍‌ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସୁନ୍ଦରଗଡ଼ ଆଦି ଜିଲାରେ ବିରୋଧୀଙ୍କୁ ବହୁ ପଛରେ ପକାଇଦେଇଛି।
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ଭାଜପା ସବୁଠାରୁ ଭଲ ପ୍ରଦର୍ଶନ କରିଥିଲା। ସର୍ବାଧିକ ଜୋନ୍‌ରେ ଭାଜପା ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଭାଜପା ମୟୂରଭଞ୍ଜରେ ଭୋଟରଙ୍କ ବିଶ୍ୱାସଭାଜନ ହୋଇପାରିନାହିଁ। ପ୍ରଥମ ଦିନ ଗଣତିରେ ୨୪ଟି ଜୋନ୍‌ରେ ବିଜେଡି ଆଗରେ ରହିଛି। ସେହିପରି ଭାଜପା ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ମଧ୍ୟ ଭାଜପା ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଗଣତି ହେଉଥିବା ୧୭ଟି ଯାକ ଜୋନ୍‌ରେ ବିଜେଡି ଆଗରେ ରହିଛି। ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗଡ଼ କୁହାଯାଉଥିବା ସମ୍ବଲପୁରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ। ଏହି ଜିଲାରେ ୯ଟି ଆସନରେ ବିଜେଡି ଆଗୁଆ ରହିଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୮୫୩ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ପ୍ରଥମ ଦିବସରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩୧୫ଟି ଜୋନ୍‌ରେ ଗଣତି ହୋଇଥିବାବେଳେ ବିଜେଡି ୨୭୬ ଆସନରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ୧୯, କଂଗ୍ରେସ ୧୫, ଏବଂ ଅନ୍ୟାନ୍ୟ ୫ ସିଟ୍‌ରେ ଆଗୁଆ ରହିଛନ୍ତି। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍‌ ପେପର ସର୍ଟିଂ ପରେ ଗଣତି ଚାଲିଛି। ମୋଟ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତିସଭ୍ୟ ଓ ୩ ହଜାର ୩୩୯ ଜିଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାବେଳେ ରବିବାର ୩୦୭ ଓ ସୋମବାର ୨୨୯ ଜିଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହେବ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ମୋଟ ଆସନରୁ ୪୭୩ଟି ସିଟ୍‌ରେ ବିଜୟ ହାସଲ କରିଥିବା ବେଳେ ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ସିଟ୍‌ରେ ବିଜୟୀ ହୋଇଥିଲା। ତେବେ ବିଜେଡି ଗତ ନିର୍ବାଚନ ତୁଳନାରେ ଆହୁରି ଭଲ ପ୍ରଦର୍ଶନ କରିବା ସମ୍ଭାବନା ଥିବାବେଳେ ଭାଜପା ଓ କଂଗ୍ରେସ ନିଜ ଗଡ଼ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଶନିବାର ଗଣନାରୁ ଜଣାପଡ଼ିଛି। ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଓ ଭାଜପା ନେତାମାନେ ନିରୁତ୍ସାହିତ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଫଳାଫଳରୁ ଯାହା ଜଣାପଡୁଛି ତାହା ଆଶ୍ଚର୍ଯ୍ୟଜନକ। କଂଗ୍ରେସ ପାଇଁ ଏହା ଦୁର୍ଭାଗ୍ୟଜନକ। ଓଡ଼ିଶାର ଜନସାଧାରଣ ଗଣତନ୍ତ୍ରିକ ପଦ୍ଧତି ଅବଲମ୍ବନ କରି ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ବିପଦ। ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଆବଶ୍ୟକ। ନୀତି ଆଦର୍ଶରେ ଭୁଲ ରହିଲା ନା ସଂଗଠନରେ ଭୁଲ ରହିଲା, ଯେତେଦିନ ପର୍ଯ୍ୟନ୍ତ ତାହା ଖୋଜି ବାହାର କରିବାରେ ଆମେ ସକ୍ଷମ ହୋଇନାହୁଁ ସେ ପର୍ଯ୍ୟନ୍ତ କଂଗ୍ରେସ ଆଗେଇପାରିବ ନାହିଁ। ସେହିପରି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି କହିଛନ୍ତି, ଏହି ଗଣନା ଆମ ପାଇଁ ନୂଆ ଅନୁଭବ। ପ୍ରଥମ ଦିନ ଗଣନା ହୋଇଛି। ଆଉ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ପ୍ରଥମ ଦିବସରେ ଅପ୍ରତ୍ୟାଶିତ ଫଳ ହୋଇଛି। ଜନମତକୁ ଆମେ ସମ୍ମାନ ଦେଉଛୁ। କେଉଁଠି ତ୍ରୁଟି ରହିଲା ତାହାକୁ ନେଇ ସମୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?