ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧ କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ରାଜ୍ୟରେ ଚିହ୍ନଟ ହେଲେ ୧୨୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୭୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୯ ଜଣ ଲୋକାଲ କେସ୍…
ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା
କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ଧରାପଡିଥିଲେ। ଏହି ଘଟଣାରେ ଜେଲ ଯିବା ପରେ ତାଙ୍କୁ ଜିଲା ଶିକ୍ଷା ବିଭାଗ…
୧୦୪୭ କୋଟିର ଯୋଜନା ଅନୁମୋଦନ
ଜଗତ୍ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩୭ଟି ବିଭାଗ ଓ ୨ଟି…
ଆଶା ଆଶଙ୍କାରେ ଆଶାୟୀ
ବରୀ, ୨୫। ୧୨ (ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ତାହାର ତାରିଖ ଘୋଷଣା ହୋଇନାହିଁ। ଏଭଳିସ୍ଥଳେ ଏହି ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଉଠିଥିବା ଆପତ୍ତି ଆଧାରରେ ହାଇକୋର୍ଟ ତାହାକୁ ପ୍ରତ୍ୟାହାର କରି ସାନି…
ଝଲସିବ ଥୁଆମୂଳ-ରାମପୁର ମାଣିକେଶ୍ୱରୀ ପୀଠ
ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): ଝଲସିବ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପୀଠ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସର ପ୍ରତୀକ ପାଲଟିଥିବା ଏହି ମନ୍ଦିର ନୂଆ ରୂପ ପାଇବ। ଏଥିରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଆକାଶବାଣୀର ପୂର୍ବତନ ଉପସ୍ଥାପିକାଙ୍କ ପରଲୋକ
କଟକ ଅଫିସ, ୨୫ା୧୨: ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଉପସ୍ଥାପିକା ତଥା ‘ନାରୀମହଲ’ କାର୍ଯ୍ୟକ୍ରମର ସଞ୍ଚାଳିକା ଗୋପା ଦାସ(୭୩)ଙ୍କର ଗତ ୨୨ ତାରିଖରେ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା…
୧.୧ ଲକ୍ଷ ହିତାଧିକାରୀଙ୍କୁ ଦିଆଗଲା ୩୦.୩ କୋଟି
ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ରାଜ୍ୟର ୧୧୪ ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ବ୍ୟବସାୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି। ଏଥିପୂର୍ବରୁ ମାର୍ଚ୍ଚ ୨୦୨୦ ଏବଂ ଜୁନ୍…
ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ। ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଆଦିବାସୀ ଅଧ୍ୟୁଷିତ ୧୭…
ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ୫ ପର୍ଯ୍ୟାୟରେ ହୋଇଥିଲା
ଭୁବନେଶ୍ୱର,୨୫।୧୨(ବ୍ୟୁରୋ): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଶୁକ୍ରବାର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା ଓ ମହାରାଷ୍ଟ୍ରର ଅବଦାନ ଉପରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ…
ରେଙ୍ଗାଲି ଭୂତଳ ଜଳସେଚନ, ସାଳନ୍ଦୀ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ
ଭୁବନେଶ୍ୱର,୨୫ା୧୨ (ବ୍ୟୁରୋ): ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ରେଙ୍ଗାଲି ଭୂତଳ ପାଇପ ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪୪୩.୨୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରିବେ। ୨୦୨୩ ଡିସେମ୍ବର ସୁଦ୍ଧା…
Archives


