ଭାଙ୍ଗିଦେଲେ ଝାମୁଦଣ୍ଡ, ବନ୍ଦ ହେଲା ପରମ୍ପରା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହପ୍ରସାଦ ଗ୍ରାମରେ ବୁଧବାର ଝାମୁଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗାଁ ଦାଣ୍ଡରେ ଝାମୁଯାତ୍ରା ଚାଲିଥିବାବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିବା ସହ ଦଣ୍ଡୁଆମାନଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ସମ୍ପୃକ୍ତ ଗୋଷ୍ଠୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳରେ କେତେଜଣ ବ୍ୟକ୍ତି ଆହତ ହୋଇଥିବାବେଳେ ସମ୍ପୃକ୍ତ ଗୋଷ୍ଠୀ ଝାମୁଦଣ୍ଡ ଓ ବାଦ୍ୟଯନ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ନଷ୍ଟ କରିଦେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ବିବାଦ ଯୋଗୁ ପୁରୁଣା ପରମ୍ପରା ଭଙ୍ଗ ହେବା ସହ ଝାମୁୁଯାତ୍ରା ବନ୍ଦ ହୋଇଯାଇଛି। ସନ୍ଧ୍ୟା ସାଢେ ୬ଟାରେ ୪୦ରୁ ଉର୍ଦ୍ଧ୍ୱ ଦଣ୍ଡୁଆ ଓ ଗ୍ରାମବାସୀ ଏତଲା ଦେବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ। ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ହେବ ନିରାଡ଼ମ୍ବର ଭାବେ ଦିବ୍ୟସିଂହପ୍ରସାଦ ଗ୍ରାମରେ ଝାମୁଯାତ୍ରା ପାଳନ କରାଯାଉଥିଲା। କଟକଣା ହଟିବା ପରେ ଚଳିତବର୍ଷ ଗାଁରେ ଝାମୁଯାତ୍ରା ହେଉଛି। ବୁଧବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ଦଣ୍ଡୁଆମାନେ ଗାଁ ପୋଖରୀରୁ ସ୍ନାନ ସାରି ଝାମୁଦଣ୍ଡ ଧରି ଶୋଭାଯାତ୍ରାରେ ଯାଉଥିଲେ। ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଗାଳିଗୁଲଜ କରିବା ସହ ଝାମୁଯାତ୍ରା ବନ୍ଦ କର ବୋଲି ଧମକ ଦେଇଥିଲେ। ସେ ଝାମୁଧାରୀଙ୍କୁ ଧକ୍କା ମାରି ତାଙ୍କ ବେକରୁ ସୁନାଚେନ ଛଡ଼ାଇ ନେଇଥିଲେ। ଏହାର ପ୍ରତିବାଦ କରିବାରୁ ଠାକୁରଙ୍କ ସାମଗ୍ରୀ ଫିଙ୍ଗିଦେଇଥିଲେ। ଖଣ୍ଡାରେ ହାଣି ନିଶ୍ଚିହ୍ନ କରିଦେବାକୁ ଧମକ ଦେଇଥିଲେ। କେତେଜଣ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଝାମୁଧାରୀ ଦଣ୍ଡୁଆମାନେ ସେଠାରୁ ଫେରିବା ବେଳେ ପୁଣି ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ଘର ଆଗରେ ଅଟକାଇ ଜାତିଆଣ ଆକ୍ଷେପ ସହ ଦଣ୍ଡୁଆମାନଙ୍କୁ ଠେଲାପେଲା କରିଥିଲେ। ଏହାର ବିରୋଧ କରିବାରୁ ଉକ୍ତ ସମ୍ପ୍ରଦାୟର ଅନ୍ୟମାନେ ଆସି ଦଣ୍ଡୁଆମାନଙ୍କୁ ଗାଳିଗୁଲଜ କରିବା ସହ ଗାଁରୁ ତଡ଼ିଦେବାକୁ ଧମକ ଦେଇଥିଲେ। ଝାମୁଯାତ୍ରା ପାଇଁ ଆୟୋଜନ ହୋଇଥିବା ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀକୁ ସେମାନେ ନଷ୍ଟ କରିଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଏସ୍‌ପି ଅଲେଖ ଚନ୍ଦ୍ର ପହି କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଏଭଳି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଆସନରେ ପ୍ରଚାର କଲେ ପାଣ୍ଡିଆନ, କହିଦେଲେ ଏମିତି…

ଭୁବନେଶ୍ୱର,୭।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ମଙ୍ଗଳବାର ହିଞ୍ଜିଳିରେ ଜୋରଦାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ...

ମିଛ ମାନିଫେଷ୍ଟୋକୁ ନେଇ ବର୍ଷିଲା ବିଜେଡି, କହିଲେ ଭୂଆଁ ବୁଲାଉଛି…

ଭୁବନେଶ୍ୱର,୭।୫: ଭାଜପାର ସୋମବାର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ କରିଛି ବିଜେଡି । ରାଜ୍ୟ ଭାଜପାର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା...

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri