ଭାଙ୍ଗିଦେଲେ ଝାମୁଦଣ୍ଡ, ବନ୍ଦ ହେଲା ପରମ୍ପରା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହପ୍ରସାଦ ଗ୍ରାମରେ ବୁଧବାର ଝାମୁଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗାଁ ଦାଣ୍ଡରେ ଝାମୁଯାତ୍ରା ଚାଲିଥିବାବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିବା ସହ ଦଣ୍ଡୁଆମାନଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ସମ୍ପୃକ୍ତ ଗୋଷ୍ଠୀ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳରେ କେତେଜଣ ବ୍ୟକ୍ତି ଆହତ ହୋଇଥିବାବେଳେ ସମ୍ପୃକ୍ତ ଗୋଷ୍ଠୀ ଝାମୁଦଣ୍ଡ ଓ ବାଦ୍ୟଯନ୍ତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ନଷ୍ଟ କରିଦେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ବିବାଦ ଯୋଗୁ ପୁରୁଣା ପରମ୍ପରା ଭଙ୍ଗ ହେବା ସହ ଝାମୁୁଯାତ୍ରା ବନ୍ଦ ହୋଇଯାଇଛି। ସନ୍ଧ୍ୟା ସାଢେ ୬ଟାରେ ୪୦ରୁ ଉର୍ଦ୍ଧ୍ୱ ଦଣ୍ଡୁଆ ଓ ଗ୍ରାମବାସୀ ଏତଲା ଦେବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ। ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ମୁତୟନ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ହେବ ନିରାଡ଼ମ୍ବର ଭାବେ ଦିବ୍ୟସିଂହପ୍ରସାଦ ଗ୍ରାମରେ ଝାମୁଯାତ୍ରା ପାଳନ କରାଯାଉଥିଲା। କଟକଣା ହଟିବା ପରେ ଚଳିତବର୍ଷ ଗାଁରେ ଝାମୁଯାତ୍ରା ହେଉଛି। ବୁଧବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ଦଣ୍ଡୁଆମାନେ ଗାଁ ପୋଖରୀରୁ ସ୍ନାନ ସାରି ଝାମୁଦଣ୍ଡ ଧରି ଶୋଭାଯାତ୍ରାରେ ଯାଉଥିଲେ। ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ଗାଳିଗୁଲଜ କରିବା ସହ ଝାମୁଯାତ୍ରା ବନ୍ଦ କର ବୋଲି ଧମକ ଦେଇଥିଲେ। ସେ ଝାମୁଧାରୀଙ୍କୁ ଧକ୍କା ମାରି ତାଙ୍କ ବେକରୁ ସୁନାଚେନ ଛଡ଼ାଇ ନେଇଥିଲେ। ଏହାର ପ୍ରତିବାଦ କରିବାରୁ ଠାକୁରଙ୍କ ସାମଗ୍ରୀ ଫିଙ୍ଗିଦେଇଥିଲେ। ଖଣ୍ଡାରେ ହାଣି ନିଶ୍ଚିହ୍ନ କରିଦେବାକୁ ଧମକ ଦେଇଥିଲେ। କେତେଜଣ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଝାମୁଧାରୀ ଦଣ୍ଡୁଆମାନେ ସେଠାରୁ ଫେରିବା ବେଳେ ପୁଣି ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ଘର ଆଗରେ ଅଟକାଇ ଜାତିଆଣ ଆକ୍ଷେପ ସହ ଦଣ୍ଡୁଆମାନଙ୍କୁ ଠେଲାପେଲା କରିଥିଲେ। ଏହାର ବିରୋଧ କରିବାରୁ ଉକ୍ତ ସମ୍ପ୍ରଦାୟର ଅନ୍ୟମାନେ ଆସି ଦଣ୍ଡୁଆମାନଙ୍କୁ ଗାଳିଗୁଲଜ କରିବା ସହ ଗାଁରୁ ତଡ଼ିଦେବାକୁ ଧମକ ଦେଇଥିଲେ। ଝାମୁଯାତ୍ରା ପାଇଁ ଆୟୋଜନ ହୋଇଥିବା ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀକୁ ସେମାନେ ନଷ୍ଟ କରିଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଏସ୍‌ପି ଅଲେଖ ଚନ୍ଦ୍ର ପହି କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଏଭଳି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri