ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକା: ତୃତୀୟରେ ମାଲକାନଗିରି

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକାରେ ତୃତୀୟ ସ୍ଥାନରେ ମାଲକାନଗିରି ରହିଛି। ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି ଥିବା ବେଳେ ୧ମରେ ଆସାମର ଉଦଲଗିରି,୨ୟରେ କର୍ନାଟକର ୟାଦର୍ଗି, ୪ର୍ଥରେ ଛତିଶଗଡ଼ର ସୁକମା ଓ ୫ମ ସ୍ଥାନରେ ବିହାରର ପୂର୍ଣ୍ଣିଆ ଜିଲ୍ଲା ରହିଛି।

କେନ୍ଦ୍ର ସରକାର ୨୦୧୮ ମସିହା ଜାନୁଆରୀରୁ ଶିକ୍ଷା, ସ୍ବାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ ଦେବା ଲାଗି ‘ଆକାଂକ୍ଷୀ ଜିଲା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମଗ୍ର ଦେଶର ମୋଟ ୧୧୫ଟି ପଛୁଆ ଜିଲାକୁ ନିଆଯାଇଥିଲା। ସେଥିରେ ଓଡ଼ିଶାର ୧୦ଟି ଜିଲା ରହିଛି। ଏସବୁ ଜିଲା ପାଇଁ ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ମଝିରେ ମଝି ଜିଲା ଗସ୍ତ କରି କେଉଁଭଳି ଭାବେ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି, ତାହା ଉପରେ ସମୀକ୍ଷା କରୁଛନ୍ତି।

ମଙ୍ଗଳବାର କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ କୋରାପୁଟ ଗସ୍ତ କରି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତରେ ଆସିଛନ୍ତି। ସେହିପରି ମାଲକାନଗିରିକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଳାହାଣ୍ଡିକୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବଲାଙ୍ଗିରକୁ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି, ନବରଙ୍ଗପୁରକୁ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡାଲଜେ, କନ୍ଧମାଳକୁ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର, ରାୟଗଡ଼ାକୁ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ, ନୂଆପଡ଼ାକୁ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ ସିଂ ବାଘେଲ, ଗଜପତିକୁ ଶିଳ୍ପ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଆସିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶିଶୁ ବିଜ୍ଞାନ ସମ୍ମାନ

କଟକ ଅଫିସ, ୯।୮: ଲୋକପ୍ରିୟ ବିଜ୍ଞାନ ଲେଖିକା ତଥା ଶିଶୁ ସାହିତି୍ୟକା ଡ. ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶିଶୁ ବିଜ୍ଞାନ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ...

ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା: ଧରିତ୍ରୀ ଖବରକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଦାୟର, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): ଗତ ୧୭ରେ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନୂଆରୁଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ(୫୩) ଏବଂ ୧୮ରେ ମଇଚାଇପଦା ଗ୍ରାମର ସଞ୍ଜୁଲତା ରାଉତ(୫୨)ଙ୍କର ହାତୀ ଆକ୍ରମଣରେ...

ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ କହିଛନ୍ତି, ତାଙ୍କଠାରେ କରୋନା...

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କୁ...

ଓଡ଼ିଶାରେ ନାହିଁ ଜମତାରା ଗ୍ୟାଙ୍ଗର ଲିଙ୍କ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଡିଜିଟାଲ୍‌ ଯୁଗରେ ଡିଜିଟାଲ୍‌ ଲୁଟ୍‌ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ସତର୍କ ନ ରହିଲେ ଠକେଇର ଶିକାର...

ଢେଙ୍କାନାଳ ଲୋକ ସଭା: ଭାଜପାର ରୁଦ୍ରନାରାୟଣ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୨ୟ ରାଉଣ୍ଡ ଭୋଟଗଣତି ଜାରି ରହିଛି। ପୂର୍ବାହ୍ନ ୧୧.୧୫ ସୁଦ୍ଧା ଏଠାରେ ୧ଲକ୍ଷ ୩୮ ହଜାର ୫୯୦...

ମନ୍ତ୍ରୀ ହେବାପରେ ଦିବ୍ୟଶଙ୍କରଙ୍କ ପ୍ରଥମ କଳାହାଣ୍ଡି ଗସ୍ତ

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ...

Advertisement
Archives

Model This Week