ଭୁବନେଶ୍ୱର, ଗୋଆ, ନଭି ମୁମ୍ବାଇ ଭେନ୍ୟୁ

ଭୁବନେଶ୍ୱର, ୧୪।୪ (କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆଉ ୬ ମାସରୁ କମ୍‌ ସମୟ ଥିବାବେଳେ ଏହା ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ ହେବ ବୋଲି ବୁଧବାର ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଜୁନ ୨୪ରେ ଜୁରିଚ୍‌ଠାରେ ପ୍ରତିଯୋଗିତାର ଡ୍ର’ ଉଠାଣ ହେବ ବୋଲି ଫିଫା ପକ୍ଷରୁ ସ୍ପଷ୍ଟ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୨୦ରେ ହେବାକୁଥିବା ସଂସ୍କରଣକୁ ବାତିଲ କରାଯାଇଥିଲା। କ୍ରମାଗତ ରିଭ୍ୟୁ ଓ ପଡ଼ିଆ ନିରୀକ୍ଷଣ ପରେ ଫିଫା, ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଓ ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଆୟୋଜକ ସହର ନାମ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଉଥିବା ଖେଳାଳି ଓ ଅନ୍ୟ ଅଂଶଗ୍ରହଣକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ ଓ ଭୁବନେଶ୍ୱର, ଗୋଆ, ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମକୁ ଭେନ୍ୟୁଭାବେ ଚୟନ କରାଯାଇଛି। ମହିଳା ଫୁଟବଲର ଉଦୀୟମାନ ପ୍ରତିଭା ଏବଂ ଭବିଷ୍ୟତର ତାରକାଙ୍କୁ ଏହି ଟୁର୍ନାମେଣ୍ଟରେ ଦେଖିବାକୁ ମିଳିବ।

”ସମ୍ପ୍ରତି ବିଶ୍ୱରେ କ୍ୱାଲିଫାଇଂ ପ୍ରକ୍ରିୟା ଚାଲିଥିବାବେଳେ ଆମେ ଡ୍ର’ ଉଠାଣର ତାରିଖ ଘୋଷଣା କରିବାକୁ ଖୁବ୍‌ ଉତ୍ସାହିତ ଥିଲୁ। ଏହା ସହିତ ତିନୋଟି ଆୟୋଜକ ସହର ନାମ ମଧ୍ୟ ସ୍ପଷ୍ଟ ହୋଇଛି“ ବୋଲି ଫିଫାର ମୁଖ୍ୟ ମହିଳା ଫୁଟବଲ ଅଫିସର ସାରାଇ ବେରେମନ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ଜନିତ ସ୍ଥିତି ପରେ ଫିଫା ଅଫିସିଆଲଙ୍କ ଭାରତ ପରିଭ୍ରମଣ ଏବଂ ବିଭିନ୍ନ ଭେନ୍ୟୁ ନିରୀକ୍ଷଣ ପରେ ଟୁର୍ନାମେଣ୍ଟ ସମ୍ପର୍କରେ ନୂଆ ରୂପରେଖ ସ୍ପଷ୍ଟ ହୋଇଥିଲା। ଗୋଆ ଓ ନଭି ମୁମ୍ବାଇ ପୂର୍ବରୁ ଅନ୍ତର୍ଜାତୀୟ ଫଟବଲ ଟୁର୍ନାମେଣ୍ଟ ଆୟୋଜନର ଅଭିଜ୍ଞତା ରଖିଥିବାବେଳେ ଭୁବନେଶ୍ୱର କ୍ରମେ ଏକ ସ୍ପୋର୍ଟିଂ ପାଓ୍ବାର ହାଉସ ଭାବେ ଉଭା ହୋଇଛି। ଆୟୋଜକ ଭାରତ, ବ୍ରାଜିଲ, ଚିଲି, ଚାଇନା, କଲମ୍ବିଆ, ଜାପାନ ଓ ନ୍ୟୁଜିଲାଣ୍ଡ ଆଗାମୀ ପ୍ରତିଯୋଗିତାରେ ଭାଗନେବା ସ୍ପଷ୍ଟ ହୋଇଛି। ଜୁନ ୨୪ରେ ଡ୍ର ଘୋଷଣା ପୂର୍ବରୁ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଉଥିବା ୧୬ ଦଳ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ,୨୯।୮(ପ୍ରଭୁକଲ୍ୟାଣ ପାଲ): ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri