ସୁମିତଙ୍କ ପରିବାରର ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନିର୍ଦ୍ଦେଶ
ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ତପସ୍ବିନୀ-ସୁମିତ ମାମଲାରେ ଶୁକ୍ରବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି) ହସ୍ତକ୍ଷେପ କରିଛନ୍ତି। ତପସ୍ବିନୀ ଶାଶୁଘରେ ରହିବାକୁ ଜିଦ ଧରିବା ଓ ଏନେଇ ତପସ୍ବିନୀଙ୍କ ସପକ୍ଷରେ ମହିଳାମାନେ ଗେଟ୍ ଭାଙ୍ଗି ସୁମିତଙ୍କ ଘରେ ପଶିବା ପରେ ତାଙ୍କ ବାପା,…
ପୂରଣ ହେବ ରାମିଆଳ ସେତୁ ସ୍ବପ୍ନ
ଭୁବନ, ୨୫।୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ପ୍ରବାହିତ ରାମିଆଳ ନଦୀ ଉପରେ ନିର୍ମାଣ ହେବ ସେତୁ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ଏହାର ଭୂମିପୂଜନ କରିଛନ୍ତି। ୧୧ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ୧୦୧ ମିଟର ଦୀର୍ଘ…
ତିନି ଲେୟାର, ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ
ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଓଡ଼ିଶାରୁ ୪ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବାପରେ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଗୋଟିଏ ଲେୟାର ମାସ୍କ ନ ପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ମାସ୍କ ପିନ୍ଧିବା ପାଇଁ ଡିଏମ୍ଇଟି ରମାରମଣ ମହାନ୍ତି ପରାମର୍ଶ ଦେଇଛନ୍ତି।…
୨୮୪୮ ଏକର ଜମି ଅଧିଗ୍ରହଣ ବାକି
ଯାଜପୁର ଅଫିସ,୨୫ା୧୨: ରାଜ୍ୟରେ ବର୍ତ୍ତମାନ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି। କରୋନା ମହାମାରୀ ପାଇଁ ଜମି ଅଧିଗ୍ରହଣ କାମ କିଛି ମାତ୍ରାରେ ବିଳମ୍ବ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ କାମ ପୂର୍ଣ୍ଣମାତ୍ରାରେ ଚାଲୁ ରହିବା ସହିତ…
ବଦଳିଲା ସଂରକ୍ଷଣ ତାଲିକା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ବଦଳାଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସାନି ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଥିବା ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରାଯାଇଛି।…
ବଡ଼ଦିନ, ନୂଆବର୍ଷ ପାଇଁ କଟକଣା
ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): କରୋନା ସଂକ୍ରମଣ ଜାରି ରହିଥିବାବେଳେ ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଏବେ ଚିନ୍ତା ବଢ଼ିଛି। ସଂକ୍ରମଣ ଏଡାଇବାକୁ ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଶନିବାର ଅର୍ଥାତ୍ ୨୫ ତାରିଖ ବଡ଼ଦିନ ଓ ଡିସେମ୍ବର…
ପ୍ରେମିକାଙ୍କ ଘରକୁ ଡାକି ପ୍ରେମିକଙ୍କୁ ପିଟିଲେ
ଭଦ୍ରକ ଅଫିସ, ୨୪।୧୨- ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ପ୍ରତାରଣା ଦେଲେ ପ୍ରେମିକା। ଘରକୁ ଡକାଇ ପରିବାର ବର୍ଗଙ୍କ ହାତରେ ଧରା ପକାଇ ଦେଲେ ପ୍ରେମିକଙ୍କୁ। ପ୍ରେମିକାଙ୍କ ପ୍ରତାରଣାର ଶିକାର ହୋଇଥିବା ପ୍ରେମିକ ଶେଷରେ ମାଡ଼ ଖାଇ ଗୁରୁତର…
ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା; ମହିଳାଙ୍କୁ ୫୦% ଆସନ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ସାନି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପୂର୍ବରୁ ଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରାଯାଇଛି। ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ ଜିଲା ପରିଷଦ ଆସନ,…
ପୁଣି କଟକଣା ଅବଧିରେ ସଂଶୋଧନ, ଜାଣନ୍ତୁ…
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ସଂଶୋଧନ ହୋଇଛି ବଡ଼ଦିନ, ନୂଆବର୍ଷ ପାଳନ କଟକଣା ଅବଧି। ଏନେଇ ଶୁକ୍ରବାର ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଡିସେମ୍ବର ୨୫ରୁ ଜାନୁୟାରୀ ୨ ଯାଏ କଟକଣା ଲଗାଯାଇଥିଲା। ଏବେ ସଂଶୋଧନ ନିୟମ ଅନୁଯାୟୀ ବଡ଼ଦିନ ଡିସେମ୍ବର…
ଉଠାଦୋକାନୀଙ୍କୁ ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦…
କଳାହାଣ୍ଡିର ମା’ ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୨ କୋଟି
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା’ ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି। ଏଥିରେ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫-ଟି ଉପକ୍ରମ ଅଧୀନରେ ମା’ଙ୍କର ଏହି ପୀଠର…
ଜିରୋ ନାଇଟ୍ ସେଲିବ୍ରେଶନକୁ ବାରଣ କଲେ ସରକାର
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଓମିକ୍ରନକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହୋଇଛି। ଡିସେମ୍ବର ୨୫ ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ଚର୍ଚ୍ଚ ଭିତରେ ସୀମିତ ଲୋକରେ ବଡଦିନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
Archives


