ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା ମୃତ୍ୟୁ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଦୁର୍ଘଟଣାରେ ଅଙ୍କୁଶ ଲାଗୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ତୁଳନାରେ ରାଜ୍ୟରେ ୭.୨୪ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଛି। ୨୦୨୦ରେ ୧୦,୯୮୪ ସଡ଼କ ଦୁର୍ଘଟଣାରେ ୪ ହଜାର ୭୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୦, ୯୮୪ ସଡ଼କ ଦୁର୍ଘଟଣାରେ ୫ ହଜାର ୮୧ ଜଣଙ୍କର ମୃତ୍ୟୁ ହୋଇଛି। ସୁପ୍ରିମକୋର୍ଟ କମିଟି ୨୦୧୪ରୁ ୨୦୨୦ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ ହ୍ରାସ କରିବାକୁ ପରାମର୍ଶ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ରାଜ୍ୟରେ ୨୯ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧିପାଇଛି।

ବଢୁଥିବା ସଡ଼କ ଦୁର୍ଘଟଣା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଟି ଦ୍ୱାରା କରାଯାଇଥିବା ସୁପାରିସ ରାଜ୍ୟରେ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ନେଇ ସଡ଼କ ସୁରକ୍ଷା ଅନୁଧ୍ୟାନ(ଅଡିଟ୍‌) କରାଯିବ। ଏ ନେଇ କମିଟି ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଇଣ୍ଟିଗ୍ରେଟେଡ ମଲ୍‌ଟିମୋଡାଲ ଟ୍ରାନ୍‌ଜିଟ ସିଷ୍ଟମ (ଡିଆଇଏମ୍‌ଟିଏସ୍‌) ଦ୍ୱାରା ଏହି ଅଡିଟ କରାଯିବ। କମିଟି ପକ୍ଷରୁ ନିଯୁକ୍ତ ହୋଇଥିବା ସଂସ୍ଥା ରାଜ୍ୟର ପ୍ରମୁଖ ଦୁର୍ଘଟଣାପ୍ରବଣ ରାସ୍ତାଗୁଡ଼ିକର ଅଡିଟ କରାଯିବ ବୋଲି ଜଣାପଡ଼ିଛି।

୧୯ ତାରିଖରେ ସୁପ୍ରିମକୋର୍ଟ କମିଟି ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟ ସରକାରଙ୍କ ସହ ଏନେଇ ଆଲୋଚନା କରିବେ। ଡିଆଇଏମ୍‌ଟିଏସ୍‌ ଅଡିଟ ପାଇଁ ସମସ୍ତ ପ୍ରକାର ସୂଚନା ଦେବାକୁ ସଡ଼କ ସୁରକ୍ଷା ସହ ଜଡ଼ିତ ବିଭାଗଗୁଡ଼ିକୁ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ଏଥିସହିତ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ମହାନଗର ନିଗମ କମିଶନରମାନେ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି। ଅଡିଟ୍‌ ଟିମ୍‌କୁ ସହଯୋଗ କରିବାକୁ ପରିବହନ ବିଭାଗ ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରାଯାଇଛି। ଏଥିସହିତ ସୁପ୍ରିମକୋର୍ଟ କମିଟି ନିର୍ଦ୍ଦେଶ ଅନୁଯାୟୀ ସଡ଼କ ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସେ ସମ୍ପର୍କରେ ପରିବହନ କମିଶନରଙ୍କୁ ଗୁରୁବାର ସୁଦ୍ଧା ଜଣାଇବାକୁ କୁହାଯାଇଛି। ସଡ଼କ ସୁରକ୍ଷା ନେଇ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡ଼ିକ ଆସନ୍ତା ୧୬ ତାରିଖରେ ପରିବହନ ବିଭାଗକୁ ସମସ୍ତ ତଥ୍ୟ ଦେବା ପାଇଁ ସଚିବ ଚିଠି ମାଧ୍ୟମରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା...

ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାର ଅଞ୍ଚଳରୁ ଜଣେ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ପୁରୀ ବ୍ରହ୍ମଗିରି ଅଞ୍ଚଳ ସୁନୀଲ...

ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ...

ବନ୍ୟାଜଳରେ ବନ୍ୟଜନ୍ତୁ: ଟାପୁରେ ଫସିିଛନ୍ତି ହରିଣ

ମାଲକାନଗିରି,୧୮ା୭ (ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ ଗତ ୬ଦିନ ଧରି ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ବନ୍ୟାରେ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ଅନେକ ଘରଦ୍ୱାର,...

ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ...

ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।...

ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ୱର,୨୧।୭ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆରସି)।...

କାଲିଠୁ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା: ପହଞ୍ଚିସାରିଛି ପ୍ରଶ୍ନପତ୍ର, ଉତ୍ତରଖାତା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ବିନା ପରୀକ୍ଷାରେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାକୁ ନେଇ ବହୁ ବାଦବିବାଦ ଦେଖାଦେଇଥିଲା। ଛାତ୍ରୀଛାତ୍ରମାନେ ଆଶା କରୁଥିବା ମାର୍କଠାରୁ କମ୍‌...

Advertisement
Archives

Model This Week