କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୪ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟ ଫସର ଫାଟିଛି। ନୋଟିସ୍‌ ପରେ ବି ଏହି କମ୍ପାନୀର କର୍ତ୍ତୃପକ୍ଷ କୋର୍ଟରେ ହଜାର ହୋଇ ନ ଥିବା ଜଣାପଡିଛି ା

ସୂଚନା ଅନୁଯାୟୀ, ୨୮ା୩ା୨୦୨୨ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ରାମ୍‌କୋ କର୍ତ୍ତୃପକ୍ଷଙ୍କୁ ତାଙ୍କ କୋର୍ଟରେ ୧୨ ତାରିଖ ପୂର୍ବାହ୍ନ ୧୦ଟାରେ ହାଜିର ହୋଇ ପ୍ରଦୂଷଣ ଏବଂ ବିବାଦୀୟ ଜମି ସଂକ୍ରାନ୍ତରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ରାମ୍‌କୋର ସଂପୃକ୍ତ ଅଧିକାରୀମାନେ ସେହି କୋର୍ଟରେ ହାଜିର ହୋଇ ନ ଥିବା ଅଭିଯୋଗକାରୀ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି। ଏଥିରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ଅବହେଳା କରିବା ବରଦାସ୍ତଯୋଗ୍ୟ ନୁହେଁ ବୋଲି ସରକାରଙ୍କ ଦୃଢୋକ୍ତି ଏଠାରେ ପୁଣି ଫେଲ ମାରିଛି ବୋଲି ମତପ୍ରକାଶ ପାଇଛି।
ରାମ୍‌କୋ କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ଓ ବିଷାକ୍ତ ବାୟୁ ପ୍ରଦୂଷଣ ଯୋଗୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି। ଏନେଇ ରାମ୍‌କୋ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଶେଷରେ ଗତ ୨୪ ତାରିଖରେ ପ୍ରଭାବିତ ଅଞ୍ଚଳବାସୀ ସତ୍ୟବ୍ରତ ରାଉତ, ଜୟଦେବ ନାୟକ, ହେମନ୍ତ କୁମାର ପାଢୀ ଓ କୁଞ୍ଜ ବେହେରା ସବ୍‌ଡିଭିଜନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପଜିଲାପାଳ ଶରତ ଚନ୍ଦ୍ର ମହାପାତ୍ର ଅଭିଯୋଗର ତଦନ୍ତ କରି ସଂପୃକ୍ତ ଅଞ୍ଚଳରେ ଗୁରୁତର ଭାବେ ଶାନ୍ତିଭଙ୍ଗ ହେଉଥିବା ସେ ସ୍ବୀକାର କରିଥିଲେ। ଏହିକ୍ରମରେ ଉପଜିଲାପାଳ ମହାପାତ୍ର ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମଡି) ଓ ପବ୍ଲିକ ରିଲେଶନ ଅଫିସର (ପିଆର୍‌ଓ)ଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ରାମ୍‌କୋର ଏହି ଅଧିକାରୀଦ୍ୱୟଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ଉପଜିଲାପାଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ କୋର୍ଟରେ କେତେ ମାମଲା ଆସୁଛି। ସମସ୍ତ ମାମଲା ସଂକ୍ରାନ୍ତରେ ମନେ ରହୁନାହିଁ। ତେଣୁ ରାମ୍‌କୋ ସିମେଣ୍ଟ କାରଖାନା ବିରୋଧରେ ହୋଇଥିବା ମାମଲା ସଂକ୍ରାନ୍ତରେ ତାଙ୍କ କିଛି ମନେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତାରେ ଧଉଳି ରୋପ୍‌ ଓ୍ବେ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୬ା୭(ଡିଏନ୍‌.ଏ.): ଧଉଳିରେ ହେବାକୁ ଥିବା ରୋପ୍‌ ଓ୍ବେ ପାଇଁ ଆଶା ମଉଳିଛି। ରୋପ୍‌ ଓ୍ବେ ନିର୍ମାଣ ପାଇଁ କାର୍ଯ୍ୟଭାର ଦିଆଯାଇଥିବା ସଂସ୍ଥା ଠିକ୍‌...

‘ପୃଥିବୀ ମନ୍ଥନ’କୁ ଜାତିସଂଘର ସମର୍ଥନ

ଭୁବନେଶ୍ୱର, ୩୧।୫(ବ୍ୟୁରୋ):ପୁଣି ବିଶ୍ୱସ୍ତରରେ ଚମକିଛନ୍ତି ଓଡ଼ିଆ କଳାକାର। ଆସନ୍ତା ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ପରିବେଶକୁ ନେଇ ପ୍ରସ୍ତୁତ ହୋଇଛି...

ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା: ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ

ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ ଯେ,...

‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’

କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ...

୭ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ନୟାଗଡ଼ ଅଫିସ,୨।୨: ନୟାଗଡ଼ ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟରେ ଖଇରପଟି ନକୁଳ ବାଣ୍ଠ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ଘଟଣାରେ...

୩ ଫେରାର୍‌ ଅଭିଯୁକ୍ତ ଗିରଫ

ଆସିକା,୬।୭(ଡି.ଏନ୍‌.ଏ)- ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମରୁ ଶୁକ୍ରବାର ରାତିରେ ପୋଲିସ ୩ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗଁ।ର ସୁଦର୍ଶନ ନାୟକ,...

ଠିକା କର୍ମଚାରୀଙ୍କୁ ମିଳୁନି ଦରମା

ଚୌଦ୍ୱାର,୨୧ା୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକାରେ କାର୍ଯ୍ୟରତ ୩୦ ଜଣ ଠିକା କର୍ମଚାରୀ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦରମା ପାଇନାହାନ୍ତି। ଫଳରେ ସେମାନଙ୍କ ପରିବାର ଚଳିବା...

ତୈଳ-ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ

ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ତୈଳ ଏବଂ ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଗୁଡିକର ମୋଟ ମୂଲ୍ୟ ୫.୮୮...

Advertisement
Archives

Model This Week