ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ

ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍‌ ହୋଇ ଆସିଲା ଚିଡ଼ିଆଖାନା। ମାସ ମାସ ଧରି ଗୋଡ଼ରେ ପଡ଼ିଲା ବେଡ଼ି। ରଖାଗଲା କ୍ରଲ୍‌ (ସ୍ବତନ୍ତ୍ର କାଠଶାଳା)ରେ। ଜଙ୍ଗଲରୁ ଜୁ’, କ୍ରଲ୍‌ରୁ ଏନ୍‌କ୍ଲୋଜରର ଘେରାବନ୍ଦୀ ଜୀବନ ଭିତରେ ନରହନ୍ତା ଦନ୍ତା ‘ରାକେଶ’ ଏବେ ବୁଝିବା ଆରମ୍ଭ କରିଛି ମଣିଷର ଭାଷା। ବନ କର୍ମଚାରୀ ଏବଂ ମାହୁନ୍ତଙ୍କ ସ୍ନେହ ଆଦରରେ ବଦଳିଯାଇଛି ସେ। ଆ’ କହିଲେ ପାଖକୁ ଧାଇଁଆସୁଛି। ହାତରୁ ଛଡ଼ାଇ ନେଇ ଫଳମୂଳ ଖାଉଛି। ପ୍ରେମର ଭାଷା କିପରି ବନ୍ୟପ୍ରାଣୀର ହିଂସ୍ରପ୍ରବୃତ୍ତି ବଦଳାଇଦିଏ ଏବଂ ମଣିଷ ସହ ଏକତ୍ର ସହାବସ୍ଥାନ ଫଳରେ ହାତୀ ଭଳି ବିଶାଳକାୟ ପ୍ରାଣୀ ବି ବୋଲ ମାନିଯାଏ, ତାହାର ପୁନରାବୃତ୍ତି ହୋଇଛି। ଆଉ ଏଭଳି ପରିବର୍ତ୍ତନର ମୂକସାକ୍ଷୀ ପାଲଟିଛି କପିଳାସ ବନ୍ୟପ୍ରାଣୀ ଉଦ୍ୟାନ।

ଢେଙ୍କାନାଳ ଜିଲାର ପରଜଙ୍ଗ ଏବଂ ଅନୁଗୋଳ ଜିଲାର ତାଳଚେର ସୀମାନ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ଆତଙ୍କ ସୃଷ୍ଟି କରିଥିଲା ଏହି ଦନ୍ତାହାତୀ। ଜନବସତିରେ ପଶି ବିଭିନ୍ନ ସମୟରେ ନେଇଥିଲା ୧୨ ଜଣଙ୍କ ଜୀବନ। ହାତୀର ଆକ୍ରମଣାତ୍ମକ ରୂପ ପାଇଁ ଦୁଇ ଜିଲାରେ ଅସନ୍ତୋଷ ତୀବ୍ର ହେବା ପରେ ୨୦୨୦ ଜାନୁୟାରୀ ୨୨ରେ ଟ୍ରାଙ୍କୁଲାଇଜ୍‌ କରି ଏକ ସ୍ବତନ୍ତ୍ର ଟ୍ରକ୍‌ରେ ଏହାକୁ ଅଣାଯାଇଥିଲା କପିଳାସ ଚିଡ଼ିଆଖାନା। ଜୁ’ର ରେସ୍‌କ୍ୟୁ ସେଣ୍ଟରରେ ଚାରି ଗୋଡ଼ରେ ଲୁହା ଶିକୁଳିରେ ବାନ୍ଧି ରଖାଯାଇଥିଲା। ତେବେ ସ୍ବାଧୀନଚେତା ବଣୁଆ ହାତୀ ଛିଣ୍ଡାଇଦେଇଥିଲା ଚେନ୍‌। ପ୍ରାଣୀ ଉଦ୍ୟାନରେ ଥିବା ଅନ୍ୟ ଜୀବଜନ୍ତୁ ଏବଂ କର୍ମଚାରୀଙ୍କ ଜୀବନ ପ୍ରତି ଆଶଙ୍କା ଥିବାରୁ ଏହାକୁ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଏକ ସ୍ବତନ୍ତ୍ର କ୍ରଲ୍‌ରେ ରଖାଯାଇଥିଲା। ତଥାପି ଏହାର ଉଗ୍ର ସ୍ବଭାବରେ ପରିବର୍ତ୍ତନ ହୋଇ ନ ଥିଲା। ତେଣୁ ଚିଡ଼ିଆଖାନା ପରିସରରେ ୧୦ ଏକର ଜମିରେ ପରିବ୍ୟାକ୍ତ ଏନ୍‌କ୍ଲୋଜରରେ ଛାଡ଼ିବାକୁ ଚିନ୍ତା କରିଥିଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ। ଉକ୍ତ ମନୁଷ୍ୟକୃତ ଜଙ୍ଗଲିଆ ପରିବେଶରେ ‘ରାକେଶ’ ମୁକ୍ତ ଭାବେ ବିଚରଣ କରୁଛି। ସେଠାରେ ଲଗାଯାଇଥିବା ଗଛରୁ ଡାଳପତ୍ର ଖାଉଛି। ଯେପରି ବାହାର ହାତୀ ପଶି ନ ପାରିବେ ଏବଂ ‘ରାକେଶ’ ଏନ୍‌କ୍ଲୋଜର ବାହାରକୁ ଆସି ନ ପାରିବ ସେଥିଲାଗି ଟ୍ରେଞ୍ଚ୍‌ ଖୋଳାଯାଇଛି। ସିସିଟିଭି କ୍ୟାମେରା ଲଗାଯିବା ସହ ସୋଲାର ଫ୍ୟାନ୍‌ସି ବ୍ୟବସ୍ଥା କରାଯାଇଥିଲା। ତେବେ ସୋଲାର ଫ୍ୟାନ୍‌ସିକୁ ସେ ଭାଙ୍ଗିଦେଇଛି। ଏହା ଭିତରେ ଖୋଳାଯାଇଥିବା ଜଳାଶୟରେ ଜଳକ୍ରୀଡ଼ା କରୁଛି। ବନ କର୍ମଚାରୀ କିମ୍ବା ପର୍ଯ୍ୟଟକ ଡାକିଲେ ପାଖକୁ ଦୌଡ଼ି ଆସୁଛି ‘ରାକେଶ’। ଶୁଣ୍ଢ ଲମ୍ବାଇ ଖାଇବାକୁ ମାଗୁଛି। ଯିବାକୁ କହିଲେ ବୋଲ ମାନି ପଳାଉଛି। ହାତୀର ଏଭଳି ପରିବର୍ତ୍ତିତ ବ୍ୟବହାର ଶୁଭସଙ୍କେତ ବୋଲି କୁହାଯାଉଛି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଗତ ୨ବର୍ଷ ମଧ୍ୟରେ ‘ରାକେଶ’ ବ୍ୟବହାରରେ ବହୁ ପରିବର୍ତ୍ତନ ଆସିଛି। ହାତୀ ଶାନ୍ତ ପଡ଼ିଯାଇଛି। ଏହାର ଗତିବିଧି ଅନୁଧ୍ୟାନ କରାଯିବା ପରେ ଭବିଷ୍ୟତରେ ରେସକ୍ୟୁ ସେଣ୍ଟର ପରିସରକୁ ଆଣି ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ରହିଛି। ବିଭିନ୍ନ ସମୟରେ ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଉଥିବା ହାତୀ ଛୁଆଙ୍କୁ ପ୍ରଶିକ୍ଷଣ ଦେବାରେ ଏହା ସହାୟକ ହୋଇପାରିବ ବୋଲି ଡିଏଫ୍‌ଓ କହିଛନ୍ତି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri