ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ

ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍‌ ହୋଇ ଆସିଲା ଚିଡ଼ିଆଖାନା। ମାସ ମାସ ଧରି ଗୋଡ଼ରେ ପଡ଼ିଲା ବେଡ଼ି। ରଖାଗଲା କ୍ରଲ୍‌ (ସ୍ବତନ୍ତ୍ର କାଠଶାଳା)ରେ। ଜଙ୍ଗଲରୁ ଜୁ’, କ୍ରଲ୍‌ରୁ ଏନ୍‌କ୍ଲୋଜରର ଘେରାବନ୍ଦୀ ଜୀବନ ଭିତରେ ନରହନ୍ତା ଦନ୍ତା ‘ରାକେଶ’ ଏବେ ବୁଝିବା ଆରମ୍ଭ କରିଛି ମଣିଷର ଭାଷା। ବନ କର୍ମଚାରୀ ଏବଂ ମାହୁନ୍ତଙ୍କ ସ୍ନେହ ଆଦରରେ ବଦଳିଯାଇଛି ସେ। ଆ’ କହିଲେ ପାଖକୁ ଧାଇଁଆସୁଛି। ହାତରୁ ଛଡ଼ାଇ ନେଇ ଫଳମୂଳ ଖାଉଛି। ପ୍ରେମର ଭାଷା କିପରି ବନ୍ୟପ୍ରାଣୀର ହିଂସ୍ରପ୍ରବୃତ୍ତି ବଦଳାଇଦିଏ ଏବଂ ମଣିଷ ସହ ଏକତ୍ର ସହାବସ୍ଥାନ ଫଳରେ ହାତୀ ଭଳି ବିଶାଳକାୟ ପ୍ରାଣୀ ବି ବୋଲ ମାନିଯାଏ, ତାହାର ପୁନରାବୃତ୍ତି ହୋଇଛି। ଆଉ ଏଭଳି ପରିବର୍ତ୍ତନର ମୂକସାକ୍ଷୀ ପାଲଟିଛି କପିଳାସ ବନ୍ୟପ୍ରାଣୀ ଉଦ୍ୟାନ।

ଢେଙ୍କାନାଳ ଜିଲାର ପରଜଙ୍ଗ ଏବଂ ଅନୁଗୋଳ ଜିଲାର ତାଳଚେର ସୀମାନ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ଆତଙ୍କ ସୃଷ୍ଟି କରିଥିଲା ଏହି ଦନ୍ତାହାତୀ। ଜନବସତିରେ ପଶି ବିଭିନ୍ନ ସମୟରେ ନେଇଥିଲା ୧୨ ଜଣଙ୍କ ଜୀବନ। ହାତୀର ଆକ୍ରମଣାତ୍ମକ ରୂପ ପାଇଁ ଦୁଇ ଜିଲାରେ ଅସନ୍ତୋଷ ତୀବ୍ର ହେବା ପରେ ୨୦୨୦ ଜାନୁୟାରୀ ୨୨ରେ ଟ୍ରାଙ୍କୁଲାଇଜ୍‌ କରି ଏକ ସ୍ବତନ୍ତ୍ର ଟ୍ରକ୍‌ରେ ଏହାକୁ ଅଣାଯାଇଥିଲା କପିଳାସ ଚିଡ଼ିଆଖାନା। ଜୁ’ର ରେସ୍‌କ୍ୟୁ ସେଣ୍ଟରରେ ଚାରି ଗୋଡ଼ରେ ଲୁହା ଶିକୁଳିରେ ବାନ୍ଧି ରଖାଯାଇଥିଲା। ତେବେ ସ୍ବାଧୀନଚେତା ବଣୁଆ ହାତୀ ଛିଣ୍ଡାଇଦେଇଥିଲା ଚେନ୍‌। ପ୍ରାଣୀ ଉଦ୍ୟାନରେ ଥିବା ଅନ୍ୟ ଜୀବଜନ୍ତୁ ଏବଂ କର୍ମଚାରୀଙ୍କ ଜୀବନ ପ୍ରତି ଆଶଙ୍କା ଥିବାରୁ ଏହାକୁ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଏକ ସ୍ବତନ୍ତ୍ର କ୍ରଲ୍‌ରେ ରଖାଯାଇଥିଲା। ତଥାପି ଏହାର ଉଗ୍ର ସ୍ବଭାବରେ ପରିବର୍ତ୍ତନ ହୋଇ ନ ଥିଲା। ତେଣୁ ଚିଡ଼ିଆଖାନା ପରିସରରେ ୧୦ ଏକର ଜମିରେ ପରିବ୍ୟାକ୍ତ ଏନ୍‌କ୍ଲୋଜରରେ ଛାଡ଼ିବାକୁ ଚିନ୍ତା କରିଥିଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ। ଉକ୍ତ ମନୁଷ୍ୟକୃତ ଜଙ୍ଗଲିଆ ପରିବେଶରେ ‘ରାକେଶ’ ମୁକ୍ତ ଭାବେ ବିଚରଣ କରୁଛି। ସେଠାରେ ଲଗାଯାଇଥିବା ଗଛରୁ ଡାଳପତ୍ର ଖାଉଛି। ଯେପରି ବାହାର ହାତୀ ପଶି ନ ପାରିବେ ଏବଂ ‘ରାକେଶ’ ଏନ୍‌କ୍ଲୋଜର ବାହାରକୁ ଆସି ନ ପାରିବ ସେଥିଲାଗି ଟ୍ରେଞ୍ଚ୍‌ ଖୋଳାଯାଇଛି। ସିସିଟିଭି କ୍ୟାମେରା ଲଗାଯିବା ସହ ସୋଲାର ଫ୍ୟାନ୍‌ସି ବ୍ୟବସ୍ଥା କରାଯାଇଥିଲା। ତେବେ ସୋଲାର ଫ୍ୟାନ୍‌ସିକୁ ସେ ଭାଙ୍ଗିଦେଇଛି। ଏହା ଭିତରେ ଖୋଳାଯାଇଥିବା ଜଳାଶୟରେ ଜଳକ୍ରୀଡ଼ା କରୁଛି। ବନ କର୍ମଚାରୀ କିମ୍ବା ପର୍ଯ୍ୟଟକ ଡାକିଲେ ପାଖକୁ ଦୌଡ଼ି ଆସୁଛି ‘ରାକେଶ’। ଶୁଣ୍ଢ ଲମ୍ବାଇ ଖାଇବାକୁ ମାଗୁଛି। ଯିବାକୁ କହିଲେ ବୋଲ ମାନି ପଳାଉଛି। ହାତୀର ଏଭଳି ପରିବର୍ତ୍ତିତ ବ୍ୟବହାର ଶୁଭସଙ୍କେତ ବୋଲି କୁହାଯାଉଛି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଗତ ୨ବର୍ଷ ମଧ୍ୟରେ ‘ରାକେଶ’ ବ୍ୟବହାରରେ ବହୁ ପରିବର୍ତ୍ତନ ଆସିଛି। ହାତୀ ଶାନ୍ତ ପଡ଼ିଯାଇଛି। ଏହାର ଗତିବିଧି ଅନୁଧ୍ୟାନ କରାଯିବା ପରେ ଭବିଷ୍ୟତରେ ରେସକ୍ୟୁ ସେଣ୍ଟର ପରିସରକୁ ଆଣି ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ରହିଛି। ବିଭିନ୍ନ ସମୟରେ ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଉଥିବା ହାତୀ ଛୁଆଙ୍କୁ ପ୍ରଶିକ୍ଷଣ ଦେବାରେ ଏହା ସହାୟକ ହୋଇପାରିବ ବୋଲି ଡିଏଫ୍‌ଓ କହିଛନ୍ତି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?