ରାଜ୍ୟରେ କରୋନା ନେଲା ୨ ଜୀବନ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଗତସଂହପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…
କୁମାର ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ୍ ନିୟମ ପାଳନ କରି ପୂଜାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଭୁଙ୍କ…
ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ
ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍ ଭିତରେ ମମିତାଙ୍କୁ ବୋର୍ଡା ଗାଁ…
ରାଜ୍ୟରେ ପୁଣି ବଢିଲା ସଂକ୍ରମଣ
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ବୁଧବାର ୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୩୨୧ କ୍ୱାରାଣ୍ଟାଇନ୍ରୁ…
କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୨୦।୧୦(ବ୍ୟୁରୋ):କାଠଯୋଡ଼ିରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି ସପନ କୁମାର ବେହେରା । ମଙ୍ଗଳବାର ରାତିରୁ ସେ ନଦୀକୁ ଡେଇଁ ପଡ଼ିଥିଲେ। ବୁଧବାର ସକାଳ ୬ରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଭୁବନେଶ୍ୱର ଖାରବେଳନଗର…
‘ଋତୁସ୍ରାବକୁ ନେଇ ସମାଜରେ ଭୁଲ୍ ଧାରଣା ରହିଛି’
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆଇନା ଏବଂ ୟୁନିସେଫ୍ ଓଡ଼ିଶା ସହଭାଗିତାରେ କଲ୍ଲୋଳ-୨୦୨୧ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା’ର ସପ୍ତମ ସଂସ୍କରଣ ଉଦ୍ଘାଟନ ଉତ୍ସବ ମଙ୍ଗଳବାର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ‘ଋତୁସ୍ରାବ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା’ ବିଷୟବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ…
‘ସଚେତନତା ମାଧ୍ୟମରେ ସାଇବର ଠକେଇ ରୋକିହେବ’
କଟକ ଅଫିସ,୨୦।୧୦: ଜାତୀୟ ସାଇବର ସୁରକ୍ଷା ମାସ ପାଳନ ଅବସରରେ କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ମର୍କତନଗର ସେକ୍ଟର-୯ସ୍ଥିତ ଏକ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥିଭାବେ…
ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା
ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି। ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ। ସମସ୍ତେ ପାଣିରେ ପଶି ଯା’ଆସ କରୁଛନ୍ତି। ପ୍ରତିଦିନ ଛୋଟ…
ସଂରକ୍ଷଣ ତାଲିକାକୁ ନେଇ ୨୯୯ ଅଭିଯୋଗ
ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ମୋଟ ୨୯୯ଟି ଅଭିଯୋଗ ହୋଇଛି । ୫୬ ଜିଲାପରିଷଦ ଆସନ, ୪୦୪ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୫୩୮୩ ୱାର୍ଡସଭ୍ୟ ପଦ…
ଆଦିବାସୀଙ୍କୁ ନେଇ ଭାଜପା-ବିଜେଡି ରାଜନୀତି
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି। ୨୦୨୦ରେ ଓଡ଼ିଶାରେ ଅନୁସୂଚିତ ଜନଜାତି ବିରୋଧୀ ୧୧୪ ବଳାତ୍କାର ସମେତ ୬୨୪ ଅପରାଧ ମାମଲା ରୁଜୁହୋଇଥିଲା। ଦାବି…
ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି
କଟକ ଅଫିସ,୨୦।୧୦:ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର…
ଅପହଞ୍ଚ ଅନ୍ଲାଇନ ଶିକ୍ଷା
ଭୁବନେଶ୍ୱର,୨୦।୧୦(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ପ୍ରାୟ ୧୮ ମାସ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିିଛି। ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସରକାର ଅନ୍ଲାଇନ୍ ଶିକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁ ଏହି ଅନ୍ଲାଇନ୍ ଶିକ୍ଷା ସମସ୍ତଙ୍କ ପାଖରେ…
Archives


