ଆଲଟ୍‌ମେଣ୍ଟକୁ ବିଭାଜନ କରି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ

ବାଲେଶ୍ୱର ଅଫିସ,୧୫।୪ ବାଲେଶ୍ୱର ପୂର୍ତ୍ତ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯାଉଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଟେଣ୍ଡର କରି କାର୍ଯ୍ୟ କରିବା ବଦଳରେ ସ୍ଥାନୀୟ ଅଧିକାରୀ ପ୍ରକଳ୍ପର ଆଲଟମେଣ୍ଟକୁ ଛୋଟ ଛୋଟ ଭାଗରେ ବିଭାଜନ (ସ୍ପ୍ଲିଟ୍‌ ଅପ୍‌) କରି କାର୍ଯ୍ୟ କରାଉଥିବା ଦେଖିବାକୁ ମିଳିଛି। ଏହା ଯୋଗୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କରିବାର ମାନ କମିବା ସହ ଫଲ୍‌ସ ବିଲ୍‌ ମାଧ୍ୟମରେ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।
ମିଳିଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାଣୀତାଲ-କୁପାରୀ ରୋଡ୍‌ରେ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣ ଏବଂ ରାସ୍ତାର ପୁନରୁଦ୍ଧାର ଲାଗି ୧କୋଟି ୭୪ଲକ୍ଷ ୭୯ହଜାର ୧ଶହ ଟଙ୍କା ଅଟକଳ କରାଯାଇଥିଲା। ଏହାକୁ ଓଡ଼ିଶା ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ କୋଡ୍‌ ଭଲ୍ୟୁମ୍‌-୧ର ପାରା ୩, ୫, ୨୪ ଅଧିନିୟମକୁ ଉଲ୍ଲଂଘନ କରି ୫ଲକ୍ଷରୁ କମ୍‌ ଟଙ୍କା ଲେଖାଏ ୩୮ଟି ଛୋଟ ଛୋଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପୂର୍ତ୍ତ ବିଭାଗ (ରାସ୍ତା ଓ ଗୃହ) ବିଭାଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଅନୁମୋଦନ କରାଇଥିବା ଜଣାପଡ଼ିଛି। ସେହିପରି ସେରଗଡ଼-ନୀଳଗିରି ଝରଣାଘାଟି ରୋଡ୍‌ର ୮୯ଲକ୍ଷ ୯୮ହଜାର ୨ଶହ ୩୮ ଟଙ୍କାର ଅଟକଳକୁ ୨୩ଟି ଛୋଟ ଛୋଟ ପ୍ରକଳ୍ପ, ବାଲେଶ୍ୱର-ମିତ୍ରପୁର-ବଇଞ୍ଚା ରୋଡ୍‌ ପାଇଁ ୧କୋଟି ୫ଲକ୍ଷ ୫୬ହଜାର ୪ଶହ ୨୬ ଟଙ୍କାର ଅଟକଳକୁ ୩୧ଟି ଛୋଟ ଛୋଟ ପ୍ରକଳ୍ପ, ଓଟି ରୋଡ୍‌-ସୁରଜ ହୋଟେଲ ରୋଡ୍‌ ପାଇଁ ୫୬ଲକ୍ଷ ୧୬ହଜାର ୫ଶହ ୭୮ଟଙ୍କାର ଅଟକଳକୁ ୧୨ଟି ଛୋଟ ଛୋଟ ପ୍ରକଳ୍ପ, ଗଡ଼ଗଡ଼ିଆ-ପୁରୁଣାବାଲେଶ୍ୱର ରୋଡ୍‌ ପାଇଁ ୧କୋଟି ୧୧ଲକ୍ଷ ୧୬ହଜାର ୯ଶହ ୧୯ ଟଙ୍କାର ଅଟକଳକୁ ୨୩ଟି ଛୋଟ ଛୋଟ ପ୍ରକଳ୍ପ, ଚାନ୍ଦିପୁର ବାଇପାସ୍‌ ରୋଡ୍‌ ପାଇଁ ୩୫ଲକ୍ଷ ୧୩ହଜାର ୬ଶହ ୬୮ ଟଙ୍କାର ଅଟକଳକୁ ୭ଟି ଛୋଟ ଛୋଟ ପ୍ରକଳ୍ପ ସହ ବାଲେଶ୍ୱର କଲେକ୍ଟୋରିଏଟ୍‌-ସିଡିଭିଓ ଅଫିସ୍‌ ରୋଡ୍‌ ପାଇଁ ୪୨ଲକ୍ଷ ୨୪ହଜାର ୭ଶହ ୪୩ ଟଙ୍କାର ଅଟକଳକୁ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣ ପାଇଁ ୯ଟି ଛୋଟ ଛୋଟ ପ୍ରକଳ୍ପ ଭଳି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ସ୍ପ୍ଲିଟ୍‌ ଅପ୍‌ କରାଯାଇ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହାକୁ ‘ଦୁର୍ନୀତି ବିରୋଧରେ ଆମେ’ ସଙ୍ଗଠନ ପକ୍ଷରୁ ଓଡ଼ିଶା ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ କୋଡ୍‌ ଭଲ୍ୟୁମ୍‌-୧ର ଅଧିନିୟମକୁ ଉଲ୍ଲଂଘନ କରାଯାଇ ଫଲ୍‌ସ ବିଲ୍‌ ମାଧ୍ୟମରେ ଅଧିକାରୀମାନେ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ଅଣାଯାଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗପତ୍ରରେ ଜଣାଇଛନ୍ତି। ବଡ଼ ବଡ଼ ପ୍ରକଳ୍ପକୁ ସ୍ପ୍ଲିଟ୍‌ ଅପ୍‌ କରିବା ଏବଂ ଗୋଟିଏ କାର୍ଯ୍ୟକୁ ନାମ ବଦଳାଇ ବାରମ୍ବାର ପ୍ରକଳ୍ପ ପ୍ରସ୍ତୁତ କରିବା, ଫଲସ୍‌ ବିଲ୍‌ କରି ଅର୍ଥ ହଡ଼ପ କରିବା ସୁଯୋଗ ଥିବା ସଙ୍ଗଠନ ତରଫରୁ ଅଭିଯୋଗ କରାଯାଇଛି।
ଏ ନେଇ ବାଲେଶ୍ୱର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ସେ କହନ୍ତି, ପ୍ରକଳ୍ପକୁ କୌଣସି ପ୍ରକାର ସ୍ପ୍ଲିଟ୍‌ ଅପ୍‌ କରାଯାଇନାହଁି। ନିୟମ ଅନୁସାରେ କାର୍ଯ୍ୟ ସମ୍ପାଦନା କରାଯାଉଥିବା ପ୍ରକାଶ କରିଛନ୍ତି। ବାଲେଶ୍ୱର ଡିଭିଜନ ପୂର୍ତ୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରଥାଙ୍ଗଧର ରାଉତ କହନ୍ତି, କୌଣସି ବୃହତ୍‌ ପ୍ରକଳ୍ପ ଆଲଟମେଣ୍ଟକୁ ସ୍ପ୍ଲିଟ୍‌ ଅପ୍‌ କରାଯାଇପାରିବ ନାହଁି। ଯଦି ପୂର୍ବରୁ ସ୍ପ୍ଲିଟ୍‌ ଅପ୍‌ କରି ଆଲଟମେଣ୍ଟ ଅଣାଯାଇଥିବ, ତା’ହେଲେ ଆଇନ ସମ୍ମତ। ଏଭଳି କୌଣସି ଅଭିଯୋଗ ମିଳିନାହଁି। ଯଦି ଜଣାପଡ଼େ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?