ଜୁନ୍‌ ୩ୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଶାନ୍ତ ମହାସାଗରରେ ‘ଲା-ନିନା’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତି କାରଣରୁ ସମୁଦ୍ର ଉପରିଭାଗ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ମୌସୁମୀ ଆଗମନରେ ସୁବିଧା ହେବ। ଏହାର ପ୍ରଭାବରେ ଦେଶରେ ଭଲ ବୃଷ୍ଟିପାତ ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ସ୍ବାଭାବିକ ରହିବ। ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବ। ଚଳିତବର୍ଷ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଏଭଳି ଅନୁମାନ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଆଣିଦେଇଛି।
ଚଳିତ ବର୍ଷ ମୌସୁମୀ ଋତୁରେ ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ (ଏଲ୍‌ପିଏ)ର ୯୬ରୁ ୧୦୪% ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ୧୯୭୧ରୁ ୨୦୨୦ ମଧ୍ୟରେ ଦୀର୍ଘମିଆଦୀ ହାରାହାରି ବୃଷ୍ଟିପାତ ୮୭% ଭାବେ ଆଇଏମ୍‌ଡି ଗ୍ରହଣ କରିଆସୁଛି। ପରିମାଣ ଦୃଷ୍ଟିରୁ ଦେଖିଲେ, ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ଏଲ୍‌ପିଏର ୯୯% ରହିବ ଅଥବା ଏଥିରେ ୫% ଅଧିକ କିମ୍ବା କମ୍‌ ହୋଇପାରେ। ସ୍ବାଭାବିକ ବୃଷ୍ଟିପାତର ୪୦% ସମ୍ଭାବନା ରହିଛି। ସ୍ବାଭାବିକଠାରୁ ଅଧିକ (ଏଲ୍‌ପିଏର ୧୦୪ରୁ ୧୧୦ ପ୍ରତିଶତ) ବର୍ଷା ହେବାର ୧୫% ଏବଂ ୧୧୦% ରୁ ଅଧିକ ବର୍ଷା ହେବାର ୫% ସମ୍ଭାବନା ରହିଛି। ସେହିପରି ସ୍ବାଭାବିକଠାରୁ କମ୍‌ (ଅର୍ଥାତ୍‌ ଏଲ୍‌ପିଏର ୯୦ରୁ ୯୬ ପ୍ରତିଶତ) ବୃଷ୍ଟିପାତ ସମ୍ଭାବନା ୨୬% ଥିବାବେଳେ ଏହାଠାରୁ କମ୍‌ ବର୍ଷା ହେବାର ୧୪% ସମ୍ଭାବନା ଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।
ଆକଳନ ଅନୁଯାୟୀ ଉତ୍ତର ଭାରତ, କେନ୍ଦ୍ରାଞ୍ଚଳ, ହିମାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳରେ ସ୍ବାଭାବିକ ଏବଂ ଏହାଠାରୁ ଅଧିକ ବୃଷ୍ଟିପାତ ହୋଇପାରେ। ସେହିପରି ଉତ୍ତରପୂର୍ବାଞ୍ଚଳ, ଉତ୍ତରପଶ୍ଚିମାଞ୍ଚଳ ଏବଂ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏଥିସହିତ ଭାରତ ମହାସାଗର ଉପରେ ଭାରତ ମହାସାଗର ଡାଇପୋଲ୍‌ (ଆଇଓଡି) ନିରପେକ୍ଷ ସ୍ଥିତିରେ ରହିବ। ଏହା ପରେ ଆଇଓଡିର ନକାରାତ୍ମକ ସ୍ଥିତି ବଢ଼ିବା ସମ୍ଭାବନା ରହିଛି। ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏଲ୍‌-ନିନୋ ସମୁଦ୍ର ଉପରିଭାଗର ତାପମାତ୍ରା ଓ ବାୟୁ ପ୍ରବାହ ଦିଗକୁ ପ୍ରଭାବିତ କରିଥାଏ। ଏହା ଅଧିକାଂଶ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଉପରେ ପ୍ରଭାବ ପକାଇଥାଏ। ଏଲ୍‌- ନିନୋ ଭାରତରେ ମୌସୁମୀ ବର୍ଷାକୁ ହ୍ରାସ କରାଉଥିବାବେଳେ ଲା- ନିନା ବୃଷ୍ଟିପାତ ବଢ଼ାଇଥାଏ। ତଦନୁଯାୟୀ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଜୁନ୍‌ରେ ଅଧିକ ବର୍ଷା ହେବ ନାହିଁ। ଜୁଲାଇରେ ବର୍ଷା ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉପକୂଳ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବୃଷ୍ଟିପାତ ସ୍ବାଭାବିକ ରହିବ। କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ୨୦୧୯, ୨୦୨୦ ଏବଂ ୨୦୨୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ରହିଥିଲା। ଗତବର୍ଷ ଜୁନ୍‌ ଓ ଜୁଲାଇରେ ମୌସୁମୀ ଧୋକା ଦେଇଥିବା ବେଳେ ଅଗଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ବିଳମ୍ବିତ ମୌସୁମୀ ବର୍ଷା ଯୋଗୁ ରାଜ୍ୟରେ ଚାଷ କାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri