ମହୁଲଫୁଲ ସଂଗ୍ରହ କରୁଥିବା ବେଳେ ପିଟିଲା ବାଇକ୍‌, ଚାଲିଗଲା ୨ ଜୀବନ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ୱରେ ଜଣେ ବୃଦ୍ଧଙ୍କୁ ଏକ ବାଇକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାଇକ ଚାଳକ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ରାସ୍ତାକଡ଼ରେ ଥିବା ବୃଦ୍ଧ ରାଇପଦା ଗ୍ରାମର ଗିରିଧାରୀ କାର୍ଜି ବୋଲି ଜଣାପଡ଼ିଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପ୍ରକାଶ ଯେ, ଠାକୁରମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳିଙ୍କ ପୀଠରେ ପଣାସଂକ୍ରାନ୍ତି ଅବସରରେ ରାତିରେ ହୋଇଥିବା ଉଡ଼ା ପର୍ବ ଦେଖିବାକୁ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍‌ ନମ୍ବର ଓଆର ୧୯ ସି ୭୦୧୬ ଯୋଗେ ଆସି ସକାଳେ ଘରକୁ ଫେରୁଥିଲେ। ରାଇପଦା- କେଲପୋଷୀ ଗ୍ରାମ ରାସ୍ତା କଡ଼ରେ ଥିବା ମହୁଲ ଗଛରୁ ପଡ଼ିଥିବା ମହୁଲ ଫୁଲକୁ ରାଇପଦା ଗ୍ରାମର ଗିରିଧାରୀ କାର୍ଜି (୬୫) ସଂଗ୍ରହ କରୁଥିବା ବେଳେ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧ ସମେତ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ରେ ଥିବା ଅନ୍ୟ ଜଣେ ଆହତ ହୋଇଥିବାର ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାରରେ ଝୁଲୁଛି ଜୀବନ ଡୋରୀ

ଚନ୍ଦ୍ରଗିରି,୧୧।୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଏପରି ଏକ ଗ୍ରାମ ରହିଛି ଯେଉଁଠିକୁ ପହଞ୍ଚିବା ଲାଗି ଜୀବନକୁ ବାଜି ଲଗାନ୍ତି ଲୋକେ। ଏହା ହେଉଛି ଜିଲାର ମୋହନା ବ୍ଳକ...

ନର୍ସିଂହୋମ୍‌ରେ ପ୍ରସୂତିଙ୍କୁ ବଳାତ୍କାର ଉଦ୍ୟମ : ଫାର୍ମାସିଷ୍ଟ ଗିରଫ

ଭଦ୍ରକ ଅଫିସ,୨୩।୯: ଗାନ୍ଧୀ ପଡ଼ିଆସ୍ଥିତ ଏକ ନର୍ସିଂହୋମ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପ୍ରସୂତିଙ୍କୁ ଇଞ୍ଜେକ୍ସନ ଦେବା ବାହାନାରେ...

ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ରାଇକିଆ, ୧।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବସ୍‌ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ବିଶ୍ରାମାଗାର ଜିଲାର ଏକ ପ୍ରମୁଖ ବସ୍‌ ଷ୍ଟାଣ୍ଡରେ...

ଏଏସ୍‌ଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା

କଟକ ଅଫିସ,୩୦ା୧୧: ଓପିଏସ୍‌ସି ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ତୁଟୁନି ବିବାଦ। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର କରିଛନ୍ତି...

ହିତାଧିକାରୀଙ୍କ ଆବାସ ଘର ଚୋରି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ପଞ୍ଚାୟତ କୁମ୍ଭାରପଡ଼ା ମଙ୍ଗଳାମନ୍ଦିର ନିକଟସ୍ଥ ଦଳିତସାହିରେ ଆବାସ ଯୋଜନା ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି...

ମହିଳା ବିରୋଧୀ ହିଂସା: ଓଡ଼ିଶା ୨ୟ

ଭୁବନେଶ୍ୱର (ବ୍ୟୁରୋ) /ନୂଆଦିଲ୍ଲୀ,୧୬ା୯: ବଳାତ୍କାର, ଏସିଡ୍‌ ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ଚାଲାଣ, ଯୌନ ନିର୍ଯାତନା, ଅସଦାଚରଣ ଆଦି ମହିଳା ବିରୋଧୀ ହିଂସା ଓଡ଼ିଶାରେ ପ୍ରତିବର୍ଷ...

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ...

କାର୍‌ ସିକ୍ରେଟ୍‌ ଚାମ୍ବରରୁ ୪.୬୬୪ କେଜି ସୁନା, ୧୮୫.୫ କେଜି ରୁପା ଜବତ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରରେ ସୁନା ଓ ରୁପା ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଟିକସ ଫାଙ୍କି ସୁନାଗହଣା...

Advertisement
Archives

Model This Week