ସଙ୍କଟରେ ପଟିଠାକୁର ପରମ୍ପରା

କେନ୍ଦୁଝର,୧୫।୪
ପଣାସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲାର ଅନ୍ୟତମ ପୁରାତନ ଓ ଅନନ୍ୟ ପରମ୍ପରା ପଟି ଠାକୁର ପରିକ୍ରମା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀମାନେ ଏକ ପଟି ବା ମଶିିଣାରେ ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ଯୋଗୀନୀଙ୍କ ରଙ୍ଗବେରଙ୍ଗ ଚିତ୍ର ଆଙ୍କି ଗଁାଗଁା ଓ ଘର ଘର ବୁଲାଇଥାନ୍ତି। ଏହାକୁ ଠାକୁର ପଟି ବୁଲାଇବା କୁହାଯାଏ। ଏହି ଦିନରେ ଠାକୁରମାନେ ମନ୍ଦିରରୁ ବାହରି ଲୋକଙ୍କ ପାଖକୁ ଯାଇ ପୂଜା ପାଇଥାନ୍ତି ବୋଲି କୁହାଯାଏ। ଏହି ଠାକୁର ପଟିକୁ ପ୍ରଥମେ କେନ୍ଦୁଝରର ଆରାଧ୍ୟ ବଳଦେବଜୀଉଙ୍କ ପାଖରେ ଯଥାବିଧି ପୂଜା କରାଯାଇ ଶ୍ରୀଜୀଉଙ୍କ ଅନୁମତି ନେଇ ବାଦ୍ୟ ବଜାଇ ଶୋଭାଯାତ୍ରାରେ ଗଁା ପରିକ୍ରମା କରାଯାଇଥାଏ।
ନିଶାର୍ଦ୍ଧରେ ପ୍ରତ୍ୟେକ ଗ୍ରାମର ଠାକୁର ପଟି ବଳଦେବଜୀଉଙ୍କ ମନ୍ଦିରକୁ ବିଜେ କରି ମା’ ଚର୍ଚ୍ଚିିକାଙ୍କୁ ଭେଟ କରି ଗଁାକୁ ଫେରିଥାନ୍ତି। ଭକ୍ତମାନେ ନିଜ ନିଜ ଘର ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରସ୍ତୁତ ରହି ଏହି ପଟି ଠାକୁରଙ୍କୁ ସ୍ବାଗତ କରି ଯଥାବିଧି ପୂଜାର୍ଚ୍ଚନା କରିଥାନ୍ତି। ଆଗରୁ ବହୁ ଗ୍ରାମରେ ଏହି ପରମ୍ପରା ଦେଖିବାକୁ ମିଳୁଥିଲା। ଏବେ କଁା ଭଁା ଏଭଳି ପରମ୍ପରା କିଛି ଗ୍ରାମରେ ଦେଖିବାକୁ ମିଳୁଛି। ଏହି ପରମ୍ପରାକୁ ଅନେକ ତାନ୍ତ୍ରିକ ପରମ୍ପରା କହିଥାନ୍ତି। କାରଣ ଏହି ପଟି ବା ମଶିଣାରେ ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ ସାଙ୍ଗକୁ ମହାଦେବ, ଯୋଗୀନୀ, ବାସୁଳି, କାଳୀ, ଦୁର୍ଗା, ଚଣ୍ଡୀ ଆଦିଙ୍କ ଚିତ୍ର ଅଙ୍କାଯାଇ ପୂଜା କରାଯାଇଥାଏ। ପଟିର ମଧ୍ୟଭାଗରେ ଗଣେଶଙ୍କ ଚିତ୍ର ଥିବା ବେଳେ ଉଡୁଥିବା ଭକ୍ତଙ୍କ ଚିତ୍ର ରହିଥାଏ। ଭକ୍ତମାନେ ନିଜ ଘର ସାମ୍ନାରେ ଠାକୁରଙ୍କୁ ନୈବେଦ୍ୟ ଦେବାପାଇଁ ଅପେକ୍ଷା କରିଥାନ୍ତି ା ଫଲମୂଳ ଭୋଗରାଗ ସହ ଅନେକ ସ୍ଥାନରେ କୁକୁଡା ବଳିଦେଇ ଦେବାଦେବୀ ଓ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିଥାନ୍ତି ବୋଲି କୁହାଯାଏ। ଏହି ପରମ୍ପରା ରାଜାରାଜୁଡା ସମୟରୁ ପାଳିତ ହୋଇଆସୁଛି। କିନ୍ତୁ ଏବେ ଏହି ପରମ୍ପରା ଧୀରେ ଧୀରେ କମିବାକୁ ବସିଛି। କେତେକ ଗ୍ରାମର ଭକ୍ତ ଏହାର ସୁରକ୍ଷା ପାଇଁ ନିଜ ଉଦ୍ୟମରେ ପ୍ରଚେଷ୍ଟା ଚଳାଇ ଆସୁଥିଲେ ହେଁ ସେସବୁର ସୁରକ୍ଷା ପାଇଁ ପ୍ରଶାସନର ସହଯୋଗ ଜରୁରୀ ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି। ପୂର୍ବରୁ ଗୁମୁରା, କବିତ୍ରା, ଘୁଟୁରୁ, ଗମ୍ଭାରିଆ, ମୁକୁନା, ବାଉରିପଦା ଆଦି ୧୬ଟି ଗ୍ରାମରୁ ଏହି ଠାକୁରପଟି ପରିକ୍ରମା ଆସୁଥିଲା। ତେବେ ପୂର୍ବ ପରି ଏହି ଅନନ୍ୟ ପରମ୍ପରା କମି କମି ଆସୁଥିବା ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ କ୍ଷୋଭର ସହ କହିଛନ୍ତି। ତେବେ ଏହି ଅନନ୍ୟ ପରମ୍ପରାର ସୁରକ୍ଷା କରିବାକୁ ଅନେକ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri