ତାଲିମ ନେଲେ ୧୦୦ ଚାଷୀ

ବାରିପଦା ଅଫିସ,୧୫।୪

ମୟୂରଭଞ୍ଜ ଜିଲା ପଲ୍ଲୀଶ୍ରୀ ମେଳା ଆନୁକୂଲ୍ୟରେ ଜିଲା କୃଷି ଓ ଆନୁସଙ୍ଗିକ ବିଭାଗ ପକ୍ଷରୁ କୃଷି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାର ୨୬ଟି ବ୍ଲକର ଚାଷୀଙ୍କୁ ଆତ୍ମା ଆନୁକୂଲ୍ୟରେ ତାଲିମ ଦିଆଯାଇଛି। ୧୦୦ ଚାଷୀ, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଓ ମହିଳା ଚାଷୀ ୪ଦିନ ଧରି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରାକୃତିକ କୃଷି ଓ ଫସଲ ବିବିଧତା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଜିଲା କୃଷି ଅଧିକାରୀ ରବୀନ୍ଦ୍ର ଖଟୁଆ, ଅନ୍ୟତମ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶିକା ଭବାନୀ ଶଙ୍କର କାଲୋ ଯୋଗଦାନ କରି ‘ସବୁଜ କୃଷି’ର ଭିତ୍ତିଭୂମି ଓ ମୟୂରଭଞ୍ଜ ଜୈବ ମଣ୍ଡଳର ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସହକାରୀ କୃଷି ନିର୍ଦ୍ଦେଶକ ଡ.ମନୋଜ କୁମାର ଚାନ୍ଦ ଚାଷୀମାନଙ୍କୁ ଉନ୍ନତମାନର କୃଷି ପଦ୍ଧତି ମାଧ୍ୟମରେ ଫସଲ ବିବିଧତା ସମ୍ପର୍କରେ ବୁଝାଇଥିଲେ। ଉଦ୍ୟାନ କୃଷି, ଗୋପାଳନ, ମାଛ ଓ କୁକୁଡ଼ା ଚାଷ ମାଧ୍ୟମରେ ସମନ୍ବିତ ଚାଷ ପଦ୍ଧତିକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରସ୍ଥିତ କନକ ବାୟୋସାଇନ୍ସ ଓ ରିସର୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଡ.ଦୀପକ କୁମାର ସାହୁ ଉପସ୍ଥିତ ରହି ଜୈବିକ ଚାଷରେ ବାସନା ଧାନର ଚାହିଦାକୁ ପାଥେୟ କରି ଚାଷୀମାନଙ୍କୁ ବାସନା ଧାନ ଚାଷ କରିବାକୁ ପରାମର୍ଶ ଦେଇଥିଲେ। ଲଘୁ ଶସ୍ୟ ଚାଷ ତଥା ସନ୍ତୁଳିତ ଖାଦ୍ୟ ଆହାର ଦିଗରେ ୱାସନର ରିସର୍ସପର୍ସନ ପୁଲକ ରଞ୍ଜନ ନାୟକ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଫସଲ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତି ବ୍ଲକରୁ ଜଣେ ଲେଖାଏ ଚାଷୀଙ୍କୁ ମିଶାଇ ମୋଟ ୨୬ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମଧୁସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଇଡି ପରୀକ୍ଷା ଘୁଞ୍ଚାଇବା ନେଇ କୁଳସଚିବଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୮ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଇଡି ମହାବିଦ୍ୟାଳୟଗୁଡିକର ଦ୍ୱିତୀୟ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି ହୋଇଛିା ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ...

ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ...

ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ...

ମାଟ୍ରିକ୍‌ ପାସ୍‌ କଲେ ସୋରଡା ବିଧାୟକ; ରହିଲା B2 ଗ୍ରେଡ୍‌

ସୋରଡା,୨୪।୮(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପାସ କରିଛନ୍ତି। ସେ ୫୦୦ରୁ ୩୪୦...

ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢ଼େଇ

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ...

ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବିପତ୍ର

କପ୍ତିପଦା,୧୦ା୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଦେଇ ଟି.ଡି.ପି.ୟୁ ଏମ.ବି.ଆର(ଠାକୁରମୁଣ୍ଡା, ଡଙ୍ଗାଡିହା, ପୋଡାଡିହା,ଉଦଳା,ମାଣତ୍ରୀ,ବୈଶିଙ୍ଗା ଓ ରୂପସା) ଏମଡିଆର-୭୦ ଏକ ରାସ୍ତା ରହିଛି। ଏହି ରାସ୍ତାକୁ ଜାତୀୟ...

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼...

ଧରାପଡ଼ିଲେ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌

ବଲାଙ୍ଗୀର ଅଫିସ,୨୫ା୧: ନେପାଳ ସୀମାକୁ ଲାଗିଥିବା ବିହାରରୁ ୩୦ଲକ୍ଷ ଟଙ୍କାର ଚୋରି ମୋବାଇଲ ଜବତ କରିବା ସହ ଏକ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଲୁଟେରାଙ୍କୁ...

Advertisement
Archives

Model This Week