ଲୁଣା, ହେନ୍ତାଳବଣ ପ୍ରତି ବଢୁଛି ବିପଦ

ମହାକାଳପଡ଼ା,୧୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ପାରାଦୀପ ଶିଳ୍ପାଞ୍ଚଳରେ ଥିବା କଳକାରଖାନାର ନିର୍ଗତ ନିଆଁ, ଧୂଆଁ ଓ ଧୂଳିର ପ୍ରଭାବ ବ୍ଲକ ଅଞ୍ଚଳରେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ଗଛର ପତ୍ର ଉପରେ ତୈଳାକ୍ତ ଆସ୍ତରଣ ପଡିଯିବାରୁ କଳା ରଙ୍ଗ ଦେଖାଯାଉଛି। ଏପରିକି ଲୁଣା ଓ ହେନ୍ତାଳ ଗଛର ପତ୍ରଗୁଡିକ କଳା ରଙ୍ଗ ଦେଖାଯିବାରୁ ଜଙ୍ଗଲ ପ୍ରତି ବିପଦ ବଢୁଥିବା ପରିବେଶବିତ୍‌ ସମରେନ୍ଦ୍ର ମାହାଳି ଅଭିଯୋଗ କରିଛନ୍ତି। ଏଥିସହ ଲୋକମାନେ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କୋଚିଳା ଗାଁର ହରି ଗୋଛାୟତ, ଅନାଦି ସ୍ବାଇଁ, ବିଜୟ ସ୍ବାଇଁ, ପଲ୍ଲୀଗଡ଼ ଗାଁ ପରୀକ୍ଷିତ ପରିଡ଼ା, ଶରତ ସାମଲ, କେନ୍ତିଆ ଗାଁର ନାଥ କୁମାର ଭୋଳ, ପିତାପାଟ ଗାଁର ବାପିନା ପରିଡ଼ା, ଶ୍ରୀମନ୍ତ ମଣ୍ଡଳ, ନବଘନ ବେହେରା ପ୍ରମୁଖ କହିଛନ୍ତି।
ମହାକାଳପଡ଼ା ବ୍ଲକର ମହାନଦୀ ଅପରପାର୍ଶ୍ୱରେ ପାରାଦୀପରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ଏସବୁ କାରଖାନାରୁ ବିଷାକ୍ତ ଗ୍ୟାସ୍‌ ଓ ତୈଳାକ୍ତ ଧୂଆଁ ସହ ବିଭିନ୍ନ ରାସାୟନିକ ଧୂଳିକଣା ଦକ୍ଷିଣା ପବନ ଯୋଗୁ ଅଞ୍ଚଳକୁ ବୋହି ଆସୁଛି। ଏହାର ପ୍ରଭାବରେ ବତିଘର, ରାମନଗର, ଖରିନାସି, ଜମ୍ବୁ ଆଦି ଅଞ୍ଚଳ ନଦୀ ଅବବାହିକା ସୃଷ୍ଟି ହୋଇଥିବା ଶତାଧିକ ହେକ୍ଟର ଲୁଣା, କାଜୁ ଓ ହେନ୍ତାଳ ଜଙ୍ଗଲର ଗଛଗୁଡିକ ପତ୍ରରେ କଳା ବହଳ ଜମିବା ଦ୍ୱାରା ଗଛ ବଢିବାରେ ବାଧା ଉପୁଜିଛି। ଅନେକ ଗଛ ଏହା ପ୍ରଭାବରେ ପୋଡ଼ି ନଷ୍ଟ ହେଲାଣି। ସେହିପରି କାଜୁ ଗଛରେ ବାଦାମ ଫୁଲ ପୋଡ଼ିଯାଉଥିବା ଦେଖିବାକୁ ମିଳୁଛି। ଫଳରେ କାଜୁ ବାଦାମ ଉତ୍ପାଦନରେ ବାଧା ଉପୁଯିବ ବୋଲି କୁହାଯାଉଛି। ବିଷାକ୍ତ ଧୂଆଁ ପ୍ରଭାବରେ ବ୍ଲକର ପିତାପାଟ, ନଳଗୋଠ, ପଲ୍ଲୀଗଡ଼, କୋଚିଳା, କେନ୍ତିଆ, ପେଟଛେଲା, ବଉଳକଣି, ବହାକୁଦ, ବତୀଘର, ବରଜ, ରାମନଗର, ଜମ୍ବୁ ଆଦି ଅଞ୍ଚଳର ଲୋକଙ୍କ ଆଖି ପୋଡିବା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଗଛପତ୍ରରେ କଳାରଙ୍ଗର ଆସ୍ତରଣ ଯୋଗୁ ବନ୍ୟଜନ୍ତୁଙ୍କ ଖାଦ୍ୟରେ ସମସ୍ୟା ଦେଖାଦେଇଛି। ଆଗାମୀ ଦିନରେ ଏହି ଶିଳ୍ପସଂସ୍ଥାରୁ ନିର୍ଗତ ନିଆଁ, ଧୂଆଁ ଓ ଧୂଳିର ପ୍ରଭାବକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ବୁଲି ଦେଖିବି, ଯଦି ଏଭଳି କିଛି ପ୍ରଭାବ ପଡିଥିବ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ସେ କହିଛନ୍ତି। ଏ ନେଇ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ମତାମତ ନେବାରେ ପ୍ରଭାବିତ ଅଞ୍ଚଳଗୁଡ଼ିକ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପାରାଦୀପସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଅଧିକାରୀ ଦିଲୀପ କୁମାର ଦାସଙ୍କୁ ପଚାରିବାରେ ପାରାଦୀପ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ମହାକାଳପଡ଼ା ଅଞ୍ଚଳରେ ଧୂଳି, ଧୂଆଁ ଆମ ନଜରକୁ ଆସିନାହିଁ। ପୂର୍ବ ଅପେକ୍ଷା ବର୍ତ୍ତମାନ ଆକଳନ ଅନୁସାରେ ୫ ବର୍ଷ ମଧ୍ୟରେ ଯଥେଷ୍ଟ ପରିମାଣରେ ପ୍ରଦୂଷଣ ହାର କମିଛି। ଏ ନେଇ ସମ୍ପୃକ୍ତ କମ୍ପାନୀଗୁଡିକର ଚିମିନିରୁ ନିର୍ଗତ ହେଉଥିବା ତୈଳାକ୍ତ ଧୂଳି ଧୂଆଁ ଉପରେ ମନିଟରିଂ କରାଯାଉଛି। ଯଦିଓ ପାରାଦୀପରେ ଏହାର ସେତେ ପରିମାଣରେ ପ୍ରଭାବ ପଡୁନାହିଁ, ତେବେ ମହାକାଳପଡ଼ାରେ କିପରି ପ୍ରଭାବ ପଡ଼ୁଛି ବୋଲି ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri