ଚଇତି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଢେଙ୍କିକୋଟ, ୧୫।୪ (ଡି.ଏନ.ଏ.)
କେନ୍ଦୁଝର ଜିଲା ଘଟଗାଁ ମା’ତାରିଣୀ ପୀଠ ସାରା ଜଗତରେ ଜଣାଶୁଣା। ପ୍ରତିବର୍ଷ ପଣା ସଂକ୍ରାନ୍ତି ଅବସରରେ ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ ଦୀର୍ଘ ସାତ ଦିନ ଧରି ଧୁମଧାମରେ ପାଳନ କରାଯାଇଛି। ଚଳିତ ମାସ ୯ ତାରିଖରୁ ମା’ଙ୍କ ଚଇତି ପର୍ବ ଆରମ୍ଭ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ମା’ଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥିବେ ବେଳେ ଚଳିତ ବର୍ଷ ଏହାକୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ଫଳରେ ମା’ଙ୍କ ଚଇତି ପର୍ବ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି। ଗୁରୁବାର ପବିତ୍ର ହନୁମାନ ଜୟନ୍ତୀ, ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ଏହି ଦିନ ମା’ଙ୍କ ସୁନାବେଶ ଦର୍ଶନ କରି ମନରେ ଯାହା ମନାସିବ ମା’ ତାହା ପୁରଣ କରିଥାନ୍ତି ବୋଲି କିମ୍ବଦନ୍ତୀ କହେ। ଫଳରେ ପ୍ରତ୍ୟକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ କାହିଁ କେତେ ଦୂରୁ ଆସି ଦୀର୍ଘ ଘଣ୍ଟା ଖରାତରାରେ ଛିଡା ହୋଇ ଦର୍ଶନ କରି ମନରେ ବିଭିନ୍ନ ପ୍ରକାର ଶୁଭ ମନାସିଥାନ୍ତି ଏବଂ ତାହା ପୁରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି। ଏହି ଚଇତି ପର୍ବ ପାଇଁ ଜିଲା ପ୍ରଶାସନ ଓ ମା ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟବସ୍ଥା କରିଥାନ୍ତି। ଜିଲ୍ଲା ର କୋଣ ଅନୁକୋଣ ରୁ ପୋଲିସ ପ୍ରଶାସନ ଆସିଥିବା ବେଳେ ବିଭିନ୍ନ ସଂଗଠନ ର ସ୍ବେଛାସେବୀ ଆସି ସହଯୋଗ କରିଥାନ୍ତି। ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ଅନୁଷ୍ଠାନ ତରଫରୁ ଭକ୍ତ ମାନଙ୍କୁ ମା’ଙ୍କ ପୀଠରେ ବିଭିନ୍ନ ପ୍ରକାର ପ୍ରସାଦ ବଣ୍ଟନ କରିଥାନ୍ତି । ଘଟଗାଁ, ହରିଚନ୍ଦନପୁର, ପାଟଣାର ଦମକଳ ବାହିନୀ ମଧ୍ୟ ସଜାଗ ଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଉଁଶ ବାରିକେଡ କରାଯାଇଛି। ନଅ ଦିନ ଧରି ପୀଠରେ ସତ୍ୟନାରାୟଣ ବାଡ଼ିପାଲା, ଚଣ୍ଡୀପାଠ, ଭୋଜନ ସମାରୋହ, ବିଭିନ୍ନ ନୃତ୍ୟ ଶିଳ୍ପ ଓ କଳାକୁଞ୍ଜ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଭକ୍ତଙ୍କ ନିମନ୍ତେ କରାଯାଇଥାଏ। ଜନସମାଜର ହିତ ଉଦ୍ଦେଶ୍ୟରେ ମା’ଙ୍କ ପୂଜା ପାଠ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri