ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨।୪(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ଲୋକାଲ୍ କେସ୍…
ମାନସ ସ୍ବାଇଁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କ ସରୁଛି ରିମାଣ୍ଡ ଅବଧି
ଭୁବନେଶ୍ୱର,୨।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ସହିତ ଝୁନା, ନିରଞ୍ଜନ ଓ ରଞ୍ଜନ ରିମାଣ୍ଡର ଆଜି ଶେଷ ଦିନ । ଏହି ୫…
ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ
କାମାକ୍ଷାନଗର, ୨ ।୪ (ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ ହିତାଧିକାରୀଙ୍କୁ ବାଦ୍ଦେଇ ଚଞ୍ଚକତା କରି ଅନ୍ୟଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏ ନେଇ ୮୦…
ଆଜିଠୁ ସକାଳୁଆ ସ୍କୁଲ୍ ଯିବେ ପିଲା
ଭୁବନେଶ୍ୱର,୨।୪(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ପାଠପଢ଼ା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ…
‘ପ୍ରଗତି ପଥେ ଆଗେଇ ନିଅ’
ଅନୁଗୋଳ ଅଫିସ,୨ ।୪ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ ଯୋଗଦେଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ। ମୁଖ୍ୟ…
ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ
ଭୋଗରାଇ, ୨ ।୪(ଡି.ଏନ.ଏ.) ଦେଶରେ କୋଭିଡ୍ କଟକଣା ହଟିଛି। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ ଶୁକ୍ରବାର…
ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସଚାଷ
ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ବାଡ଼ିରେ ଘାସ ଚାଷ କରି ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ…
କଂକ୍ରିଟ ରାସ୍ତା ଫାଟି ଆଁ
ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଶେଷ ହୋଇ ନ ଥିଲେ…
ଅସ୍ଥାୟୀ ପୋଲରେ ବାଲି ଚାଲାଣ
ବାରିପଦା ଅଫିସ,୨ ।୪ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ନିୟମ ଉଲ୍ଲଂଘନକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟ)ରେ ମାମଲା ରୁଜୁ ହୋଇଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନର ଚେତା ପଶୁନି। ବେଆଇନ ପୋଲ ନିର୍ମାଣ କରି…
୪୩.୪ ଡିଗ୍ରୀ ସହ ଟିଟିଲାଗଡ଼ ଉତ୍ତପ୍ତ ସହର
ଭୁବନେଶ୍ୱର, ୨।୪(ବ୍ୟୁରୋ): ମରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଶୁକ୍ରବାର ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ସର୍ବାଧିକ ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହରରେ ପରିଣତ…
ଚକରେ ସଂଯୋଗ ହେଲା ଅଖ
ପୁରୁଣା ଭୁବନେଶ୍ୱର,୨ା୪(ଡି.ଏନ୍.ଏ.): ଆସନ୍ତା ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନିର୍ମାଣ ହେଉଥିବା ରଥ ଚକରେ ନୂଆ ଅଖ ଲାଗି ହୋଇଛି। ବିଧି ମୁତାବକ ମଙ୍ଗଳ ଆଳତି,…
ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଟ୍ରେନ୍
ଭୁବନେଶ୍ୱର, ୨।୪ (ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜେଇ ବେପାରିମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରିବାରେ ସକ୍ରିୟ ହୋଇପଡିଛନ୍ତି। କେତେବେଳେ କଖାରୁ ବୋଝେଇ ଗାଡିରୁ…
Archives


