କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା(୨୯)ଙ୍କ ବିବାହ ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଜୁନ ୧୮ ତାରିଖରେ ସୋମାଲିକା ଜଗତ୍‌ସିଂହପୁର ଥାନାରେ ବିଧାୟକ ଦାସଙ୍କ ସମେତ ୮ରୁ ଅଧିକ ଲୋକଙ୍କ ନଁାରେ ଅଭିଯୋଗ କରିଥିଲେ। ଏପରି କି ବିଧାୟକ ତାଙ୍କୁ ଠକିବାକୁ ଉଦ୍ୟମ ସହ ସେକ୍ସ ରାକେଟ୍‌ ଓ ବେଶ୍ୟାଳୟ ଚଳାଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ। ଏ ନେଇ ପୋଲିସ ନଂ. ୩୭୯/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। କିନ୍ତୁ ଗତ ୪ ତାରିଖରେ ଜଗତ୍‌ସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ସିଆଇଡି କରିବାକୁ ବିଭାଗର ଅତିରିକ୍ତ ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଚିଠିରେ ଉଲ୍ଲେଖ ଅଛି, ସୋମାଲିକାଙ୍କ ସଙ୍ଗିନ ଅଭିଯୋଗକୁ ନେଇ ରାଜନୈତିକ ଓ ସାମାଜିକ ଗଣମାଧ୍ୟମରେ ହୋହଲ୍ଲା ହେଉଛି। ଯେହେତୁ ଅଭିଯୁକ୍ତ ଜଣେ ବିଧାୟକ ତେଣୁ ତାଙ୍କ ନଁାରେ ହେଉଥିବା ଅଭିଯୋଗ ସମ୍ବେଦନଶୀଳ। ତଦନ୍ତର ନିରପେକ୍ଷତା ପାଇଁ ଅଭିଯୋଗକାରିଣୀ କ୍ରାଇମବ୍ରାଞ୍ଚ ସିଆଇଡିଙ୍କୁ ଦାୟିତ୍ୱ ଦିଆଯିବାକୁ ଚାହୁଁଥିବା ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ତେଣୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସିଆଇଡି ନେବାକୁ ନିର୍ଦ୍ଦେଶ ଜାରି କରାଯିବାକୁ ଏସ୍‌ପି ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି।
ବିଜୟଶଙ୍କର ଓ ସୋମାଲିକା ବିବାହ କରିବାକୁ ନିଷ୍ପତ୍ତି ନେଇ ମେ ୧୭ ତାରିଖରେ ଜଗତ୍‌ସିଂହପୁର ଜିଲା ସବ୍‌-ରେଜିଷ୍ଟ୍ରାର (ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଆଇନ ଅନୁଯାୟୀ କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ୩୧ରୁ ୯୦ଦିନ ଭିତରେ ଉଭୟ ଯେକୌଣସି ଦିନ ବିବାହ ପାଇଁ ସୁଯୋଗ ରହିଛି। ଯେହେତୁ ୩୦ଦିନ ଭିତରେ କୌଣସି ଆପତ୍ତି ଅଭିଯୋଗ ହୋଇ ନ ଥିଲା, ତେଣୁ ସେମାନଙ୍କ ବିବାହରେ ଅସୁବିଧା ନ ଥିଲା। କିନ୍ତୁ ଆବେଦନର ୩୧ଦିନ ଅର୍ଥାତ ଜୁନ ୧୭ରେ ସୋମାଲିକା ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିବା କହି ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହେଲା ପରେ ଫେରି ଯାଉଥିବା କଥା ଗଣମାଧ୍ୟମ ଆଗରେ କହିଥିଲେ। ସେ ଏକଥା ମଧ୍ୟ କହିଥିଲେ, କୋର୍ଟରେ ବିବାହ ପାଇଁ ଜୁନ ୧୭ରେ ଦିନ ଧାର୍ଯ୍ୟ ହୋଇଥିଲା। ଏ ବାବଦରେ ବିଜୟଶଙ୍କରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ବିବାହ ପରେ ରାତିରେ ରିଙ୍ଗ ସେରିମନି ହୋଇଥାନ୍ତା। କିନ୍ତୁ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ତେଣୁ ତାଙ୍କୁ କେହି ଅପହରଣ କରି ଥାଇପାରନ୍ତି କିମ୍ବା ଜାଣିଶୁଣି ଠକିବାକୁ ଚେଷ୍ଟା କରୁଛନ୍ତି। ଏପରି କି ଅନ୍ୟ କେଉଁଠି ତାଙ୍କର ଆଫେୟାର ଥାଇ ପାରେ ବୋଲି ଆଶଙ୍କା ପ୍ରକଟ କରିଥିଲେ। ପୂର୍ବରୁ ସେ ବିଜୟଶଙ୍କରଙ୍କ ନଁାରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିବାରୁ ଏବେ ଏହି ମାମଲା ପୁନଃ ଚାଲୁ କରିବେ ବୋଲି ସୂଚନା ଦେଇଥିଲେ।
ଏହାର ଗୋଟିଏ ଦିନ ପରେ ବିଧାୟକ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ କାରଣରୁ ଚିନ୍ତିତ ଥିବା ସୂଚନା ଦେଇଥିଲେ। ବିବାହ କରିବାକୁ କେବେ ମନା କରିନାହାନ୍ତି। ଏ ନେଇ ଆଉ ୨ ମାସ ସମୟ ଥିବାବେଳେ ସୋମାଲିକା ଓ ତାଙ୍କ ସମ୍ପର୍କୀୟମାନେ କାହିଁକି ବ୍ୟସ୍ତ ହେଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଥିଲେ। ତେବେ କୌଣସି ଭଲଦିନ ଦେଖି ବିବାହ କରିବାକୁ ସେ ଚିନ୍ତା କରୁଛନ୍ତି। ଏ ପରିସ୍ଥିତିରେ ତାଙ୍କ ନଁାରେ ସେକ୍ସ ରାକେଟ୍‌ ଓ ବେଶ୍ୟାଳୟ ଚଳାଇଥିବା ଭଳି ଅଭିଯୋଗ କରିବା ଦୁର୍ଭାଗ୍ୟଜନକ। ଏଭଳି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?