ଭ୍ୟୁ ଟାୱାର, ଓଟିଡିସି ସଭାଗୃହରେ ପଶିଲା ସମୁଦ୍ର ପାଣି

ଏରସମା,୧୫ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ତଥା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳିଠାରେ ସମୁଦ୍ର ଜଳ ପତନ ଆଶାତୀତ ବୃଦ୍ଧି ପାଇଛି। ପୂର୍ଣ୍ଣମି ତିଥିର ପ୍ରଭାବରେ ସମୁଦ୍ର ଜୁଆର ଫୁଲି ଉଠି ଭ୍ୟୁ ଟାୱାର ପର୍ଯ୍ୟନ୍ତ ମାଡି ଆସିଛି। ଏଥିସହ ଲୁଣା ଜୁଆର ଭ୍ୟୁ ଟାୱାର ଉତ୍ତର ପଟେ ଥିବା ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ଅତିକ୍ରମ କରି ରାମତରା ଓ ଶିଆଳି ଗ୍ରାମ ଦେଇ ପ୍ରବାହିତ ହେଉଥିବା ନଦୀ ସହ ମିଶିଯାଇଛି। ଏପରିକି ବେଳାଭୂମିସ୍ଥିତ ଝାଉଁ ଜଙ୍ଗଲ ପୂର୍ବରୁ ଓଡ଼ିଶା ଟ୍ୟୁରିଜମ ଡେଭଲପମେଣ୍ଟ କର୍ପୋରେଶନ (ଓଟିଡିସି) ପକ୍ଷରୁ ନିର୍ମାଣ କରାଯାଇଥିବା ବୃହତ୍‌ ସଭାଗୃହକୁ ମଧ୍ୟ ସମୁଦ୍ର ଜୁଆର ଅତିକ୍ରମ କରିଛି। ଫଳରେ ସମୁଦ୍ର ଦର୍ଶନ ପାଇଁ ନିର୍ମାଣ କରାଯାଇଥିବା ସୁଦୃଶ୍ୟ ଭ୍ୟୁ ଟାୱାର ଓ ଓଟିଡିସି ସଭାଗୃହ ଅସୁରକ୍ଷିତ ହୋଇପଡିଛି। ଲଘୁଚାପ ନ ହୋଇ ମଧ୍ୟ କେବଳ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜୁଆର ଭୟଙ୍କର ରୂପ ଧାରଣ କରିଥିବାରୁ ସ୍ଥାନୀୟ ଶିଆଳି ଓ ରାମତରା ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।
ସୂଚନା ଯୋଗ୍ୟ, ଗତ ୨୦୧୨ମସିହାରୁ ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଏହାର ଗୋଟିଏ ପଟରେ ବଙ୍ଗୋପସାଗର ଓ ଅପରପାର୍ଶ୍ୱରେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲର ସବୁଜିମା ରହିଛି। ଏହି ଜଙ୍ଗଲରେ ହରିଣ, ଠେକୁଆ ପ୍ରଭୃତି ପ୍ରାଣୀ ବାସ କରୁଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ସମୁଦ୍ର ଦର୍ଶନ କରିବାକୁ ନିର୍ମାଣ କରାଯାଇଛି ଭ୍ୟୁ ଟାୱାର। ବେଳାଭୂମିର ବାଲୁକାରାଶିରେ ନାଲି କଙ୍କଡା ମଧ୍ୟ ଦେଖିବାକୁ ମିଳିଥାନ୍ତି। ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଶିଆଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଛୁଟି ଆସିଥାନ୍ତି। ମାତ୍ର ପରିତାପର ବିଷୟ,ଏଠାରେ ଲୁଣା ଜୁଆର ପ୍ରଭାବରୁ ପର୍ଯ୍ୟଟନ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ। ଝାଉଁ ବହ୍ଲା ଓ ବାଲିବସ୍ତାରେ ପ୍ରତିବର୍ଷ କାମ ଚଳାଇ ଦିଆଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?