ଖସିଲା କରୋନା ଗ୍ରାଫ୍, ଆଜି ୫୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୩୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୨ ଜଣ ଚିହ୍ନଟ ହୋଇଥିବା…
ଏମ୍ଏଲ୍ୟୁରେ ପରୀକ୍ଷା ସ୍ଥଗିତ
କଟକ ଅଫିସ,୨୫ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍ଏଲ୍ୟୁ)ରେ ୫ ବର୍ଷିଆ ବିଏ ଏଲ୍ଏଲ୍ବି ଏବଂ ୩ ବର୍ଷିଆ ଏଲ୍ଏଲ୍ବି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ସ୍ଥଗିତ ରଖାଯାଇଛି। ଏଥିସହ ଉକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ଆଇନ ମହାବିଦ୍ୟାଳୟରେ ମଧ୍ୟ…
ସରିଲା ନିର୍ବାଚନ, ବଢ଼ିଲା ଉତ୍କଣ୍ଠା
ଖୋର୍ଦ୍ଧା ଅଫିସ,୨୫ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟଗ୍ରହଣ ସରିଛି। ଚଳିତ ବର୍ଷ ପୌର ଅଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯାଇଛି। ଭୋଟରମାନେ ନିଜ ପସନ୍ଦର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ବାଛିଛନ୍ତି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ କନକଲକ୍ଷ୍ମୀ…
ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍
ଖୋର୍ଦ୍ଧା ଅଫିସ/ ବାଲୁଗାଁ/ଜଟଣୀ,୨୫ା୩ (ଡି.ଏନ୍.ଏ.)ଖୋର୍ଦ୍ଧା ଜିଲାରେ ଗୁରୁବାର ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ ସମେତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଭୋଟଗ୍ରହଣ କରାଯାଇଛି। କାଁ ଭାଁ ଉତ୍ତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ…
ବୁଥ୍ ଖୋଜି ଖୋଜି ଭୋଟର ନୟାନ୍ତ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ୭ ବର୍ଷ ପରେ ପୌର ନିର୍ବାଚନ ହୋଇଛି। ଏହା ଭିତରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଭୋଟର ଓ ପରିସୀମା ମଧ୍ୟ ବଢ଼ିଛି। ଏଥିପାଇଁ ପୂର୍ବରୁ ଓ୍ବାର୍ଡ ପୁନର୍ଗଠନ ସହ ନୂଆ ଭୋଟର ସଂଯୋଗ ଓ ସଂଶୋଧନ କରାଯାଇଥିଲା। ଏପରିକି…
ଟ୍ରଲି ଭଡ଼ା କରି ଭୋଟ ଦେବାକୁ ଆସିଲେ ୧୨୦ ବର୍ଷିୟା ଭୋଟର
ଭୁବନେଶ୍ୱର,୨୫।୩(ବ୍ୟୁରୋ): ଭୋଟ ଦେବା ପାଇଁ ଟ୍ରଲି ଭଡ଼ା କରି ଆସିଥିଲେ ୧୨୦ବର୍ଷର ମହିଳା ଭୋଟର ଭାବମଣି ବେହେରା। ଭୁବନେଶ୍ୱର ୟୁନିଟ୍-୨ ବସ୍ତିର ବାସିନ୍ଦା ଭାବମଣି ବୟସର ଅପରାହ୍ନରେ ଉପନୀତ ହୋଇ ମଧ୍ୟ ଆଗ୍ରହର ସହ ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ…
ପୂର୍ବତନ କର୍ପୋରେଟରଙ୍କୁ ମାଡ଼ ଅଭିଯୋଗ
ଭୁବନେଶ୍ୱର ୨୫।୩ (ବ୍ୟୁରୋ): ବିଏମ୍ସି ପାଇଁ ମତଦାନ ଚାଲିଥିବାବେଳେ ୫୮ ନଂ ୱାର୍ଡର ସ୍ବାଧୀନ ପାର୍ଥିନୀ ନମିତା ମହାପାତ୍ରଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ କୁମାର ମହାପାତ୍ରଙ୍କୁ ବ୍ରହ୍ମେଶ୍ୱରପାଟଣାସ୍ଥିତ ବୁଥ୍ ପରିସରରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସେ…
ଶେଷ ମତଦାନ କହି କାନ୍ଦି ପକାଇଲେ ୮୮ ବର୍ଷିୟା ବୃଦ୍ଧା
ଭୁବନେଶ୍ୱର,୨୫।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଓ୍ବାର୍ଡ ନଂ. ୪୯ ଅନ୍ତର୍ଗତ ଆଇଗିଣିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ୍ ନଂ. ୫୦୯ରେ ଗୁରୁବାର ମତଦାନ କରିଛନ୍ତି ୮୮ ବର୍ଷିଆ ବୃଦ୍ଧା ଅନ୍ନପୂର୍ଣ୍ଣା ଦାସ। ତେବେ ସେ ଭୋଟ ଦେଇ ଯେତିକି ଖୁସି…
ଅଧା ବାଟରେ ଏମ୍ଡିଏମ୍ ଚାଉଳ ହଡ଼ପ
ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ଯୋଜନା ପ୍ରଣୟନ ହୋଇଛି। ୨୦୨୧…
ପ୍ରକାଶ ପାଇଲା ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ
ଭୁବନେଶ୍ୱର,୨୫।୩(ବ୍ୟୁରୋ): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଏପ୍ରିଲରୁ ଆରମ୍ଭ ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପଢୁଥିବା ୨ୟ ବର୍ଷର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଗୁରୁବାର ପରିଷଦ…
ବଢ଼ିବନି ବିଜୁଳି ଦର
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି ହେବ ନାହିଁ। ପୂର୍ବ ଦର ଅପରିବର୍ତ୍ତିତ ରହିବ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। ଏହି ଘୋଷଣା ସାଧାରଣ ଉପଭୋକ୍ତାଙ୍କୁ ବର୍ଷକ…
ଅଜଣା ଜନ୍ତୁ ପାଦ ଚିହ୍ନ ଠାବ ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ
ମହାକାଳପଡା, ୨୫ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତସ୍ଥିତ କାଜୁ ଫାର୍ମ ସମ୍ମୁଖ ରାସ୍ତାରେ ଅଜଣା ଜନ୍ତୁର ପାଦ ଚିହ୍ନ ଠାବ କରାଯାଇଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ…
Archives


