ଇଲିଶି ଦର ଆକାଶଛୁଆଁ

ମହାକାଳପଡ଼ା,୧୫ା୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମୁଦ୍ର ଓ ସଂଲଗ୍ନ ନଦୀରେ ଲଘୁଚାପ ପ୍ରଭାବ ଯୋଗୁ ୨ ଦିନ ହେଲା ଇଲିଶି ମାଛ ବହୁଳ ମାତ୍ରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି। ଇଲିଶି ମାଛର ଚାହିଦା ଥିବାରୁ ଏହାର ଦର ଆକାଶଛୁଆଁ ହୋଇଛି। ୫୦୦ ଗ୍ରାମର ଇଲିଶି ମୂଲ୍ୟ ୧ ହଜାର, ୧ କେଜିର ଦାମ ୧୫୦୦, ୨କେଜିର ମୂଲ୍ୟ ୨ରୁ ୩ ହଜାର ଟଙ୍କା ରହିଛି। ଇଲିଶି ମାଛ ଉଠିଥିବାରୁ ମତ୍ସ୍ୟଜୀବୀମାନେ ଖୁସିବ୍ୟକ୍ତ କରିଛନ୍ତି। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପୂର୍ବଦିଗରୁ ପବନ ବହିବାରୁ ଗଭୀର ସମୁଦ୍ର ମଧ୍ୟରେ ଥିବା ଇଲିଶି ମାଛ ଏବେ କୂଳମୁହାଁହୋଇଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ବୋଟ ନେଇ ସମୁଦ୍ର ମଧ୍ୟରେ ଜାଲ ଘେରା ଦେଇ ଇଲିଶି ମାରୁଥିବା ଜଣେ ବୋଟ୍‌ ମାଲିକ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବ ଦିଗରୁ ପବନ ବୋହିବା ସହ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ବନ୍ୟା ଜଳ ନଦୀ ଦେଇ ସମୁଦ୍ରରେ ମିଶିବା ସମୟରେ ଏମାନେ କୂଳମୁହାଁ ହୋଇଥାନ୍ତି। ଏମାନେ ମଧୁର ଜଳରେ ଅଣ୍ଡା ଦେବାକୁ ଆସୁଥିବା ପରିବେଶବିତ୍‌ମାନେ ମତପୋଷଣ କରିଛନ୍ତି।
ଚଳିତବର୍ଷ ଇଲିଶି ଉତ୍ପାଦନ ବେଶ୍‌ ଅନୁକୂଳ ହେବ ବୋଲି ବ୍ଲକର ଖରିନାଶି, ବତିଘର ଓ ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀ ତାରକା ନାଥ ସେନା, ମୃତ୍ୟୁଞ୍ଜୟ ମଣ୍ଡଳ, ବିଜୟ ମଣ୍ଡଳ, ନରେଶ ମଣ୍ଡଳ ଓ ଜୟଦେବ ଦାସ କହିଛନ୍ତି। ଇଲିଶି ଦର ଭଲ ଥିବାରୁ ବେଶ୍‌ ଦୁଇ ପଇସା ରୋଜଗାର ହେବ ବୋଲି ମତ୍ସ୍ୟଜୀବୀ ଆଶା ରଖିଛନ୍ତି। ଗୋଟେ ଗୋଟେ ଛୋଟ ଡଙ୍ଗାରେ ୫୦ କିଲୋରୁ ୨ରୁ ୩ କୁଇଣ୍ଟାଲ ଇଲିଶି ଜାଲରେ ପଡୁଛନ୍ତି। ପାରାଦୀପର ଇଲିଶି ମାଛ ବାଲି ପ୍ଲଟରେ ନିଲାମ ହେଉଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି। ପୂର୍ବରୁ ଶତାଧିକ କୁଇଣ୍ଟାଲ ଇଲିଶି ପଡୁଥିବା ବେଳେ ଟ୍ରକ ଯୋଗେ ରାଜ୍ୟ ଓ ରାଜ୍ୟ ବାହାର କୋଲକାତା, ରାୟପୁର, ଆନ୍ଧ୍ରପ୍ରଦେଶକୁ ରପ୍ତାନି ହେଉଥିଲା। ଜଳବାୟୁ ପରିବର୍ତ୍ତନ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅନିୟମିତତା ଯୋଗୁ ବର୍ଷା ପରିମାଣ ହ୍ରାସ ପାଇବାରୁ ଇଲିଶି ଉତ୍ପାଦନ ଯଥେଷ୍ଟ ପରିମାଣରେ କମ୍‌ ହେଉଥିଲା। ହେଲେ ଏବେ ଇଲିଶି ମାଛ ଜାଲରେ ବହୁଳ ମାତ୍ରାରେ ପଡୁଛନ୍ତିି। ଏ ସମ୍ପର୍କରେ ମହାକାଳପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲ୍ଲିକଙ୍କୁ ପଚାରିବାରେ ମୌସୁମୀ ପ୍ରଥମ ବର୍ଷାରେ ବନ୍ୟା ଜଳରେ ଇଲିଶି ପ୍ରଜନନ ବା ଅଣ୍ଡାଦାନ ପାଇଁ କୂଳ ଅଭିମୁଖେ ଅଗ୍ରସର ହୋଇଥାନ୍ତି ବୋଲି ସେ କହିଛନ୍ତି।

,


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri