ଇଲିଶି ଦର ଆକାଶଛୁଆଁ

ମହାକାଳପଡ଼ା,୧୫ା୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମୁଦ୍ର ଓ ସଂଲଗ୍ନ ନଦୀରେ ଲଘୁଚାପ ପ୍ରଭାବ ଯୋଗୁ ୨ ଦିନ ହେଲା ଇଲିଶି ମାଛ ବହୁଳ ମାତ୍ରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି। ଇଲିଶି ମାଛର ଚାହିଦା ଥିବାରୁ ଏହାର ଦର ଆକାଶଛୁଆଁ ହୋଇଛି। ୫୦୦ ଗ୍ରାମର ଇଲିଶି ମୂଲ୍ୟ ୧ ହଜାର, ୧ କେଜିର ଦାମ ୧୫୦୦, ୨କେଜିର ମୂଲ୍ୟ ୨ରୁ ୩ ହଜାର ଟଙ୍କା ରହିଛି। ଇଲିଶି ମାଛ ଉଠିଥିବାରୁ ମତ୍ସ୍ୟଜୀବୀମାନେ ଖୁସିବ୍ୟକ୍ତ କରିଛନ୍ତି। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପୂର୍ବଦିଗରୁ ପବନ ବହିବାରୁ ଗଭୀର ସମୁଦ୍ର ମଧ୍ୟରେ ଥିବା ଇଲିଶି ମାଛ ଏବେ କୂଳମୁହାଁହୋଇଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ବୋଟ ନେଇ ସମୁଦ୍ର ମଧ୍ୟରେ ଜାଲ ଘେରା ଦେଇ ଇଲିଶି ମାରୁଥିବା ଜଣେ ବୋଟ୍‌ ମାଲିକ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବ ଦିଗରୁ ପବନ ବୋହିବା ସହ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ବନ୍ୟା ଜଳ ନଦୀ ଦେଇ ସମୁଦ୍ରରେ ମିଶିବା ସମୟରେ ଏମାନେ କୂଳମୁହାଁ ହୋଇଥାନ୍ତି। ଏମାନେ ମଧୁର ଜଳରେ ଅଣ୍ଡା ଦେବାକୁ ଆସୁଥିବା ପରିବେଶବିତ୍‌ମାନେ ମତପୋଷଣ କରିଛନ୍ତି।
ଚଳିତବର୍ଷ ଇଲିଶି ଉତ୍ପାଦନ ବେଶ୍‌ ଅନୁକୂଳ ହେବ ବୋଲି ବ୍ଲକର ଖରିନାଶି, ବତିଘର ଓ ଜମ୍ବୁ ଅଞ୍ଚଳର ମତ୍ସ୍ୟଜୀବୀ ତାରକା ନାଥ ସେନା, ମୃତ୍ୟୁଞ୍ଜୟ ମଣ୍ଡଳ, ବିଜୟ ମଣ୍ଡଳ, ନରେଶ ମଣ୍ଡଳ ଓ ଜୟଦେବ ଦାସ କହିଛନ୍ତି। ଇଲିଶି ଦର ଭଲ ଥିବାରୁ ବେଶ୍‌ ଦୁଇ ପଇସା ରୋଜଗାର ହେବ ବୋଲି ମତ୍ସ୍ୟଜୀବୀ ଆଶା ରଖିଛନ୍ତି। ଗୋଟେ ଗୋଟେ ଛୋଟ ଡଙ୍ଗାରେ ୫୦ କିଲୋରୁ ୨ରୁ ୩ କୁଇଣ୍ଟାଲ ଇଲିଶି ଜାଲରେ ପଡୁଛନ୍ତି। ପାରାଦୀପର ଇଲିଶି ମାଛ ବାଲି ପ୍ଲଟରେ ନିଲାମ ହେଉଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି। ପୂର୍ବରୁ ଶତାଧିକ କୁଇଣ୍ଟାଲ ଇଲିଶି ପଡୁଥିବା ବେଳେ ଟ୍ରକ ଯୋଗେ ରାଜ୍ୟ ଓ ରାଜ୍ୟ ବାହାର କୋଲକାତା, ରାୟପୁର, ଆନ୍ଧ୍ରପ୍ରଦେଶକୁ ରପ୍ତାନି ହେଉଥିଲା। ଜଳବାୟୁ ପରିବର୍ତ୍ତନ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅନିୟମିତତା ଯୋଗୁ ବର୍ଷା ପରିମାଣ ହ୍ରାସ ପାଇବାରୁ ଇଲିଶି ଉତ୍ପାଦନ ଯଥେଷ୍ଟ ପରିମାଣରେ କମ୍‌ ହେଉଥିଲା। ହେଲେ ଏବେ ଇଲିଶି ମାଛ ଜାଲରେ ବହୁଳ ମାତ୍ରାରେ ପଡୁଛନ୍ତିି। ଏ ସମ୍ପର୍କରେ ମହାକାଳପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲ୍ଲିକଙ୍କୁ ପଚାରିବାରେ ମୌସୁମୀ ପ୍ରଥମ ବର୍ଷାରେ ବନ୍ୟା ଜଳରେ ଇଲିଶି ପ୍ରଜନନ ବା ଅଣ୍ଡାଦାନ ପାଇଁ କୂଳ ଅଭିମୁଖେ ଅଗ୍ରସର ହୋଇଥାନ୍ତି ବୋଲି ସେ କହିଛନ୍ତି।

,


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri