ଦୋଷ ଛଡ଼ାଇବାକୁ ଉଦ୍ୟମ

କଟକ ଅଫିସ,୧୫ା୭: ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏପରି କି ଏଠାରେ ବିଭିନ୍ନ ସମୟରେ ଆଧୁନିକ ପ୍ରଣାଳୀରେ ଚିକିତ୍ସା କରାଯାଇ ବିରଳ ରେକର୍ଡ ସୃଷ୍ଟି କରାଯାଉଛି। ହେଲେ ଏମିତି କିଛି ଘଟଣା ଘଟୁଛି, ଯାହାକି ଏସ୍‌ସିବିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭୁବନେଶ୍ୱର କିମ୍‌ସ ହସ୍ପିଟାଲରେ ଡାକ୍ତର ଏକ ୫ବର୍ଷ ବୟସର ଶିଶୁ ପୁତ୍ର ସୁଧାଂଶୁ ଶେଖର ଲେଙ୍କାଙ୍କୁ ମଙ୍ଗଳବାର ରାତିରେ ବ୍ରେନ୍‌ଡେଡ୍‌ ଘୋଷଣା କରିବା ପରେ ତା’ର ୨ଟି କିଡ୍‌ନୀ ଦାନ କରିବାକୁ ପରିବାର ଲୋକ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ପ୍ରଥମେ ଏସ୍‌ସିବି ନିଆଯାଇଥିଲା। ହେଲେ କିଡ୍‌ନୀ କ୍ରସ୍‌ ମ୍ୟାଚ୍‌ ନ ହେବାରୁ ଏଠାରେ ପ୍ରତିରୋପଣ କରିବା ସମ୍ଭବ ହୋଇପାରିଲା ନାହିଁ। ପରେ ଏହାକୁ ଭୁବନେଶ୍ୱର ଆପୋଲୋ ପଠାଯାଇ ସେଠାରେ ୨ଜଣଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା। ଏସ୍‌ସିବିରେ କିଡ୍‌ନୀ ପ୍ରତିରୋପଣ ନ ହୋଇପାରିବା ନେଇ କର୍ତ୍ତୃପକ୍ଷ ବିଭିନ୍ନ କାରଣ ଦର୍ଶାଉଥିଲେ ସୁଦ୍ଧା ସାଧାରଣରେ ଏଠାକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥିତି ଏପରି ହୋଇଛି ଯେ, ଏସ୍‌ସିବିର ଦୋଷ ଲୁଚାଇବା ପାଇଁ କେତେଜଣ ଅଧିକାରୀ ମୁହଁ ଖୋଲି ବିବାଦକୁ ଠେଲି ହେବାକୁ ଚାହୁଁନାହାନ୍ତି ବୋଲି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଅପରପକ୍ଷରେ ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ସମୀର ସ୍ବାଇଁଙ୍କ କହିବା ହେଲା ଏସ୍‌ସିବିରେ ପୂର୍ବରୁ ୫ଥର ସଫଳତାର ସହ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ଏହା ଷଷ୍ଠଥର ପାଇଁ ହୋଇଥାନ୍ତା। ପୂର୍ବରୁ ଯେଉଁ ପଦ୍ଧତିରେ ପ୍ରତିରୋପଣ କରାଯାଇଥିଲା, ଚଳିତଥର ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରାଯାଇଛି। ଏଥର କିଡ୍‌ନୀ ମ୍ୟାଚ୍‌ ନ କରିବାରୁ ପ୍ରତିରୋପଣ ହୋଇପାରିଲା ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି। ସେହିପରି କେଉଁଠି କିଡ୍‌ନୀ ପ୍ରତିରୋପଣ ହେବ ତାହା ସୋଟୋ ସ୍ଥିର କରିଥାଏ। ଏହା ରକ୍ତ ପରୀକ୍ଷା ଭଳି ପରୀକ୍ଷା ନୁହେଁ ଯେ, ସଙ୍ଗେ ସଙ୍ଗେ ଜଣା ପଡ଼ିଯିବ। ଏଥିପାଇଁ ସମୟ ଲାଗିଥାଏ। ତେବେ ଯଦି କ୍ରସ୍‌ ମ୍ୟାଚ ନ ହୁଏ, ତେବେ ସୋଟୋ ପକ୍ଷରୁ ଦ୍ୱିତୀୟ ତାଲିକାରେ ଯେଉଁ ରୋଗୀଙ୍କ ନାମ ଥିବ, ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଉକ୍ତ କିଡ୍‌ନୀକୁ ପଠାଯାଇଥାଏ। ଏସ୍‌ସିବିରେ ଯଦି ଉକ୍ତ ରୋଗୀଙ୍କ କ୍ରସ୍‌ମ୍ୟାଚ ହୋଇଯାଇଥାନ୍ତା,ତେବେ ପ୍ରତିରୋପଣ ହୋଇଥାନ୍ତା। କ୍ରସ୍‌ମ୍ୟାଚ ନ ହେବାରୁ କିଡ୍‌ନୀକୁ ଆପୋଲୋ ପଠାଇ ଦିଆଗଲା ା ତେବେ ଯେଉଁ ସବୁ ଆରୋପ ଲଗାଯାଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି ା
ଆପୋଲୋରେ ସୁଧାଂଶୁଙ୍କ ଉଭୟ କିଡ୍‌ନୀକୁ ଆପୋଲୋରେ ୨ଜଣଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ପ୍ରୀତମ ପ୍ରସାଦ ସ୍ବାଇଁ(୩୪) ଏବଂ ଉର୍ମିଳା ପଣ୍ଡା(୫୫)। ଡାକ୍ତର ନିଶିଥ ମହାନ୍ତି ଏବଂ ବିବେକାନନ୍ଦ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଭୟେ ଚିକିତ୍ସିତ ହେଉଥିବାବେଳେ ଉଭୟଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ଡାକ୍ତର ପଣ୍ଡା କହିଛନ୍ତି। ତେବେ ଏସ୍‌ସିବି ଭଳି ଏତେବଡ଼ ହସ୍ପିଟାଲରେ ଆବଶ୍ୟକ ବ୍ୟବସ୍ଥା କରା ନ ଯାଇ ତରବରିଆ ଭାବେ ରୋଗୀଙ୍କ ଠାରେ ପ୍ରତିରୋପଣ ପାଇଁ ଚେଷ୍ଟା କରାଯିବା ଏବଂ ବିଫଳ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିନା ପ୍ରସ୍ତୁତିରେ ବ୍ରେନ୍‌ଡେଡ୍‌ ଶିଶୁ ଶରୀରରୁ କିଡ୍‌ନୀ କାଢ଼ି ନେଇ ପ୍ରତିରୋପଣ ପାଇଁ ଚେଷ୍ଟା କରାଯିବା ଠିକ୍‌ ହୋଇ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri