ଦୋଷ ଛଡ଼ାଇବାକୁ ଉଦ୍ୟମ

କଟକ ଅଫିସ,୧୫ା୭: ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏପରି କି ଏଠାରେ ବିଭିନ୍ନ ସମୟରେ ଆଧୁନିକ ପ୍ରଣାଳୀରେ ଚିକିତ୍ସା କରାଯାଇ ବିରଳ ରେକର୍ଡ ସୃଷ୍ଟି କରାଯାଉଛି। ହେଲେ ଏମିତି କିଛି ଘଟଣା ଘଟୁଛି, ଯାହାକି ଏସ୍‌ସିବିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭୁବନେଶ୍ୱର କିମ୍‌ସ ହସ୍ପିଟାଲରେ ଡାକ୍ତର ଏକ ୫ବର୍ଷ ବୟସର ଶିଶୁ ପୁତ୍ର ସୁଧାଂଶୁ ଶେଖର ଲେଙ୍କାଙ୍କୁ ମଙ୍ଗଳବାର ରାତିରେ ବ୍ରେନ୍‌ଡେଡ୍‌ ଘୋଷଣା କରିବା ପରେ ତା’ର ୨ଟି କିଡ୍‌ନୀ ଦାନ କରିବାକୁ ପରିବାର ଲୋକ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ପ୍ରଥମେ ଏସ୍‌ସିବି ନିଆଯାଇଥିଲା। ହେଲେ କିଡ୍‌ନୀ କ୍ରସ୍‌ ମ୍ୟାଚ୍‌ ନ ହେବାରୁ ଏଠାରେ ପ୍ରତିରୋପଣ କରିବା ସମ୍ଭବ ହୋଇପାରିଲା ନାହିଁ। ପରେ ଏହାକୁ ଭୁବନେଶ୍ୱର ଆପୋଲୋ ପଠାଯାଇ ସେଠାରେ ୨ଜଣଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା। ଏସ୍‌ସିବିରେ କିଡ୍‌ନୀ ପ୍ରତିରୋପଣ ନ ହୋଇପାରିବା ନେଇ କର୍ତ୍ତୃପକ୍ଷ ବିଭିନ୍ନ କାରଣ ଦର୍ଶାଉଥିଲେ ସୁଦ୍ଧା ସାଧାରଣରେ ଏଠାକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥିତି ଏପରି ହୋଇଛି ଯେ, ଏସ୍‌ସିବିର ଦୋଷ ଲୁଚାଇବା ପାଇଁ କେତେଜଣ ଅଧିକାରୀ ମୁହଁ ଖୋଲି ବିବାଦକୁ ଠେଲି ହେବାକୁ ଚାହୁଁନାହାନ୍ତି ବୋଲି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଅପରପକ୍ଷରେ ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ସମୀର ସ୍ବାଇଁଙ୍କ କହିବା ହେଲା ଏସ୍‌ସିବିରେ ପୂର୍ବରୁ ୫ଥର ସଫଳତାର ସହ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ଏହା ଷଷ୍ଠଥର ପାଇଁ ହୋଇଥାନ୍ତା। ପୂର୍ବରୁ ଯେଉଁ ପଦ୍ଧତିରେ ପ୍ରତିରୋପଣ କରାଯାଇଥିଲା, ଚଳିତଥର ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରାଯାଇଛି। ଏଥର କିଡ୍‌ନୀ ମ୍ୟାଚ୍‌ ନ କରିବାରୁ ପ୍ରତିରୋପଣ ହୋଇପାରିଲା ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି। ସେହିପରି କେଉଁଠି କିଡ୍‌ନୀ ପ୍ରତିରୋପଣ ହେବ ତାହା ସୋଟୋ ସ୍ଥିର କରିଥାଏ। ଏହା ରକ୍ତ ପରୀକ୍ଷା ଭଳି ପରୀକ୍ଷା ନୁହେଁ ଯେ, ସଙ୍ଗେ ସଙ୍ଗେ ଜଣା ପଡ଼ିଯିବ। ଏଥିପାଇଁ ସମୟ ଲାଗିଥାଏ। ତେବେ ଯଦି କ୍ରସ୍‌ ମ୍ୟାଚ ନ ହୁଏ, ତେବେ ସୋଟୋ ପକ୍ଷରୁ ଦ୍ୱିତୀୟ ତାଲିକାରେ ଯେଉଁ ରୋଗୀଙ୍କ ନାମ ଥିବ, ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଉକ୍ତ କିଡ୍‌ନୀକୁ ପଠାଯାଇଥାଏ। ଏସ୍‌ସିବିରେ ଯଦି ଉକ୍ତ ରୋଗୀଙ୍କ କ୍ରସ୍‌ମ୍ୟାଚ ହୋଇଯାଇଥାନ୍ତା,ତେବେ ପ୍ରତିରୋପଣ ହୋଇଥାନ୍ତା। କ୍ରସ୍‌ମ୍ୟାଚ ନ ହେବାରୁ କିଡ୍‌ନୀକୁ ଆପୋଲୋ ପଠାଇ ଦିଆଗଲା ା ତେବେ ଯେଉଁ ସବୁ ଆରୋପ ଲଗାଯାଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଡାକ୍ତର ସ୍ବାଇଁ କହିଛନ୍ତି ା
ଆପୋଲୋରେ ସୁଧାଂଶୁଙ୍କ ଉଭୟ କିଡ୍‌ନୀକୁ ଆପୋଲୋରେ ୨ଜଣଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ପ୍ରୀତମ ପ୍ରସାଦ ସ୍ବାଇଁ(୩୪) ଏବଂ ଉର୍ମିଳା ପଣ୍ଡା(୫୫)। ଡାକ୍ତର ନିଶିଥ ମହାନ୍ତି ଏବଂ ବିବେକାନନ୍ଦ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଭୟେ ଚିକିତ୍ସିତ ହେଉଥିବାବେଳେ ଉଭୟଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ଡାକ୍ତର ପଣ୍ଡା କହିଛନ୍ତି। ତେବେ ଏସ୍‌ସିବି ଭଳି ଏତେବଡ଼ ହସ୍ପିଟାଲରେ ଆବଶ୍ୟକ ବ୍ୟବସ୍ଥା କରା ନ ଯାଇ ତରବରିଆ ଭାବେ ରୋଗୀଙ୍କ ଠାରେ ପ୍ରତିରୋପଣ ପାଇଁ ଚେଷ୍ଟା କରାଯିବା ଏବଂ ବିଫଳ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିନା ପ୍ରସ୍ତୁତିରେ ବ୍ରେନ୍‌ଡେଡ୍‌ ଶିଶୁ ଶରୀରରୁ କିଡ୍‌ନୀ କାଢ଼ି ନେଇ ପ୍ରତିରୋପଣ ପାଇଁ ଚେଷ୍ଟା କରାଯିବା ଠିକ୍‌ ହୋଇ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri