ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୁଗ୍ଧ ଚାଷୀ ଓ ସଙ୍ଗଠନ ପକ୍ଷରୁ ହେଉଥିବା ଚାପରୁ ରାଜ୍ୟ ସରକାର ଦୁଗ୍ଧ ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଉଛନ୍ତି। ଏଥିରେ ଚାଷୀ ଖୁସି ହେବାକୁ ଯାଉଥିବା ବେଳେ ଗୋଖାଦ୍ୟ ଦର ବ୍ୟବସାୟୀ ବଢ଼ାଇ ଦେଉଛନ୍ତି। ଗୋଖାଦ୍ୟ କିଣିବାକୁ ଯାଇ ଚାଷୀ ବର୍ଦ୍ଧିତ ଦରର ଲାଭଠାରୁ ଅଧିକ ଟଙ୍କା ସୋମାନଙ୍କୁ ଗଣିବାକୁ ପଡୁଛି। ଆକାଶ ଛୁଅଁା ଗୋଖାଦ୍ୟ ଦରରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ଯେଉଁ ଅଭାବ ପୂରଣ ହେବ ବୋଲି ଆନ୍ଦୋଳନ ଅଥବା ଚାପ ସୃଷ୍ଟି କରା ଯାଉଥିଲା, ତାହାର ସୁଫଳ ମିଳିଲାନାହିଁ। ରାଜ୍ୟ ସରକାର ଗୋ ଓ କୁକୁଡା ଖାଦ୍ୟ ପ୍ରସ୍ତୁତିରେ କୌଣସି ସ୍ବତନ୍ତ୍ର ଯୋଜନା କରୁ ନ ଥିବାରୁ ବାହାର ରାଜ୍ୟର ଖାଦ୍ୟ ପ୍ରସ୍ତୁତକାରୀ ଲାଭ ଉଠାଉଛନ୍ତି। ଏପରି କି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଘାସ ଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ଦର୍ଶାଉଥିଲେ ମଧ୍ୟ ଯୋଜନାଟି ଗୋପାଳକଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ।
ଗୋଖାଦ୍ୟ କିଲୋ ପ୍ରତି ୬ ଟଙ୍କା ବୃଦ୍ଧି
ଗୋଖାଦ୍ୟର ତ୍ୱରିତ ମୂଲ୍ୟବୃଦ୍ଧି ଗୋପାଳନ ପାଇଁ ବାଧା ସୃଷ୍ଟି କରିଛି। ଯେଉଁ ସମୟରେ ଦୁଗ୍ଧ ମୂଲ୍ୟ ବୃଦ୍ଧି ହେଉଛି, ଠିକ୍‌ ଏହା ପରେ ଗୋଖାଦ୍ୟ ଦର ବୃଦ୍ଧି ପାଉଛି। ତାହା ମଧ୍ୟ ଆଶାଠାରୁ ଅଧିକ ମୂଲ୍ୟ ରହୁଛି। କିଲୋଗ୍ରାମ ପ୍ରତି ଟଙ୍କାଏ ଦୁଇଟଙ୍କା ବଦଳରେ ପ୍ରାୟ ୫ରୁ ୬ ଟଙ୍କା ବୃଦ୍ଧି ହେଉଛି। ଏବେ ୫୦ କେଜି ଗୋଖାଦ୍ୟ ବସ୍ତା ପ୍ରତି ୧୨୮୦ ଟଙ୍କା ରହିଥିବା ବେଳେ ଚୋକଡ ବସ୍ତା ଦାମ ୧୧୫୦ ଟଙ୍କା ହେଲାଣି। ଏତେ ଦରରେ ଗୋଖାଦ୍ୟ କିଣିବା ଫଳରେ ଚାଷୀଙ୍କୁ ମିଳୁଥିବା କ୍ଷୀରର ବର୍ଦ୍ଧିତ ଦର ବ୍ୟବସାୟୀଙ୍କ ପକେଟ୍‌କୁ ଯାଉଛି।
– କୃତ୍ତିବାସ ଦାସ, ଦୁଗ୍ଧ ଚାଷୀ, ଗୋବିନ୍ଦପୁର, ଡେରାବିଶ।
ଓମ୍‌ଫେଡ ପ୍ରସ୍ତୁତ କରୁନି ଗୋଖାଦ୍ୟ
ପୂର୍ବରୁ ଓମ୍‌ଫେଡ ପକ୍ଷରୁ ଚାଷୀଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯାଉ ଥିଲା। ଏହି ଗୋଖାଦ୍ୟର ଦର ଉପରେ ସରକାରଙ୍କ କର୍ତ୍ତୃତ୍ୱ ଥିଲା। ତେବେ ପରିଚାଳନାଗତ ସମସ୍ୟା ଯୋଗୁ ଗୋଖାଦ୍ୟ ଉପତ୍ାଦନ କେନ୍ଦ୍ର ପ୍ରାୟ ୧୦ ବର୍ଷ ଧରି ବନ୍ଦ ହୋଇ ଗଲାଣି। ଏହାର ଫାଇଦା ବାହାର ରାଜ୍ୟର ବ୍ୟବସାୟୀ ନେଉଛନ୍ତି। ବାହାର ରାଜ୍ୟର ବ୍ୟବସାୟୀ ଓଡ଼ିଶାର ଗୋଖାଦ୍ୟ ଦରକୁ ଏବେ ନିୟନ୍ତ୍ରଣ କରୁଛନ୍ତି। ଏହାବ୍ୟତୀତ ପୂର୍ବରୁ ଓମ୍‌ଫେଡରୁ ମିଳୁଥିବା ଗୋଖାଦ୍ୟ ଓ ଏବେକାର ବାହର ରାଜ୍ୟର ଗୋଖାଦ୍ୟ ମଧ୍ୟରେ ବହୁତ ଫରକ ଅଛି। ବାହାର ରାଜ୍ୟର ଏହି ସାମଗ୍ରୀ ନିମ୍ନମାନର ହୋଇଥିଲେ ମଧ୍ୟ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନୀତି ନ ଥିବା ପରି ଜଣାଯାଉଛି।
– ଗୟାଧର ଧଳ, କୃଷକ ନେତା, କେନ୍ଦ୍ରାପଡ଼ା।
ଏସ୍‌ଏଚଜି ଗୋଖାଦ୍ୟ ପ୍ରସ୍ତୁତ ଦାୟିତ୍ୱ ନେଉ

ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ। ରାଜ୍ୟରୁ ଗୋଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ମକା, ବାଦାମ ପିଡିଆଠାରୁ ଚୋକଡ ପର୍ଯ୍ୟନ୍ତ ସାମଗ୍ରୀ ମିଳୁଛି। ଏହା ବ୍ୟତୀତ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବାକୁ ଚେଷ୍ଟାରେ ଅଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି) ମାଧ୍ୟମରେ ଆବଶ୍ୟକ ସାମଗ୍ରୀ ଯୋଗାଡ କରି ଗୋ ଓ କୁକୁଡା ଖାଦ୍ୟ, ମାଛ ଖାଦ୍ୟ ଆଦି ପ୍ରସ୍ତୁତ କରିପାରିବେ। ପ୍ରତି ଜିଲାରେ ସଂଗୃହୀତ ସାମଗ୍ରୀକୁ ନେଇ ଅନୂ୍ୟନ ଗୋଟିଏ ଲେଖାଏ ୟୁନିଟ କାରଖାନା ପ୍ରସ୍ତୁତ କରି ଓର୍‌ମାସ ମାଧ୍ୟମରେ ବିକ୍ରି କରିପାରିବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତି ପ୍ରଣୟନ ହେଲେ ଗୋ ଓ କୁକୁଡା, ମାଛ ଚାଷ ପାଇଁ ଖାଦ୍ୟ ଅଭାବ ରହିବନାହିଁ। ଏଥିସହ ବାହାର ରାଜ୍ୟ ବ୍ୟବସାୟୀଙ୍କ ଦୌରାତ୍ମ୍ୟ କମି ପାରିବ।
– ମନ୍ମଥ କୁମାର ରାଉତ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା
ଯୁଗବର୍ଗଙ୍କୁ ସବୁଜ ଘାସ ଚାଷ ପାଇଁ ପ୍ରୋତ୍ସାହିତ କରାଯାଉ
ଗୋଖାଦ୍ୟ ଭାବେ ସବୁଜ ଘାସ ଉପଯୁକ୍ତ। ଗ୍ରାମାଞ୍ଚଳରେ ଏଥିପାଇଁ ଯଥେଷ୍ଟ ଭିତ୍ତିଭୂମି ଅଛି। କ୍ଷେତଠାରୁ ଆରମ୍ଭ କରି ଯୁବ ଶ୍ରମିକଙ୍କ ଅଭାବ ରହିବ ନାହିଁ। ତେବେ ରାଜ୍ୟ ସରକାର ଏ ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରି ଯୁବବର୍ଗଙ୍କୁ ସବୁଜ ଘାସ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। କୃଷି ଉଦ୍ୟାନ ବିଭାଗ ପକ୍ଷରୁ ଏ ନେଇ ଯୋଜନା ଥିଲେ ମଧ୍ୟ ଏହା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହାକୁ ପ୍ରୋତ୍ସାହିତ କରିବା ସହ ସବୁଜ ଘାସ ପାଇଁ ଉପଯୁକ୍ତ କ୍ଷେତ ପ୍ରସ୍ତୁତି, ତାଲିମ, ବିହନ ଯୋଗାଣ ଆଦିକୁ ଗୁରୁତ୍ୱ ଦିଆଯାଉ। ଫଳରେ ଯୁବବର୍ଗ ଗୋପାଳନ, ଛେଳି ମେଣ୍ଢା ଓ କୁକୁଡା ପାଳନ ଆଦିରେ ମନ ବଳାଇବେ।
– ନୀହାର ରଞ୍ଜନ ପ୍ରଧାନ, ସାମାଜିକ କର୍ମୀ, ଛୋଟି, କେନ୍ଦ୍ରାପଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri