ମାସକୁ ୧୦ ଦିନ ବିଦ୍ୟାଳୟ, ହସ୍ପିଟାଲ ଯାଅ

ଜଗତ୍‌ସିଂହପୁର ଅଫିସ,୧୫ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଗତ୍‌ସିଂହପୁର ଜିଲାର ୯୬.୩୬% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତଥାପି ଆଗାମୀ ପରୀକ୍ଷାରେ ଯେପରି ଏ-୧ ଗ୍ରେଡ୍‌ରେ ଅଧିକ ସଂଖ୍ୟକ ପିଲା କୃତକାର୍ଯ୍ୟ ହେବେ ସେଥିପ୍ରତି ଚେଷ୍ଟା କର। ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ ଶିକ୍ଷା ବିଭାଗ ସହ ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଣିକି ମାସକରେ ଅନ୍ୟୁନ୍ୟ ୧୦ଟି ବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କର। ବିଦ୍ୟାଳୟ ପରିଦର୍ଶନ ସମୟରେ ପିଲାମାନଙ୍କ ପାଠପଢା ସହ ପରିସ୍କାର ପରିଚ୍ଛନତା, ଭିତ୍ତିଭୂମି, ଲାବୋରେଟାରି, ଇ-ଲାଇବ୍ରେରୀ ଓ ଖେଳପଡିଆ ଆଦି ତନଖି କରିବା ଉଚିତ। ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହାବାଦ୍‌ ସରକାରୀ କାର୍ଯ୍ୟାଳୟଗୁଡିକ ଅନୁଧ୍ୟାନ ସମେତ ସୂଚନା ଅଧିକାର ଆଇନ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ଅଭିଯୋଗଗୁଡିକର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଅ। ଆଞ୍ଚଳିକ ପରିବହନ ବିଭାଗ, ଅବକାରୀ, ସ୍ବଳ୍ପ ସଞ୍ଚୟ, ସବ୍‌ ରେଜିଷ୍ଟ୍ରାର ଓ ରାଜସ୍ବ ବିଭାଗର ରାଜସ୍ବ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଅଧିକାରୀମାନଙ୍କ ପାଇଁ କ୍ବାର୍ଟର୍ସ ନିର୍ମାଣ, ମ୍ୟୁଟେସନ୍‌ ମାମଲାଗୁଡିକର ସମାଧାନ କରି ପଟା ପ୍ରଦାନ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ପେନସନ୍‌ ମାମଲାଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କର । ରାଜସ୍ବ ନିରୀକ୍ଷକ ଓ ତହସିଲଦାର କାଯର୍‌ୟାଳୟଗୁଡିକର ପୁନରୁଦ୍ଧାର, ନୂତନ ନିର୍ମାଣ, ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷ ସହ ଓସୱାନ କନେକ୍ଟିଭିଟି ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟାଳୟରେ ନୂତନ ଫର୍ଣ୍ଣିଚର, ଟଏଲେଟ୍‌ ଓ ପାନୀୟ ଜଳ ବ୍ୟବସ୍ଥା ରହିବା ଜରୁରୀ ବୋଲି କହିଥିଲେ। ଏହି ଅବସରରେ ଜିଲାପାଳ ପାରୁଲ ପଟାୱରୀ ବିଭାଗୀୟ ଯୋଜନା, ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆରଡିସି ଦଳାଇଙ୍କୁ ଅବଗତ କରାଇଥିଲେ। ଅମିନ, ଆର୍‌ଆଇ, ଗ୍ରୁପ୍‌ ଡି, କନିଷ୍ଠ ଓ ବରିଷ୍ଠ ଷ୍ଟେନୋ ନିଯୁକ୍ତି ସମେତ କୋର୍ଟ, ଡିପି, ପେନସନ୍‌ ମାମଲାଗୁଡିକର ଯଥାଶୀଘ୍ର ଫଏସଲା ହେବା ଉଚିତ। ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ, ମ୍ୟୁଟେସନ୍‌, ଜଗନ୍ନାଥଙ୍କ ଜମି ଓ ସାର୍ଟିଫିକେଟ୍‌ ମାମଲା ସହ ରୁରାଲ ହାଉସିଂ, ରେକର୍ଡ ରୁମ୍‌ ଡିଜିଟାଇଜେସନ୍‌, ଇ-ଅଫିସ କାର୍ଯ୍ୟକାରିତା, ଜିଲା ମଙ୍ଗଳ ବିଭାଗର ବିଦ୍ୟାଳୟ, ମତ୍ସ୍ୟ ପୋଖରୀ, ବାଇ ଓ ଫ୍ଲକ୍‌, ଇଣ୍ଟ୍ରିଗ୍ରେଟେଡ୍‌ ଫାର୍ମିଂ ଓ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ରନ୍ଧନ ଗ୍ୟାସ ବଣ୍ଟନ ଉପରେ ବୁଝିଥିଲେ। ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ, ଛତୁଆ ଉତ୍ପାଦନ, ସ୍କୁଲ ୟୁନିଫର୍ମ ପ୍ରସ୍ତୁତ, ମମତା ଯୋଜନା, ୱାନ ଷ୍ଟଫ ସେଣ୍ଟର, ମିଶନ ଶକ୍ତି ଗୃହ ନିର୍ମାଣ, ଜାତୀୟ ଖାଦ୍ୟ ସୁରକ୍ଷା, ଧାନ ସଂଗ୍ରହ, ବାଣିଶ୍ରୀ ମେଧାବୃତ୍ତି, ବାହାଘର ପ୍ରୋତ୍ସାହନ ରାଶି, ଏମ୍‌ପି, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ଇନ୍‌ଡୋର ଓ ମିନି ଷ୍ଟାଡିୟମ ନିର୍ମାଣର ଅଗ୍ରଗତି, ଶିଶୁ ଯତ୍ନ ଅନୁଷ୍ଠାନ ଓ ସଂସ୍କୃତି ବିଭାଗ ଲାଇବ୍ରେରୀ ନିର୍ମାଣ ଉପରେ ସମୀକ୍ଷା କରିଥିଲେ। ଏଥିରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?