ବଢୁଛି ଇ-ଯାନ ଚାହିଦା
ଭୁବନେଶ୍ୱର,୧୬ା୯(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। ତୈଳ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କ୍ରୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସହରାଞ୍ଚଳ ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଇ- ଯାନକୁ ପ୍ରୋତ୍ସାହନ…
ପଥଚାରୀଙ୍କ ପାଇଁ ରାଜ୍ୟ, ଜାତୀୟ ରାଜପଥରେ ହେବ ସ୍ବତନ୍ତ୍ର ଟ୍ରାକ୍
ଭୁବନେଶ୍ବର,୧୬ା୯(ବ୍ୟୁରୋ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ବତନ୍ତ୍ର ଟ୍ରାକ୍, ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାକ୍ ରହିବ। ହେଲେ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡ଼କରେ…
ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି: ନବୀନ
ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ ଦେଶର ବଡ ବଡ ଶିଳ୍ପପତିଙ୍କ ସହ ନବୀନ ଆଲୋଚନା କରି ସେମାନଙ୍କୁ କନକ୍ଲେଭକୁ ଆମନ୍ତ୍ରଣ…
ଆଜି ସୂର୍ଯ୍ୟକିରଣ ଏୟାର ଶୋ
ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୧୫।୯ (ଡି.ଏନ୍.ଏ.): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱର ଜରିପାଟଣାସ୍ଥିତ ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ଶୁକ୍ରବାର ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର କୁଆଖାଇ ନଦୀପଠାରେ ବାୟୁସେନାର ୯ଟି ଲଢୁଆ…
ପଥରରେ ଛେଚି ମା’ ସ୍ତ୍ରୀଙ୍କ ଜୀବନ ନେଲେ
ଝାରସୁଗୁଡ଼ା ଅଫିସ,୧୫ା୯: ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଜଡାମୁଣ୍ଡାରେ ଗୁରୁବାର ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ପୁଅ ପଥରରେ ଛେଚି ବୃଦ୍ଧା ମା’ ଏବଂ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ମା’ ଝିମ…
ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ
ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ ଥିବା ଗୁଞ୍ଜମାଲି ଗ୍ରାମର ୨୫ଜଣ ଯାତ୍ରୀଙ୍କୁ ଏକ ବୋଟ୍ ଆମ୍ବୁଲାନ୍ସ ଉଦ୍ଧାର କରିଛି। କଳାହାଣ୍ଡି…
ଖାଦ୍ୟ ଦୋକାନରେ ବିଏମ୍ସିର ଚଢାଉ ଜାରି
ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜଧାନୀରେ ବିଏମ୍ସି ପକ୍ଷରୁ ଗୁରୁବାର କିଟ୍ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ କରାଯାଇଛି। ଏହି ଚଢାଉରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ଥିଲେ। ଦୋକାନଗୁଡିକରେ ଖାଦ୍ୟର ମାନ ପରୀକ୍ଷା କରିବା ସହ ଲାଇସେନ୍ସ…
ଓଡ଼ିଶାରେ ଖୁବ୍ଶୀଘ୍ର ଆରମ୍ଭ ହେବ ୫ଜି ସେବା
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଓଡ଼ିଶାରେ ଖୁବ୍ଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏ ନେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ସୂଚନା ଦେଇଛନ୍ତି। ଏହାସହ ୫ଜି ସେବାରେ କୌଣସି ରେଡିଏଶନର ପ୍ରଭାବ ନାହିଁ, ତେଣୁ ଆଶ୍ୱସ୍ତି ରୁହନ୍ତୁ ବୋଲି ଅଶ୍ୱିନୀ ବୈଷ୍ଣବ…
ରାଜ୍ୟରେ ୨ରୁ ୩ ଦିନ ଯାଏ ଗୁଳୁଗୁଳି!
ଭୁବନେଶ୍ୱର,୧୫।୯(ବ୍ୟୁରୋ): ଆଗାମୀ ୨ ରୁ ୩ ଦିନ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନ ଥିବାରୁ ଦିନ ତାପମାତ୍ରା ପାଇବ। ଏହାସହ ଉପକୂଳ ଓଡିଶା ସମେତ ପାର୍ଶବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ…
ଦେବଗଡ଼ରେ ମାତିଛନ୍ତି ହନୁମାନ ପଇସା ବେପାରୀ: ଦୁଇ ଦିନରେ ୨ଜଣଙ୍କୁ ବାନ୍ଧିଲାଣି ପୋଲିସ
ଦେବଗଡ଼,୧୫।୯(ଡି.ଏନ୍.ଏ.): ଦେବଗଡ଼ ଥାନା ଝାଡ଼େଶ୍ୱର ମନ୍ଦିର ନିକଟରେ ୨ ଲକ୍ଷ ଟଙ୍କାରେ ଗୋଟିଏ ହନୁମାନ ପଇସା ଡିଲ୍ ହେଉଥିବା ଖବର ପାଇ ଜିଲା ପୋଲିସର ସ୍ପେଶାଲ ଟିମ୍ ଚଢାଉ କରିଥିଲା । ଚଢାଉ ସମୟରେ ଢେଙ୍କାନାଳ ଜିଲା ଭୂବନ ଥାନା ଡଙ୍ଗାଘାଟ…
ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଛାତ୍ରୀଛାତ୍ର
କୋରୁକୋଣ୍ଡା,୧୫ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ସରକାରୀ ସାମୀ ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ପିଲାଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର ୧୦ମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ବିଦ୍ୟାଳୟକୁ ନ ଯାଇ ଗେଟ୍ ବାହାରେ ବସି ପ୍ରତିବାଦ…
ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ନବୀନ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ…
Archives


