ପିଏମ୍‌ଏଓ୍ବାଇ: ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ବର, ୨୫ା୨(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ବଣ୍ଟନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଉଭୟ ବିରୋଧୀ ଓ ଶାସକ ପକ୍କାଘର ବଣ୍ଟନ ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦିଥିଲେ। ଭାଜପା ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ “ପ୍ରଧାନମନ୍ତ୍ରୀ ଆବାସ ପ୍ରିୟାପ୍ରିତି ଓଡିଶା ସରକାର କରୁଛି ରାଜନୀତି” ଉପରେ ଦୀର୍ଘ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା। ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଗୃହ ସରଗରମ ହୋଇଥିଲା। କେନ୍ଦ୍ର ସରକାର ରାଜ୍ୟର ଗରିବ ଲୋକଙ୍କ ପାଇଁ ପକ୍କାଘର ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ଦଳୀୟ ଭିତ୍ତିରେ ଏହାକୁ ବଣ୍ଟନ କରୁଥିବା ଭାଜପା ଅଭିଯୋଗ କରିଥିଲା। ଶାସକ ଦଳ ସଦସ୍ୟ କିନ୍ତୁ ପଲଟା ଅଭିଯୋଗ କରିଥିଲେ ଯେ, କେମିତି ଘର ବଣ୍ଟନ ହୋଇ ନ ପାରିଲେ ଏହାକୁ ନେଇ ରାଜନୀତି କରିବେ ଏବଂ ସରକାରକୁ ପଳେଇ ଆସିବେ ବୋଲି ଭାଜପା ମନେ ମନେ ସ୍ବପ୍ନ ଦେଖୁଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆଲୋଚନାରେ ଭାଗନେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ଲାଗି ଘର ବଣ୍ଟନର ଲକ୍ଷ୍ୟ ପୂରଣ ହୋଇପାରୁନି। ଠିକ୍‌ ତାଲିକା ପ୍ରକାଶରେ ଚଞ୍ଚକତା କରାଯାଇଛି। ଶାସକ ଦଳ ନେତାଙ୍କ ପ୍ରରୋଚନାରେ ଯୋଗ୍ୟ ହିତାଧିକାରୀ ଏବଂ ଯେଉଁମାନେ ବିରୋଧୀ ଦଳ ସପକ୍ଷରେ ଭୋଟ୍‌ ଦେଇଛନ୍ତି ସେମାନଙ୍କ ନାଁ ତାଲିକାରୁ ବାଦ୍‌ ଦିଆଯାଇଛି। ଜାଣିଶୁଣି ବିରୋଧୀ ସମର୍ଥକଙ୍କ ନାଁ କାଟି ଏକାଧିକ ଶାସକ ଦଳ କର୍ମୀଙ୍କୁ ଘର ବଣ୍ଟନ କରାଯାଇଛି। ସଠିକ୍‌ ଭାବେ କେଉଁଠି ଗ୍ରାମସଭା କରାଯାଇ ନାହିଁ। ମନଇଚ୍ଛା ଶାସକ ଦଳ କର୍ମୀଙ୍କୁ ଲଗାଇ ଅଭିଯୋଗ କରି ବିରୋଧୀ ଦଳ କର୍ମୀଙ୍କ ନାଁକୁ ବାଦ୍‌ ଦିଆଯାଇଥିବା ସେ ସମାଲୋଚନା କରିଛନ୍ତି।
ପଶ୍ଚିମ ଓଡିଶା ପ୍ରତି ମଧ୍ୟ ଘର ଆବଣ୍ଟନରେ ଅବହେଳା କରାଯାଇଥିବା ସେ କହିଛନ୍ତି। ଏହାପରେ ନବ ଚରଣ ମାଝୀ କହିଥିଲେ ଯେ, ବହୁ ଯୋଗ୍ୟ ଲୋକମାନେ ପକ୍କାଘର ପାଇବାରୁ ବଞ୍ଚିତ ହୋଇ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ଦେଢ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ସେ କହିଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଥିଲେ, ଫନୀ ବାତ୍ୟାରେ ପୁରୀ ଜିଲା ଲୋକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେବାପରେ ଶାସକ ଦଳ ପକ୍ଷରୁ ଚଞ୍ଚକତା କରି ବିରୋଧୀ ଦଳ କର୍ମୀଙ୍କ ନାଁ ତାଲିକାରୁ କାଟି ଦିଆଯାଉଛି। ଅନେକ ସ୍ଥାନରେ ଗ୍ରାମସଭା ନ କରାଯାଇ ମନଇଚ୍ଛା ତାଲିକା ଚୁଡାନ୍ତ କରିଦିଆଯାଉଛି। ଗ୍ରାମସଭାରେ ମଧ୍ୟ ଫର୍ଜରୀ ଚାଲିଛି। ଏବେ ବି ବହୁ ହିତାଧିକାରୀ ପାଲ ଘରେ ଥିବାବେଳେ ଅଯୋଗ୍ୟ ଗୋଟିଏ ପରେ ଗୋଟିଏ ହାତେଇବାରେ ସଫଳ ହେଉଛନ୍ତି। ପଞ୍ଚାୟତସ୍ତରର ଅଧିକାରୀ ଏଭଳି ଦୁର୍ନୀତି କରିବାରେ ଲାଗିଛନ୍ତି। ସବୁ ପଞ୍ଚାୟତସ୍ତରର ଅଧିକାରୀ ଖରାପ ନୁହନ୍ତି। କେତେଜଣ ଦୁର୍ନୀତିଖୋର ଅଫିସରଙ୍କ ଲାଗି ଏଭଳି ସ୍ଥିତି ଉପୁଜୁଛି। ଏହାଦ୍ୱାରା ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସାଧନ ହେଉନାହିଁ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କ ନାମ ପୁଣିଥରେ ତାଲିକାରେ ରହୁଛି। ମନ୍ତ୍ରୀ ଆଉଥରେ ତଦନ୍ତ କରି କେତେଜଣ ଅଯୋଗ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ସେକଥା ଦେଖନ୍ତୁ। ନଚେତ୍‌ ମନ୍ତ୍ରୀ ନିଜେ ଚାଲନ୍ତୁ ୧୦ଟି ଦେଖାଇବି ଯାହା ଦେଖିବା ପରେ ସବୁ କଥା ବୁଝିଯିବେ। କେବଳ ଶାସକ ଦଳ କର୍ମୀଙ୍କୁ ଘର ମିଳୁଚି ବୋଲି ସେ କହିଛନ୍ତି।
ଶାସକ ଦଳ ବିଧାୟକ ଅରୁଣ କୁମାର ସାହୁ କହିଥିଲେ ଯେ, ଓଡିଶା ଲୋକମାନଙ୍କୁ ପକ୍କାଘରଟିଏ ଯୋଗାଇ ଦେବାକୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି। ବିରୋଧୀ ଅଭିଯୋଗ କରୁଛନ୍ତି ଭାଜପା ଲୋକଙ୍କ ଜାଣିକି କାଟି ଦିଆଯାଉଛି, ଏହାଠାରୁ ବଳି ବଡ ମିଛ କିଛି ନାହିଁ। ପ୍ରଥମେ ସେମାନେ କୁହନ୍ତୁ ଶେଷ ୩ ବର୍ଷ କାଳ କାହିଁକି କେନ୍ଦ୍ର ସରକାର ଘର ଦେବା ବନ୍ଦ କରିଥିଲେ। ଯଦି ୩ ବର୍ଷ ତଳୁ ଆବଶ୍ୟକତା ଅନୁଯାୟୀ ଘର ଦେଇଥାଆନ୍ତେ ତେବେ ବହୁ ହିତାଧିକାରୀ କଭର ହେଇସାରନ୍ତେଣି। ଏମାନେ ହେଉଛନ୍ତି ପେଞ୍ଚୁଆ ଦଳ। କେମିତି ରାଜ୍ୟରେ ହିତାଧିକାରୀ ଘର ନ ପାଇଲେ ଏ ସରକାରଠାରୁ ମୁହଁ ଫେରାଇବେ ସେମାନେ କେମିତି ସରକାରକୁ ପଳେଇ ଆସିବେ ସେହି କଥା ଭାବୁଛନ୍ତି। ଏମାନେ ଦିଲ୍ଲୀ ଯାଇ ବସିଥିଲେ ଓଡିଶାକୁ କେମତି ଘର ନ ମିଳିବ। ଉପା ସରକାର ସମୟରେ ଏହି ଘର ବାବଦକୁ କେନ୍ଦ୍ର ୭୫% ରାଜ୍ୟ ୨୫% ଅର୍ଥ ବହନ କରୁଥିଲା। ଭାଜପା ନେତୃତ୍ୱାଧିନ ଏନ୍‌ଡିଏ ସରକାର ଆସିବା ପରେ ଏହି ଅନୁପାତ ୬୦:୪୦ କରିଦେଲେ। ପ୍ରସାଶନିକ ଖର୍ଚ୍ଚ ଏବଂ ଇନସେନଟିଭ ବାବଦକୁ ରାଜ୍ୟ ଯାହା ଦେଉଛି ଅଧା ଅଧା ଟଙ୍କା ଉଭୟ ସରକାର ଦେଉଛନ୍ତି। ଏଥିରେ ଏମାନେ କହିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋ ଲାଗିବ। ଏମାନଙ୍କ ଆଖିରେ ଲୁହ ନାହିଁ, କୋହ ଉଠୁଛି ଘାଇଁଘାଇଁ ବୋଲି ଅରୁଣ କହିଛନ୍ତି। ବିଜେଡି ସଦସ୍ୟ ଚନ୍ଦ୍ର ସାରଥୀ ବେହେରା ବିଗତ ଦିନରେ କଟକ ମେୟର ରାଶନକାର୍ଡ ହାତେଇ ପଦରୁ ହଟିଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କଥା କହିଥିଲେ। ସେହିପରି ବିଜେଡି ସଦସ୍ୟ ଉମାକାନ୍ତ ସାମନ୍ତରାୟ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଶେଷରେ ମନ୍ତ୍ରୀ ତାଙ୍କ ଉତ୍ତର ଦେବା ସମୟରେ ବିରୋଧୀ ଗୃହ ତ୍ୟାଗ କରିଥିଲେ। ତେଣୁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର କରିଥିବା ଗାଇଡ୍‌ଲାଇନ କଥା ଉଲ୍ଲେଖ କରିବା ସହ ମୁଲତବୀ ପ୍ରସ୍ତାବ ଭିତ୍ତିହୀନ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?