ପିଏମ୍‌ଏଓ୍ବାଇ: ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ବର, ୨୫ା୨(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ବଣ୍ଟନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଉଭୟ ବିରୋଧୀ ଓ ଶାସକ ପକ୍କାଘର ବଣ୍ଟନ ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦିଥିଲେ। ଭାଜପା ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ “ପ୍ରଧାନମନ୍ତ୍ରୀ ଆବାସ ପ୍ରିୟାପ୍ରିତି ଓଡିଶା ସରକାର କରୁଛି ରାଜନୀତି” ଉପରେ ଦୀର୍ଘ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା। ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଗୃହ ସରଗରମ ହୋଇଥିଲା। କେନ୍ଦ୍ର ସରକାର ରାଜ୍ୟର ଗରିବ ଲୋକଙ୍କ ପାଇଁ ପକ୍କାଘର ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ଦଳୀୟ ଭିତ୍ତିରେ ଏହାକୁ ବଣ୍ଟନ କରୁଥିବା ଭାଜପା ଅଭିଯୋଗ କରିଥିଲା। ଶାସକ ଦଳ ସଦସ୍ୟ କିନ୍ତୁ ପଲଟା ଅଭିଯୋଗ କରିଥିଲେ ଯେ, କେମିତି ଘର ବଣ୍ଟନ ହୋଇ ନ ପାରିଲେ ଏହାକୁ ନେଇ ରାଜନୀତି କରିବେ ଏବଂ ସରକାରକୁ ପଳେଇ ଆସିବେ ବୋଲି ଭାଜପା ମନେ ମନେ ସ୍ବପ୍ନ ଦେଖୁଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆଲୋଚନାରେ ଭାଗନେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି। ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ଲାଗି ଘର ବଣ୍ଟନର ଲକ୍ଷ୍ୟ ପୂରଣ ହୋଇପାରୁନି। ଠିକ୍‌ ତାଲିକା ପ୍ରକାଶରେ ଚଞ୍ଚକତା କରାଯାଇଛି। ଶାସକ ଦଳ ନେତାଙ୍କ ପ୍ରରୋଚନାରେ ଯୋଗ୍ୟ ହିତାଧିକାରୀ ଏବଂ ଯେଉଁମାନେ ବିରୋଧୀ ଦଳ ସପକ୍ଷରେ ଭୋଟ୍‌ ଦେଇଛନ୍ତି ସେମାନଙ୍କ ନାଁ ତାଲିକାରୁ ବାଦ୍‌ ଦିଆଯାଇଛି। ଜାଣିଶୁଣି ବିରୋଧୀ ସମର୍ଥକଙ୍କ ନାଁ କାଟି ଏକାଧିକ ଶାସକ ଦଳ କର୍ମୀଙ୍କୁ ଘର ବଣ୍ଟନ କରାଯାଇଛି। ସଠିକ୍‌ ଭାବେ କେଉଁଠି ଗ୍ରାମସଭା କରାଯାଇ ନାହିଁ। ମନଇଚ୍ଛା ଶାସକ ଦଳ କର୍ମୀଙ୍କୁ ଲଗାଇ ଅଭିଯୋଗ କରି ବିରୋଧୀ ଦଳ କର୍ମୀଙ୍କ ନାଁକୁ ବାଦ୍‌ ଦିଆଯାଇଥିବା ସେ ସମାଲୋଚନା କରିଛନ୍ତି।
ପଶ୍ଚିମ ଓଡିଶା ପ୍ରତି ମଧ୍ୟ ଘର ଆବଣ୍ଟନରେ ଅବହେଳା କରାଯାଇଥିବା ସେ କହିଛନ୍ତି। ଏହାପରେ ନବ ଚରଣ ମାଝୀ କହିଥିଲେ ଯେ, ବହୁ ଯୋଗ୍ୟ ଲୋକମାନେ ପକ୍କାଘର ପାଇବାରୁ ବଞ୍ଚିତ ହୋଇ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ଦେଢ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ସେ କହିଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଥିଲେ, ଫନୀ ବାତ୍ୟାରେ ପୁରୀ ଜିଲା ଲୋକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେବାପରେ ଶାସକ ଦଳ ପକ୍ଷରୁ ଚଞ୍ଚକତା କରି ବିରୋଧୀ ଦଳ କର୍ମୀଙ୍କ ନାଁ ତାଲିକାରୁ କାଟି ଦିଆଯାଉଛି। ଅନେକ ସ୍ଥାନରେ ଗ୍ରାମସଭା ନ କରାଯାଇ ମନଇଚ୍ଛା ତାଲିକା ଚୁଡାନ୍ତ କରିଦିଆଯାଉଛି। ଗ୍ରାମସଭାରେ ମଧ୍ୟ ଫର୍ଜରୀ ଚାଲିଛି। ଏବେ ବି ବହୁ ହିତାଧିକାରୀ ପାଲ ଘରେ ଥିବାବେଳେ ଅଯୋଗ୍ୟ ଗୋଟିଏ ପରେ ଗୋଟିଏ ହାତେଇବାରେ ସଫଳ ହେଉଛନ୍ତି। ପଞ୍ଚାୟତସ୍ତରର ଅଧିକାରୀ ଏଭଳି ଦୁର୍ନୀତି କରିବାରେ ଲାଗିଛନ୍ତି। ସବୁ ପଞ୍ଚାୟତସ୍ତରର ଅଧିକାରୀ ଖରାପ ନୁହନ୍ତି। କେତେଜଣ ଦୁର୍ନୀତିଖୋର ଅଫିସରଙ୍କ ଲାଗି ଏଭଳି ସ୍ଥିତି ଉପୁଜୁଛି। ଏହାଦ୍ୱାରା ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସାଧନ ହେଉନାହିଁ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କ ନାମ ପୁଣିଥରେ ତାଲିକାରେ ରହୁଛି। ମନ୍ତ୍ରୀ ଆଉଥରେ ତଦନ୍ତ କରି କେତେଜଣ ଅଯୋଗ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ସେକଥା ଦେଖନ୍ତୁ। ନଚେତ୍‌ ମନ୍ତ୍ରୀ ନିଜେ ଚାଲନ୍ତୁ ୧୦ଟି ଦେଖାଇବି ଯାହା ଦେଖିବା ପରେ ସବୁ କଥା ବୁଝିଯିବେ। କେବଳ ଶାସକ ଦଳ କର୍ମୀଙ୍କୁ ଘର ମିଳୁଚି ବୋଲି ସେ କହିଛନ୍ତି।
ଶାସକ ଦଳ ବିଧାୟକ ଅରୁଣ କୁମାର ସାହୁ କହିଥିଲେ ଯେ, ଓଡିଶା ଲୋକମାନଙ୍କୁ ପକ୍କାଘରଟିଏ ଯୋଗାଇ ଦେବାକୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି। ବିରୋଧୀ ଅଭିଯୋଗ କରୁଛନ୍ତି ଭାଜପା ଲୋକଙ୍କ ଜାଣିକି କାଟି ଦିଆଯାଉଛି, ଏହାଠାରୁ ବଳି ବଡ ମିଛ କିଛି ନାହିଁ। ପ୍ରଥମେ ସେମାନେ କୁହନ୍ତୁ ଶେଷ ୩ ବର୍ଷ କାଳ କାହିଁକି କେନ୍ଦ୍ର ସରକାର ଘର ଦେବା ବନ୍ଦ କରିଥିଲେ। ଯଦି ୩ ବର୍ଷ ତଳୁ ଆବଶ୍ୟକତା ଅନୁଯାୟୀ ଘର ଦେଇଥାଆନ୍ତେ ତେବେ ବହୁ ହିତାଧିକାରୀ କଭର ହେଇସାରନ୍ତେଣି। ଏମାନେ ହେଉଛନ୍ତି ପେଞ୍ଚୁଆ ଦଳ। କେମିତି ରାଜ୍ୟରେ ହିତାଧିକାରୀ ଘର ନ ପାଇଲେ ଏ ସରକାରଠାରୁ ମୁହଁ ଫେରାଇବେ ସେମାନେ କେମିତି ସରକାରକୁ ପଳେଇ ଆସିବେ ସେହି କଥା ଭାବୁଛନ୍ତି। ଏମାନେ ଦିଲ୍ଲୀ ଯାଇ ବସିଥିଲେ ଓଡିଶାକୁ କେମତି ଘର ନ ମିଳିବ। ଉପା ସରକାର ସମୟରେ ଏହି ଘର ବାବଦକୁ କେନ୍ଦ୍ର ୭୫% ରାଜ୍ୟ ୨୫% ଅର୍ଥ ବହନ କରୁଥିଲା। ଭାଜପା ନେତୃତ୍ୱାଧିନ ଏନ୍‌ଡିଏ ସରକାର ଆସିବା ପରେ ଏହି ଅନୁପାତ ୬୦:୪୦ କରିଦେଲେ। ପ୍ରସାଶନିକ ଖର୍ଚ୍ଚ ଏବଂ ଇନସେନଟିଭ ବାବଦକୁ ରାଜ୍ୟ ଯାହା ଦେଉଛି ଅଧା ଅଧା ଟଙ୍କା ଉଭୟ ସରକାର ଦେଉଛନ୍ତି। ଏଥିରେ ଏମାନେ କହିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋଗୋ ଲାଗିବ। ଏମାନଙ୍କ ଆଖିରେ ଲୁହ ନାହିଁ, କୋହ ଉଠୁଛି ଘାଇଁଘାଇଁ ବୋଲି ଅରୁଣ କହିଛନ୍ତି। ବିଜେଡି ସଦସ୍ୟ ଚନ୍ଦ୍ର ସାରଥୀ ବେହେରା ବିଗତ ଦିନରେ କଟକ ମେୟର ରାଶନକାର୍ଡ ହାତେଇ ପଦରୁ ହଟିଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କଥା କହିଥିଲେ। ସେହିପରି ବିଜେଡି ସଦସ୍ୟ ଉମାକାନ୍ତ ସାମନ୍ତରାୟ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଶେଷରେ ମନ୍ତ୍ରୀ ତାଙ୍କ ଉତ୍ତର ଦେବା ସମୟରେ ବିରୋଧୀ ଗୃହ ତ୍ୟାଗ କରିଥିଲେ। ତେଣୁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର କରିଥିବା ଗାଇଡ୍‌ଲାଇନ କଥା ଉଲ୍ଲେଖ କରିବା ସହ ମୁଲତବୀ ପ୍ରସ୍ତାବ ଭିତ୍ତିହୀନ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri