ସାପଧରାଳିଙ୍କୁ ଭେଟିବାକୁ ୟୁକେରୁ ଭଦ୍ରକ

ଭଦ୍ରକ ଅଫିସ,୨୫।୨: ୟୁଟ୍ୟୁବ୍‌ରେ ତାଙ୍କର ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌(ୟୁକେ) ଦମ୍ପତି ଭଦ୍ରକ ଆସି ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି। ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁକେର ପୁଲ୍‌ ଓ ସ୍ତ୍ରୀ ସାରା ମିର୍ଜାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଭଦ୍ରକ ଆସି ତାଙ୍କୁ ଦେଖା କରିବା ପାଇଁ ସ୍ଥିର କରିଥିଲେ। ଗୁରୁବାର ସେମାନେ ଭଦ୍ରକରେ ପହଞ୍ଚତ୍ ଏକ ହୋଟେଲରେ ରାତ୍ରିଯାପନ କରିବା ପରେ ଶୁକ୍ରବାର ମିର୍ଜାଙ୍କୁ ସାକ୍ଷାତ୍‌ କରିଥିଲେ। ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କ ସହ ୪/୫ ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିବେ ବୋଲି ପୁଲ୍‌ କହିଛନ୍ତି। ମିର୍ଜାଙ୍କୁ ଦେଖା କରିବା ପାଇଁ ଏତେ ବାଟ ଆସିଥିଲୁ। ତାଙ୍କ ସହ ଦେଖା ହୋଇ ମିଶିବା ପରେ ସ୍ବପ୍ନ ପୂରଣ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ମିର୍ଜାଙ୍କ ଘର। ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ଦୀର୍ଘଦିନ ଧରି ବିଭିନ୍ନ ଅଞ୍ଚଳରୁ ଖବର ପାଇ ନିଜ ଜୀବନକୁ ବାଜି ଲଗାଇ ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲାରେ ସାପଧରାଳି ଭାବେ ତାଙ୍କୁ ଅଧିକ ଲୋକେ ଫୋନ କଲ୍‌ କରି ଡାକିଥାନ୍ତି। ଏତେଦିନ ଧରି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ବନ ବିଭାଗ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ହିଟ୍‌ ଆଣ୍ଡ ରନ୍‌: ଅଟୋକୁ ଘୋଡ଼ାଡ଼ି ନେଲା ଟ୍ରକ୍‌, ଡ୍ରାଇଭରଙ୍କୁ ଧରି ନିର୍ଧୂମ ଛେଚିଲେ ଲୋକେ

ଭୁବନେଶ୍ୱର,୨୪ା୫: ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ୍‌ ରନ୍‌। ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍‌। କଟକ-ପୁରୀ ବାଇପାସ୍‌ ରୋଡ୍‌ ପାଣ୍ଡରା ଛକରେ ଏଡଇ ଦୁର୍ଘଟଣା ଘଟିଛି। ଏନଏଚ୍‌ରେ ୫୦ରୁ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କହିଲେ ମୋ’ ରାଜନୈତିକ ଜୀବନ…

ଭୁବନେଶ୍ୱର,୨୪ା୫: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀରେ ଯୋଗଦେବାକୁ ଆସୁଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri