ମୌଳିକ ଭିତ୍ତିଭୂମିକୁ ଗୁରୁତ୍ୱ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହାକୁ ଉପସ୍ଥାପନ କରିଛନ୍ତି । ଗତ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାର ୩୦ ହଜାର କୋଟି ଟଙ୍କା ବୃଦ୍ଧି କରାଯାଇଛି। ବଜେଟରେ ଗ୍ରାମୀଣ ବିକାଶ ଉପରେ ରାଜ୍ୟ ସରକାର ଅଧିକ ଫୋକସ କରିଛନ୍ତି। ଏଥିସହିତ ମୌଳିକ ଭିତ୍ତିଭୂମି ସ୍ବାସ୍ଥ୍ୟ, କୃଷି, ଶିକ୍ଷାଠାରୁ ଆରମ୍ଭ କରି ପାନୀୟ ଜଳ, ମିଶନ ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଭିତ୍ତିଭୂମି ଉନ୍ନୟନ, ଜନଜାତି ବିକାଶ, ପୁଞ୍ଜିନିବେଶ ଆଦି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଗତ କିଛି ବର୍ଷ ହେବ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ର ଉପରେ ନିର୍ଭରଶୀଳ ନ ହୋଇ ରାଜ୍ୟ ସରକାର ନିଜ ପାଣ୍ଠିକୁ ଭରସା କରି ବଜେଟ ପ୍ରସ୍ତୁତ କରିଛନ୍ତି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଯୁବ, ମହିଳା, ଚାଷୀ, ଉଦ୍ୟୋଗୀ, ଏସ୍‌ସି/ଏସ୍‌ଟି ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ବଜେଟରେ ମାଳମାଳ ନୂଆ ଯୋଜନା କରାଯାଇଛି। ସରକାର ୨୪ଟି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି। ସେଥିରେ ୯ଟି ମୁଖ୍ୟମନ୍ତ୍ରୀ ଯୋଜନା ରହିଛି। ଏ ସମସ୍ତ ଯୋଜନା ପାଇଁ ବଜେଟରେ ୭ ହଜାର ୩୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଏହି ବଜେଟରେ ପ୍ରଶାସନିକ ଖର୍ଚ୍ଚ ୯୪ ହଜାର କୋଟି ହୋଇଥିବା ବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୨୫ ହଜାର କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩,୬୦୦ କୋଟି, ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର ବାବଦରେ ୭,୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୦୦-୦୧ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୩୫୩୮ କୋଟି ଟଙ୍କା ଥିଲା। ଗତ ୨୩ ବର୍ଷ ମଧ୍ୟରେ ଏହା ୩୫ ଗୁଣ ବୃଦ୍ଧି ପାଇଛି। ବଜେଟରେ କରାଯାଇଥିବା ପୁଞ୍ଜିବ୍ୟୟ ଅଟକଳ ୫୧ ହଜାର ୬୮୩ କୋଟି ଟଙ୍କା, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ପ୍ରାୟ ୬ ପ୍ରତିଶତ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଶିକ୍ଷା ଓ ଦକ୍ଷତା ବିକାଶ ସକାଶେ ୨୪,୮୨୯ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ୧୬,୦୪୮ କୋଟି ବ୍ୟୟବରାଦ କରାଯାଇଛି। ଗତ ବର୍ଷ ତୁଳନାରେ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ୨୭ ପ୍ରତିଶତ ବୃଦ୍ଧି କରାଯାଇଛି। ସେହିପରି ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ଏସ୍‌ସି/ଏସ୍‌ଟିି ବିକାଶ ପାଇଁ ୩୮,୪୩୭ କୋଟି ଏବଂ ସଡ଼କ, ସେତୁ, ବିମାନବନ୍ଦର ଓ ରେଳପଥ ବିକାଶ ପାଇଁ ୧୯,୪୫୨ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ବଜେଟରେ ନିଜସ୍ବ ରାଜସ୍ବ ଓ ଜିଏସ୍‌ଡିପିର ଅନୁପାତ ୧୨.୨୫ ପ୍ରତିଶତ ରହିବ। ବଜେଟରେ ରାଜ୍ୟ ସରକାର ୫୭% ନିଜସ୍ବ ରାଜସ୍ବରେ ଯୋଗଦାନ ନେଇ ଆକଳନ କରିଛନ୍ତି।
୨୦୨୩-୨୪ ଆର୍ଥିକ ବର୍ଷ ବଜେଟ ପାଇଁ ରାଜ୍ୟ ସରକାର ନିଜସ୍ବ ଟିକସ ବାବଦରେ ୫୩ ହଜାର କୋଟି, ଅଣ ଟିକସରୁ ୫୨,୫୦୦(୪୨୨୫୧କୋଟି ଖଣି ରାଜସ୍ବ) କୋଟି, କେନ୍ଦ୍ରୀୟ ଟିକସ ବାବଦରେ ୪୬୨୫୧.୧୮କୋଟି, କେନ୍ଦ୍ରୀୟ ଅନୁଦାନରୁ ୩୨୭୪୮.୮୨କୋଟି, ଋଣ ଓ ଅଗ୍ରିମ ପରିଶୋଧରୁ ୮୭୦କୋଟି, ବିଭିନ୍ନ ମାଧ୍ୟମରୁ ଋଣ ବାବଦରେ ୩୩, ୬୩୦ କୋଟି ଟଙ୍କା ଓ ପ୍ରୋଭିଡେଣ୍ଟ ଫଣ୍ଡ ତଥା ଅନ୍ୟାନ୍ୟ ଡିପୋଜିଟରୁ ୧୧ହଜାର କୋଟି ଟଙ୍କା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟପକ୍ଷରେ କର୍ମଚାରୀଙ୍କ ଦରମା, ପେନ୍‌ସନ ଓ ଅନ୍ୟାନ୍ୟ ରାଜସ୍ବ ବ୍ୟୟ ବାବଦରେ ୧ ଲକ୍ଷ ୩୯ ହଜାର ୫୨୦କୋଟି ଟଙ୍କା, ପୁଞ୍ଜି କ୍ଷେତ୍ରରେ ବ୍ୟୟ ୫୧୬୮୨ କୋଟି, ସୁଧ ପରିଶୋଧରେ ୭୨୪୦କୋଟି, ଋଣ ପରିଶୋଧରେ ୧୮୭୮୬ କୋଟି ଟଙ୍କା, ଋଣ ପ୍ରଦାନ (ପ୍ରଶାସନିକ)ରେ ୧୭୭୦କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୩୭୦୦କୋଟି ଟଙ୍କା ଓ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଅନୁଦାନ ବାବଦରେ ୭୩୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଆସନ୍ତା ଆର୍ଥିକ ବର୍ଷରେ ଜିଏସ୍‌ଡିପିର ଅଭିବୃଦ୍ଧି ହାର ୮.୫% ରହିବା ନେଇ ଆକଳନ କରାଯାଇଛି। ବଜେଟରେ ରାଜସ୍ବ ବଳକା ଜିଏସ୍‌ଡିପିର ୩.୧ ପ୍ରତିଶତ ଓ ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତ ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି। ତେବେ ରାଜ୍ୟର ଋଣଭାର ଆର୍ଥିକ ବର୍ଷ ଶେଷ ବେଳକୁ ୧ ଲକ୍ଷ ୧୨ ହଜାର କୋଟି ଛୁଇଁବା ନେଇ ଅନୁମାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ୮୭ ହଜାର କୋଟି ଟଙ୍କାର ଋଣ କରିଛନ୍ତି, ଯାହାକି ଜିଏସ୍‌ଡିପିର ୭.୫%। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ୨୫% ପର୍ଯ୍ୟନ୍ତ ଋଣ କରିବା ବ୍ୟବସ୍ଥା ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଋଣ ଭାର ଜିଏସ୍‌ଡିପିର ୧୨ ପ୍ରତିଶତରେ ସୀମିତ ରହିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି।
ବଜେଟରେ ୨୪ଟି ନୂଆ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବା ସକାଶେ ରାଜ୍ୟ ସରକାର ନୂଆ ଓଡ଼ିଶା ଯୋଜନା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ୧ ଲକ୍ଷ ଯୁବତୀଯୁବକଙ୍କୁ କ୍ଲାଉଡ୍‌ କମ୍ପ୍ୟୁଟିଂ, ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ଥ୍ରୀ-ଡି ପ୍ରିଣ୍ଟିଂ ଆଦି କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ ଦିଆଯିବ। ଚାଷୀମାନଙ୍କୁ ଧାନ ସଂଗ୍ରହ ଟଙ୍କା ନିର୍ଦ୍ଧାରିତ ସମୟରେ ଦେବା ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଂ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିପରି ବର୍ଷକ ମଧ୍ୟରେ ୧୪୭ଟି ହସ୍ପିଟାଲରେ ପରିବର୍ତ୍ତନ ଆଣିବା ପାଇଁ ‘ଆମ ହସ୍ପିଟାଲ’ ନୂଆ ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ୭୫୦ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲା, ବ୍ଲକ, ସ୍କୁଲ, ପ୍ରଧାନ ଶିକ୍ଷକ, ଶିକ୍ଷକ, ନିର୍ବାଚିତ ପଞ୍ଚାୟତିରାଜ ସଂସ୍ଥା, ଏସ୍‌ଏମ୍‌ସି, ସିଆର୍‌ସିସି, ବ୍ଲକ ଓ ଜିଲା ଶିକ୍ଷାଧିକାରୀ, ପୁରାତନ ଛାତ୍ର ସଂଘ ଏବଂ ଡିଆଇଇଟିକୁ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ ବାବଦରେ ମୋଟ ୧୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଛାତ୍ର ବୃତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮୧୧ କୋଟି, ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ ଲକ୍ଷ ଆଦିବାସୀ ପରିବାରକୁ ଜୀବିକାର୍ଜନ ପାଇଁ ଆବଶ୍ୟକ ଭିତ୍ତିଭୂମି ଲାଗି ଅର୍ଥ ଯୋଗାଇ ଦିଆଯିବ। ସେହିପରି ‘ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ’ ପ୍ରକଳ୍ପ ପାଇଁ ୧୬୦ କୋଟି, ଅନ୍ତର୍ଜାତୀୟ ବିମାନ ସେବା ପାଇଁ ୧୦୦ କୋଟି, ରାଜ୍ୟବାସୀଙ୍କୁ ସୁଲଭ ମୂଲ୍ୟରେ ପରିବହନ ସୁବିଧା ଯୋଗାଇ ଦେବାକୁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆମ ବସ୍‌ ଯୋଜନା ଲାଗି ୧୫୦ କୋଟି, କେନ୍ଦୁପତ୍ର ତୋଳାଳିଙ୍କୁ ଅତିରିକ୍ତ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ନିମନ୍ତେ ୫୦ କୋଟି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗ ପାଇଁ ୧୦୦ କୋଟି, କଫି ମିଶନ ପାଇଁ ୧୨୫ କୋଟି , କମ୍‌ ଶକ୍ତି ବ୍ୟୟ କରୁଥିବା ଘରୋଇ ଉପକରଣକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ସକାଶେ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ’ କାର୍ଯ୍ୟକ୍ରମ ସକାଶେ ୧୪୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସବୁଜ ଶକ୍ତି କରିଡର ପାଇଁ ୫୦ କୋଟି, ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ଲାଗି ୫୦ କୋଟି, ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ପାଇଁ ୨୧୦ କୋଟି, ‘ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା’ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ କମ୍ୟୁନିଟି ସର୍ପୋଟ ଷ୍ଟାଫ୍‌ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଇସି ସଦସ୍ୟାମାନଙ୍କୁ ଇଲେକ୍ଟ୍ରୋନିକ ସ୍କୁଟର ଲାଗି ସହାୟତା ଦିଆଯିବ। ଏହି ଯୋଜନାରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ସମ୍ପୂର୍ଣ୍ଣ ଛାଡ଼ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?