ଦୁର୍ବଳତାରୁ ପଡ଼ିଥିଲା ଡିଲରଶିପ୍‌ର ମୂଳଦୁଆ

ଏକ ବ୍ୟବସାୟିକ ପରିବାରରେ ଜନ୍ମ ହୋଇଥିବାରୁ ବ୍ୟବସାୟ ପ୍ରତି ଦୁର୍ବଳତା ଥିଲା। ହେଲେ ଅନୁଗୋଳ କଲେଜରେ ବି.କମ୍‌ ପଢ଼ିବା ସମୟରେ ବଜାଜ୍‌ର ସୁପର ସ୍କୁଟର କିଣିବା ପରଠାରୁ କମ୍ପାନୀ ପ୍ରତି ଦୁର୍ବଳତା ଅଧିକ ବଢ଼ିଯାଇଥିଲା। ଏପରିକି ୧୯୯୨ରୁ ବଜାଜ୍‌ ଶୋ’ରୁମ୍‌ ଖୋଲିବା ସହ ଦୀର୍ଘ ୩୧ ବର୍ଷ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସିଛୁ। ବହୁ ଘାତ ପ୍ରତିଘାତ ମଧ୍ୟରେ ଅନେକ ସଫଳତା ପାଇଥିବା ଯମୁନା ବଜାଜ୍‌ର ସ୍ବତ୍ବ୍ବାଧିକାରୀ ଗିରିଜା ଶଙ୍କର ଅଗ୍ରୱାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର-୧: ଅଟୋ ମୋବାଇଲ ବ୍ୟବସାୟ ପ୍ରତି କାହିଁକି ମନ ବଳାଇଲେ?
ଉତ୍ତର- ୧୯୮୮ରେ ଲୁନା ଗାଡ଼ିରୁ ହିଁ ଅଟୋମୋବାଇଲ ବ୍ୟବସାୟରେ ପାଦ ଥାପିଥିଲୁ। ଏହାପରେ ବଜାଜ୍‌ ସହ ରୀତିମତ ଯୋଗାଯୋଗରେ ରହିଥିଲୁ। ଏପରିକି ୧୯୯୧ରେ ବଜାଜ୍‌ ଶୋ’ ରୁମ୍‌ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନ ଦେଖିବା ପରେ ଆମେ ଆବେଦନ କରିଥିଲୁ। ୧୯୯୨ ଫେବୃୟାରୀ ୯ରେ ଆମେ ଅନୁଗୋଳରେ ପ୍ରଥମ କରି ବଜାଜ୍‌ର ଶୋ’ରୁମ୍‌ ଖୋଲିଥିଲୁ।
ପ୍ର-୨: ଲୋକମାନେ ଏହାକୁ କିଭଳି ଗ୍ରହଣ କଲେ, ପ୍ରାଥମିକ ସ୍ତରରେ କ’ଣ ସମସ୍ୟା ଥିଲା?
ଉତ୍ତର- ବଜାଜ୍‌ କହିଲେ ସେତେବେଳେ ମୁଖ୍ୟତଃ ସ୍କୁଟରକୁ ହିଁ ବୁଝାଉଥିଲା। ଆଉ ଗ୍ରାହକଙ୍କର ସ୍କୁଟର ପ୍ରତି ନାହିଁ ନ ଥିବା ଦୁର୍ବଳତା ଥିଲା। ତେବେ ପ୍ରାଥମିକ ସ୍ତରରେ ଗ୍ରାହକଙ୍କ ନିକଟରେ ଅଧିକ ପରିମାଣର ଗାଡ଼ି ପହଞ୍ଚାଇବାକୁ ଆମ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲା। ବ୍ୟାଙ୍କ ମଧ୍ୟ ଋଣ ପ୍ରଦାନ କରୁ ନ ଥିଲା। ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ କେସିସି (କି କ୍ୟାଶ୍‌ କ୍ରେଡିଟ୍‌) ଦେଇଥିଲା। ଫଳରେ ଧୀରେ ଧୀରେ ବ୍ୟବସାୟ ଭଲ ହୋଇଥିଲା। ହେଲେ ୧୯୯୭ରୁ ୨୦୦୦ ମସିହା ମଧ୍ୟରେ ଲୋକମାନେ ମୋଟରସାଇକେଲ ମୁହଁା ହୋଇଥିଲେ। ଫଳରେ ବ୍ୟବସାୟ ମାନ୍ଦା ପଡ଼ିଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଜାଜ୍‌ର ନୂଆ ନୂଆ ପ୍ରଡକ୍ଟ ବଜାରକୁ ଆସିବାରୁ ଗ୍ରାହକମାନେ ସେସବୁ ଗ୍ରହଣ କରିଛନ୍ତି।
ପ୍ର-୩: କୋଭିଡ୍‌ ପରବର୍ତ୍ତୀ ସମସ୍ୟାକୁ କିଭଳି ସାମ୍ନା କରୁଛନ୍ତି?
ଉତ୍ତର- କୋଭିଡ୍‌ ସବୁ ବର୍ଗର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମହାମାରୀ ପୂର୍ବରୁ ଗ୍ରାହକମାନେ କିଣିଥିବା ଗାଡ଼ି ଓ ଏହାର ଉପକରଣ ଉପରେ ଗ୍ୟାରେଣ୍ଟିକୁ ବଢ଼ା ଯାଇଥିଲା। ଫଳରେ ଗ୍ରାହକମାନେ ଯେଉଁଭଳି ସମସ୍ୟାରେ ନ ପଡ଼ିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା। ଆଉ ଏଥିରେ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବା ସହ ପୂର୍ବାବସ୍ଥାକୁ ବ୍ୟବସାୟ ଫେରୁଛି।
ପ୍ର-୪: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର କେଉଁ ସବୁ ପ୍ରମୁଖ ସମସ୍ୟା ରହିଛି?
ଉତ୍ତର- ଭାରତୀୟ ଅଟୋମୋବାଇଲ ଶିଳ୍ପରେ ମୁଖ୍ୟତଃ କଞ୍ଚାମାଲ ଏବଂ ଚିପ୍‌ ସମସ୍ୟା ଲାଗି ରହିଛି। ଫଳରେ ଉପତ୍ାଦନ କମିବାର ମୂଳ ସମସ୍ୟା ହେଉଛି। କଞ୍ଚାମାଲ ଦର ବୃଦ୍ଧି କାରଣରୁ ଗାଡ଼ିର ମୂଲ୍ୟ ମଧ୍ୟ ବର୍ଷକୁ ୨ରୁ ୩ଥର ବୃଦ୍ଧି ପାଉଛି। ତା’ର ପ୍ରଭାବ ଅଟୋମୋବାଇଲ ଶିଳ୍ପରେ ପଡ଼ୁଛି।
ପ୍ର-୫: ଅଟୋଶିଳ୍ପରେ ବିକ୍ରି କିମ୍ବା ସେବାରେ କେମିତି ଉନ୍ନତି କରିପାରିବା?
ଉତ୍ତର- ଗ୍ରାହକଙ୍କର ୨ଟି ଜିନିଷ ପ୍ରଥମେ ଜିତିବାକୁ ପଡ଼ିବ। ପ୍ରଥମେ ତାଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିବ। ଆଉ ସେମାନଙ୍କର ବିଶ୍ୱାସଭାଜନ ହେବାକୁ ହେବ। ଏପରିକି ପଞ୍ଚାୟତସ୍ତରରୁ ସଦର ମହକୁମା ପର୍ଯ୍ୟନ୍ତ ଆବଶ୍ୟକ ସେବା ଯୋଗାଇଦେବାକୁ ପଡ଼ିବ। ଲୋକଙ୍କ ପାଖରେ ପହଞ୍ଚତ୍ଲେ ବିକ୍ରି ବଢ଼ିବ। ଏପରିକି ଆବଶ୍ୟକ ସେବା ମଧ୍ୟ ଯୋଗାଇଦେବାକୁ ହେବ ବୋଲି ସେ କହିଛନ୍ତି।
ପ୍ର-୬: ବର୍ତ୍ତମାନ ସୁଦ୍ଧା ଯମୁନା ବଜାଜ୍‌ର ଯାତ୍ରା କିଭଳି ରହିଛି?
ଉତ୍ତର- ଦୀର୍ଘ ୩୧ ବର୍ଷ ଧରି ଯାତ୍ରା ବହୁତ ଭଲ ରହିଛି। ମଟରସାଇକେଲରେ ଆମେ ଏବେ ପ୍ରିମିୟର ସେଗ୍‌ମେଣ୍ଟରେ ପହଞ୍ଚତ୍ଛୁ। ହେଲେ ପରିବାର ଲୋକଙ୍କ ସହଭାଗିତା ଓ କର୍ମଚାରୀଙ୍କ ସହଯୋଗ ସବୁ ସମୟରେ ରହିଆସିଛି। ଶୋ’ରୁମ୍‌ ଆରମ୍ଭ ଦିନଠାରୁ କାର୍ଯ୍ୟ କରୁଥିବା କେତେଜଣ କର୍ମଚାରୀ ଏବେ ବି କାର୍ଯ୍ୟରତ ଅଛନ୍ତି।
ଗ୍ରାହକଙ୍କୁ ସେବାରେ ସନ୍ତୁଷ୍ଟି ରହିଛି,ଯେଉଁଥିପାଇଁ ଗ୍ରାହକମାନେ ପୁନର୍ବାର ଶୋ ରୁମ୍‌କୁ ଗାଡ଼ି କିଣିବାକୁ ହେଉ ବା ଲୋକଙ୍କୁ ଧରି ଗାଡ଼ି ନେବାକୁ ଆସନ୍ତି। ସେଥିରୁ ହିଁ ସେମାନଙ୍କର ଭଲ ପାଇବା ଜଣା ପଡ଼ିଥାଏ।
ପ୍ର-୭: ଆଗକୁ ବ୍ୟବସାୟ ବଢ଼ାଇବାକୁ କ’ଣ ଯୋଜନା ରହିଛି?
ଉତ୍ତର- ଆଗାମୀ ପିଢ଼ି ପାଖରେ ସହରକୁ ଆସି ଗାଡ଼ି ନେବାକୁ ସମୟ ନାହିଁ। ତେଣୁ ପ୍ରତି ବ୍ଲକରେ ସବ୍‌ଡିଲର ଖୋଲିବାକୁ ଯୋଜନା କରାଯାଇଛି। ସେଠାରେ ବିକ୍ରି ଓ ସେବା ଯେଉଁ ଭଳି ଉଭୟ ଯୋଗାଇହେବ, ସେ ନେଇ ମଧ୍ୟ କାର୍ଯ୍ୟ ଚାଲିଛି। ଏଥିସହ ଢେଙ୍କାନାଳ ଜିଲାର ପରଜଙ୍ଗ ଓ କାମାକ୍ଷାନଗରରେ ମଧ୍ୟ ବ୍ୟବସାୟ ଚାଲିଛି।
ପ୍ର-୮: ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଉତ୍ତର- ପ୍ରାତଃ ସମୟରେ ଯୋଗ ଓ ପ୍ରାଣାୟମ କରେ। ଏଭଳି କି ଘରେ ଟିଭି ଦେଖି ମନୋରଞ୍ଜନ କରେ। କିନ୍ତୁ ସପ୍ତାହକୁ ଥରେ ସାଙ୍ଗମାନଙ୍କୁ ସମୟ ଦେଇଥାଏ। ଗୁରୁବାର ପରିବାର ଲୋକ ଓ ବନ୍ଧୁଙ୍କ ସହ ମନ୍ଦିର ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri