ଦୁର୍ବଳତାରୁ ପଡ଼ିଥିଲା ଡିଲରଶିପ୍‌ର ମୂଳଦୁଆ

ଏକ ବ୍ୟବସାୟିକ ପରିବାରରେ ଜନ୍ମ ହୋଇଥିବାରୁ ବ୍ୟବସାୟ ପ୍ରତି ଦୁର୍ବଳତା ଥିଲା। ହେଲେ ଅନୁଗୋଳ କଲେଜରେ ବି.କମ୍‌ ପଢ଼ିବା ସମୟରେ ବଜାଜ୍‌ର ସୁପର ସ୍କୁଟର କିଣିବା ପରଠାରୁ କମ୍ପାନୀ ପ୍ରତି ଦୁର୍ବଳତା ଅଧିକ ବଢ଼ିଯାଇଥିଲା। ଏପରିକି ୧୯୯୨ରୁ ବଜାଜ୍‌ ଶୋ’ରୁମ୍‌ ଖୋଲିବା ସହ ଦୀର୍ଘ ୩୧ ବର୍ଷ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସିଛୁ। ବହୁ ଘାତ ପ୍ରତିଘାତ ମଧ୍ୟରେ ଅନେକ ସଫଳତା ପାଇଥିବା ଯମୁନା ବଜାଜ୍‌ର ସ୍ବତ୍ବ୍ବାଧିକାରୀ ଗିରିଜା ଶଙ୍କର ଅଗ୍ରୱାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର-୧: ଅଟୋ ମୋବାଇଲ ବ୍ୟବସାୟ ପ୍ରତି କାହିଁକି ମନ ବଳାଇଲେ?
ଉତ୍ତର- ୧୯୮୮ରେ ଲୁନା ଗାଡ଼ିରୁ ହିଁ ଅଟୋମୋବାଇଲ ବ୍ୟବସାୟରେ ପାଦ ଥାପିଥିଲୁ। ଏହାପରେ ବଜାଜ୍‌ ସହ ରୀତିମତ ଯୋଗାଯୋଗରେ ରହିଥିଲୁ। ଏପରିକି ୧୯୯୧ରେ ବଜାଜ୍‌ ଶୋ’ ରୁମ୍‌ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞାପନ ଦେଖିବା ପରେ ଆମେ ଆବେଦନ କରିଥିଲୁ। ୧୯୯୨ ଫେବୃୟାରୀ ୯ରେ ଆମେ ଅନୁଗୋଳରେ ପ୍ରଥମ କରି ବଜାଜ୍‌ର ଶୋ’ରୁମ୍‌ ଖୋଲିଥିଲୁ।
ପ୍ର-୨: ଲୋକମାନେ ଏହାକୁ କିଭଳି ଗ୍ରହଣ କଲେ, ପ୍ରାଥମିକ ସ୍ତରରେ କ’ଣ ସମସ୍ୟା ଥିଲା?
ଉତ୍ତର- ବଜାଜ୍‌ କହିଲେ ସେତେବେଳେ ମୁଖ୍ୟତଃ ସ୍କୁଟରକୁ ହିଁ ବୁଝାଉଥିଲା। ଆଉ ଗ୍ରାହକଙ୍କର ସ୍କୁଟର ପ୍ରତି ନାହିଁ ନ ଥିବା ଦୁର୍ବଳତା ଥିଲା। ତେବେ ପ୍ରାଥମିକ ସ୍ତରରେ ଗ୍ରାହକଙ୍କ ନିକଟରେ ଅଧିକ ପରିମାଣର ଗାଡ଼ି ପହଞ୍ଚାଇବାକୁ ଆମ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିଲା। ବ୍ୟାଙ୍କ ମଧ୍ୟ ଋଣ ପ୍ରଦାନ କରୁ ନ ଥିଲା। ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ କେସିସି (କି କ୍ୟାଶ୍‌ କ୍ରେଡିଟ୍‌) ଦେଇଥିଲା। ଫଳରେ ଧୀରେ ଧୀରେ ବ୍ୟବସାୟ ଭଲ ହୋଇଥିଲା। ହେଲେ ୧୯୯୭ରୁ ୨୦୦୦ ମସିହା ମଧ୍ୟରେ ଲୋକମାନେ ମୋଟରସାଇକେଲ ମୁହଁା ହୋଇଥିଲେ। ଫଳରେ ବ୍ୟବସାୟ ମାନ୍ଦା ପଡ଼ିଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଜାଜ୍‌ର ନୂଆ ନୂଆ ପ୍ରଡକ୍ଟ ବଜାରକୁ ଆସିବାରୁ ଗ୍ରାହକମାନେ ସେସବୁ ଗ୍ରହଣ କରିଛନ୍ତି।
ପ୍ର-୩: କୋଭିଡ୍‌ ପରବର୍ତ୍ତୀ ସମସ୍ୟାକୁ କିଭଳି ସାମ୍ନା କରୁଛନ୍ତି?
ଉତ୍ତର- କୋଭିଡ୍‌ ସବୁ ବର୍ଗର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମହାମାରୀ ପୂର୍ବରୁ ଗ୍ରାହକମାନେ କିଣିଥିବା ଗାଡ଼ି ଓ ଏହାର ଉପକରଣ ଉପରେ ଗ୍ୟାରେଣ୍ଟିକୁ ବଢ଼ା ଯାଇଥିଲା। ଫଳରେ ଗ୍ରାହକମାନେ ଯେଉଁଭଳି ସମସ୍ୟାରେ ନ ପଡ଼ିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥିଲା। ଆଉ ଏଥିରେ କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା। ବର୍ତ୍ତମାନ ସ୍ଥିତି ସୁଧୁରିବା ସହ ପୂର୍ବାବସ୍ଥାକୁ ବ୍ୟବସାୟ ଫେରୁଛି।
ପ୍ର-୪: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର କେଉଁ ସବୁ ପ୍ରମୁଖ ସମସ୍ୟା ରହିଛି?
ଉତ୍ତର- ଭାରତୀୟ ଅଟୋମୋବାଇଲ ଶିଳ୍ପରେ ମୁଖ୍ୟତଃ କଞ୍ଚାମାଲ ଏବଂ ଚିପ୍‌ ସମସ୍ୟା ଲାଗି ରହିଛି। ଫଳରେ ଉପତ୍ାଦନ କମିବାର ମୂଳ ସମସ୍ୟା ହେଉଛି। କଞ୍ଚାମାଲ ଦର ବୃଦ୍ଧି କାରଣରୁ ଗାଡ଼ିର ମୂଲ୍ୟ ମଧ୍ୟ ବର୍ଷକୁ ୨ରୁ ୩ଥର ବୃଦ୍ଧି ପାଉଛି। ତା’ର ପ୍ରଭାବ ଅଟୋମୋବାଇଲ ଶିଳ୍ପରେ ପଡ଼ୁଛି।
ପ୍ର-୫: ଅଟୋଶିଳ୍ପରେ ବିକ୍ରି କିମ୍ବା ସେବାରେ କେମିତି ଉନ୍ନତି କରିପାରିବା?
ଉତ୍ତର- ଗ୍ରାହକଙ୍କର ୨ଟି ଜିନିଷ ପ୍ରଥମେ ଜିତିବାକୁ ପଡ଼ିବ। ପ୍ରଥମେ ତାଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିବ। ଆଉ ସେମାନଙ୍କର ବିଶ୍ୱାସଭାଜନ ହେବାକୁ ହେବ। ଏପରିକି ପଞ୍ଚାୟତସ୍ତରରୁ ସଦର ମହକୁମା ପର୍ଯ୍ୟନ୍ତ ଆବଶ୍ୟକ ସେବା ଯୋଗାଇଦେବାକୁ ପଡ଼ିବ। ଲୋକଙ୍କ ପାଖରେ ପହଞ୍ଚତ୍ଲେ ବିକ୍ରି ବଢ଼ିବ। ଏପରିକି ଆବଶ୍ୟକ ସେବା ମଧ୍ୟ ଯୋଗାଇଦେବାକୁ ହେବ ବୋଲି ସେ କହିଛନ୍ତି।
ପ୍ର-୬: ବର୍ତ୍ତମାନ ସୁଦ୍ଧା ଯମୁନା ବଜାଜ୍‌ର ଯାତ୍ରା କିଭଳି ରହିଛି?
ଉତ୍ତର- ଦୀର୍ଘ ୩୧ ବର୍ଷ ଧରି ଯାତ୍ରା ବହୁତ ଭଲ ରହିଛି। ମଟରସାଇକେଲରେ ଆମେ ଏବେ ପ୍ରିମିୟର ସେଗ୍‌ମେଣ୍ଟରେ ପହଞ୍ଚତ୍ଛୁ। ହେଲେ ପରିବାର ଲୋକଙ୍କ ସହଭାଗିତା ଓ କର୍ମଚାରୀଙ୍କ ସହଯୋଗ ସବୁ ସମୟରେ ରହିଆସିଛି। ଶୋ’ରୁମ୍‌ ଆରମ୍ଭ ଦିନଠାରୁ କାର୍ଯ୍ୟ କରୁଥିବା କେତେଜଣ କର୍ମଚାରୀ ଏବେ ବି କାର୍ଯ୍ୟରତ ଅଛନ୍ତି।
ଗ୍ରାହକଙ୍କୁ ସେବାରେ ସନ୍ତୁଷ୍ଟି ରହିଛି,ଯେଉଁଥିପାଇଁ ଗ୍ରାହକମାନେ ପୁନର୍ବାର ଶୋ ରୁମ୍‌କୁ ଗାଡ଼ି କିଣିବାକୁ ହେଉ ବା ଲୋକଙ୍କୁ ଧରି ଗାଡ଼ି ନେବାକୁ ଆସନ୍ତି। ସେଥିରୁ ହିଁ ସେମାନଙ୍କର ଭଲ ପାଇବା ଜଣା ପଡ଼ିଥାଏ।
ପ୍ର-୭: ଆଗକୁ ବ୍ୟବସାୟ ବଢ଼ାଇବାକୁ କ’ଣ ଯୋଜନା ରହିଛି?
ଉତ୍ତର- ଆଗାମୀ ପିଢ଼ି ପାଖରେ ସହରକୁ ଆସି ଗାଡ଼ି ନେବାକୁ ସମୟ ନାହିଁ। ତେଣୁ ପ୍ରତି ବ୍ଲକରେ ସବ୍‌ଡିଲର ଖୋଲିବାକୁ ଯୋଜନା କରାଯାଇଛି। ସେଠାରେ ବିକ୍ରି ଓ ସେବା ଯେଉଁ ଭଳି ଉଭୟ ଯୋଗାଇହେବ, ସେ ନେଇ ମଧ୍ୟ କାର୍ଯ୍ୟ ଚାଲିଛି। ଏଥିସହ ଢେଙ୍କାନାଳ ଜିଲାର ପରଜଙ୍ଗ ଓ କାମାକ୍ଷାନଗରରେ ମଧ୍ୟ ବ୍ୟବସାୟ ଚାଲିଛି।
ପ୍ର-୮: ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ଉତ୍ତର- ପ୍ରାତଃ ସମୟରେ ଯୋଗ ଓ ପ୍ରାଣାୟମ କରେ। ଏଭଳି କି ଘରେ ଟିଭି ଦେଖି ମନୋରଞ୍ଜନ କରେ। କିନ୍ତୁ ସପ୍ତାହକୁ ଥରେ ସାଙ୍ଗମାନଙ୍କୁ ସମୟ ଦେଇଥାଏ। ଗୁରୁବାର ପରିବାର ଲୋକ ଓ ବନ୍ଧୁଙ୍କ ସହ ମନ୍ଦିର ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?